ଈଶ୍ଵରଙ୍କୁ କିଏ ସୃଷ୍ଟି କଲେ? ଈଶ୍ଵର କେଉଁଠାରୁ ଆସିଲେ?

ପ୍ରଶ୍ନ ଈଶ୍ଵରଙ୍କୁ କିଏ ସୃଷ୍ଟି କଲେ? ଈଶ୍ଵର କେଉଁଠାରୁ ଆସିଲେ? ଉତ୍ତର ନାସ୍ତିକ ଓ ସନ୍ଦେହବାଦି ମାନଙ୍କଠାରୁ ସାଧାରଣ ଯୁକ୍ତି ଅନୁସାରେ, ଯଦି ସମସ୍ତ ବିଷୟ ଅସ୍ଥିତ୍ଵକୁ ଆସିବାରେ ଏକ କାରଣର ଆବଶ୍ୟକ ଅଛି, ତେବେ ଈଶ୍ଵରଙ୍କ ଅସ୍ଥିତ୍ଵ ପଛରେ ଏକ କାରଣର ଆବଶ୍ୟକ ଅଛି । ଏହାର ଉପସହାର ହେଉଛି ଯଦି ଈଶ୍ଵର ତାଙ୍କ ଅସ୍ଥିତ୍ଵ ନିମନ୍ତେ ଏକ କାରଣର ଆବଶ୍ୟକ କରନ୍ତି, ତେବେ ସେ ଈଶ୍ଵର ନୁହଁନ୍ତି (ଏବଂ ଯଦି ଈଶ୍ଵର, ଈଶ୍ଵର ନୁହଁନ୍ତି,…

ପ୍ରଶ୍ନ

ଈଶ୍ଵରଙ୍କୁ କିଏ ସୃଷ୍ଟି କଲେ? ଈଶ୍ଵର କେଉଁଠାରୁ ଆସିଲେ?

ଉତ୍ତର

ନାସ୍ତିକ ଓ ସନ୍ଦେହବାଦି ମାନଙ୍କଠାରୁ ସାଧାରଣ ଯୁକ୍ତି ଅନୁସାରେ, ଯଦି ସମସ୍ତ ବିଷୟ ଅସ୍ଥିତ୍ଵକୁ ଆସିବାରେ ଏକ କାରଣର ଆବଶ୍ୟକ ଅଛି, ତେବେ ଈଶ୍ଵରଙ୍କ ଅସ୍ଥିତ୍ଵ ପଛରେ ଏକ କାରଣର ଆବଶ୍ୟକ ଅଛି । ଏହାର ଉପସହାର ହେଉଛି ଯଦି ଈଶ୍ଵର ତାଙ୍କ ଅସ୍ଥିତ୍ଵ ନିମନ୍ତେ ଏକ କାରଣର ଆବଶ୍ୟକ କରନ୍ତି, ତେବେ ସେ ଈଶ୍ଵର ନୁହଁନ୍ତି (ଏବଂ ଯଦି ଈଶ୍ଵର, ଈଶ୍ଵର ନୁହଁନ୍ତି, ତେବେ ପ୍ରକୃତରେ ଈଶ୍ଵର ନାହାନ୍ତି) । ଏହା ମୌଳିକ ପ୍ରଶ୍ନ “ଈଶ୍ଵରଙ୍କୁ କିଏ ସୃଷ୍ଟି କଲେ” ରୁ ଅଳ୍ପ କିଛି ପରିମାଣରେ ଜଟିଳ ରୂପ ଅଟେ । ସମସ୍ତେ ଜାଣନ୍ତି ଯେ ଶୂନ୍ୟରୁ କୌଣସି ବିଷୟ ଆସେନାହିଁ । ତେଣୁ, ଯଦି ଈଶ୍ଵର “କିଛି” ଅଟନ୍ତି, ତେବେ ତାଙ୍କ କ୍ଷେତ୍ରରେ ଏକ କାରଣ ରହିଥିବ, ଠିକ୍‍ ଅଛି?

ଏହା ଏକ ଜଟିଳ ପ୍ରଶ୍ନ ଅଟେ କାରଣ ଏହା ଏକ ଭ୍ରାନ୍ତ ଧାରଣା ଯେ ଈଶ୍ଵର କୌଣସି ଏକ ସ୍ଥାନରୁ ଆସିଅଛନ୍ତି ଏବଂ ପରେ ପଚରା ଯାଏ ଯେ ସେହି ସ୍ଥାନ କେଉଁଠାରେ ଅଛି । ଏହାର ଉତ୍ତର ହେଉଛି ଏହି ପ୍ରଶ୍ନର କାଔନଶୀ ଅର୍ଥ ନାହିଁ । ଏହା ଏହିପ୍ରକାର ପଚାରିବା ସହିତ ସମାନ ଅଟେ ଯେ “ନୀଳ କିପରି ବାସେ?” ନୀଳ ଏପରି କୌଣସି ଶ୍ରେଣୀରେ ନାହିନ ଯାହାର କୌଣସି ବାସନା ରହିଛି, ତେଣୁ ଏହି ପ୍ରଶ୍ନଟି ହିଁ ଭୁଲ୍‍ । ଠିକ୍‍ ସେହିପରି, ଈଶ୍ଵର ମଧ୍ୟ ଏପରି ଏକ ଶ୍ରେଣୀରେ ନାହାଁନ୍ତି, ଯାହା ସୃଷ୍ଟି କରାଯାଇଛି କିମ୍ବା ଯାହାର ଏକ କାରଣ ଅଛି । ଈଶ୍ଵର ବିନାକାରକ ଓ ଅସୃଷ୍ଟ ଅଟନ୍ତି –ସେ ସେ ସର୍ବଦା ଅସ୍ଥିତ୍ଵରେ ଅଛନ୍ତି ।

ଆମେ ଏହା କିପରି ଜାଣୁ? ଆମେ ଜାଣୁ ଯେ ଶୂନ୍ୟରୁ, ଶୂନ୍ୟ ହିଁ ଆସିଥାଏ । ତେବେ, ଯଦି ଏକ ସମୟରେ କୌଣସି ବିଷୟ ସଂପୂର୍ଣ୍ଣ ଅସ୍ଥିତ୍ଵରେ ନ ଥିଲା, ତେବେ କୌଣସି ବିଷୟ ଅସ୍ଥିତ୍ଵରେ ଆସି ନଥାନ୍ତା । କିନ୍ତୁ ବିଷୟ ଅସ୍ଥିତ୍ଵରେ ରହିଛି । ତେଣୁ କିଛି ଅସ୍ଥିତ୍ଵରେ ନଥିବା ପରି କୌଣସି ସମୟ ନଥିଲା, କୌଣସି ବିଷୟ ସର୍ବଦା ଅସ୍ଥିତ୍ଵରେ ରହିଅଛି । ସେହି ସର୍ବଦା-ଅସ୍ଥିତ୍ଵରେ ଥିବା ବିଷୟକୁ ଆମେ ଈଶ୍ଵର କହୁ । ଈଶ୍ଵର ହେଉଛନ୍ତି ଅସୃଷ୍ଟ ବ୍ୟକ୍ତି ଯିଏ ସମସ୍ତ ବିଷୟର କାରକ ହେଲେ ବା ସମସ୍ତ ବିଷୟକୁ ଅସ୍ଥିତ୍ଵକୁ ଆଣିଲେ । ଈଶ୍ଵର ହେଉଛନ୍ତି ଅସୃଷ୍ଟ ସୃଷ୍ଟିକର୍ତ୍ତା ଯିଏ ବ୍ରହ୍ମାଣ୍ଡ ଓ ଏଥିରେ ଥିବା ସମସ୍ତ ବିଷୟକୁ ସୃଷ୍ଟି କରିଛନ୍ତି ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଈଶ୍ଵରଙ୍କୁ କିଏ ସୃଷ୍ଟି କଲେ? ଈଶ୍ଵର କେଉଁଠାରୁ ଆସିଲେ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.