ଉନ୍ମୁକ୍ତ ଆସ୍ତିକବାଦ କ’ଣ?

ପ୍ରଶ୍ନ ଉନ୍ମୁକ୍ତ ଆସ୍ତିକବାଦ କ’ଣ? ଉତ୍ତର “ଉନ୍ମୁକ୍ତ ଆସ୍ତିକବାଦ” ଯାହା “ଉନ୍ମୁକ୍ତତା ଈଶ୍ବରତତ୍ତ୍ବ” ଭାବେ ମଧ୍ୟ ଜଣାଶୁଣା ଏବଂ “ଈଶ୍ବରଙ୍କ ଉନ୍ମୁକ୍ତତା” ହେଉଛି ମନୁଷ୍ୟର ସ୍ବାଧୀନ ଇଛା ବିଷୟରେ ଈଶ୍ବରଙ୍କ ପୂର୍ବ ଜ୍ଞାନକୁ ବର୍ଣ୍ଣନା କରିବାର ଏକ ପ୍ରୟାସ । ଉନ୍ମୁକ୍ତ ଈଶ୍ବରତତ୍ତ୍ବର ଯୁକ୍ତି ମୂଳତଃ ଏହା ଅଟେ: ମାନବଜାତି ପ୍ରକୃତରେ ମୁକ୍ତ ଅଟନ୍ତି; ଯଦି ଈଶ୍ବର ପ୍ରକୃତରେ ଭବିଷ୍ୟତ ଜାଣିଥାନ୍ତେ, ମନୁଷ୍ୟଜାତି ପ୍ରକୃତରେ ସ୍ବାଧୀନ ହୋଇପାରିବେନାହିଁ । ଅତଏବ, ଈଶ୍ବର ଭବିଷ୍ୟତ ବିଷୟରେ ସବୁକିଛି ପ୍ରକୃତରେ…

ପ୍ରଶ୍ନ

ଉନ୍ମୁକ୍ତ ଆସ୍ତିକବାଦ କ’ଣ?

ଉତ୍ତର

“ଉନ୍ମୁକ୍ତ ଆସ୍ତିକବାଦ” ଯାହା “ଉନ୍ମୁକ୍ତତା ଈଶ୍ବରତତ୍ତ୍ବ” ଭାବେ ମଧ୍ୟ ଜଣାଶୁଣା ଏବଂ “ଈଶ୍ବରଙ୍କ ଉନ୍ମୁକ୍ତତା” ହେଉଛି ମନୁଷ୍ୟର ସ୍ବାଧୀନ ଇଛା ବିଷୟରେ ଈଶ୍ବରଙ୍କ ପୂର୍ବ ଜ୍ଞାନକୁ ବର୍ଣ୍ଣନା କରିବାର ଏକ ପ୍ରୟାସ । ଉନ୍ମୁକ୍ତ ଈଶ୍ବରତତ୍ତ୍ବର ଯୁକ୍ତି ମୂଳତଃ ଏହା ଅଟେ: ମାନବଜାତି ପ୍ରକୃତରେ ମୁକ୍ତ ଅଟନ୍ତି; ଯଦି ଈଶ୍ବର ପ୍ରକୃତରେ ଭବିଷ୍ୟତ ଜାଣିଥାନ୍ତେ, ମନୁଷ୍ୟଜାତି ପ୍ରକୃତରେ ସ୍ବାଧୀନ ହୋଇପାରିବେନାହିଁ । ଅତଏବ, ଈଶ୍ବର ଭବିଷ୍ୟତ ବିଷୟରେ ସବୁକିଛି ପ୍ରକୃତରେ ଜାଣନ୍ତି ନାହିଁ । ଉନ୍ମୁକ୍ତ ଆସ୍ତିକବାଦ ମତ ପୋଷଣ କରେ ଯେ ଭବିଷ୍ୟତ ଜ୍ଞାତବ୍ୟ ନୁହେଁ । ଅତଏବ, ଯେଉଁଗୁଡିକ ଜାଣିହେବ ସେସମସ୍ତ ଈଶ୍ବର ଜାଣନ୍ତି, କିନ୍ତୁ ସେ ଭବିଷ୍ୟତ ଜାଣନ୍ତି ନାହିଁ ।

ଉନ୍ମୁକ୍ତ ଆସ୍ତିକବାଦ ନିମ୍ନ ଶାସ୍ତ୍ରାଂଶଗୁଡିକ ବିଶ୍ବାସ କରିବା ଉପରେ ପର୍ଯ୍ୟବେସିତ ଅଟେ ଯାହା ବର୍ଣ୍ଣନା କରେ ଯେ ଈଶ୍ବର ତାଙ୍କ “ମତ ପରିବର୍ତ୍ତନ କରନ୍ତି” କିମ୍ବା “ଆଶ୍ଚର୍ଯ୍ୟ ହୋଇଯାଆନ୍ତି” କିମ୍ବା “କୌଣସି ବିଷୟରେ ଜାଣିବାକୁ ପାଆନ୍ତି” (ଆଦି ୬:୬; ୨୨:୧୨; ଯାତ୍ରା ୩୨:୧୪; ଯୂନସ ୩:୧୦) । ଅନେକ ଅଧିକ ଶାସ୍ତ୍ରାଂଶଗୁଡିକ, ଯାହା ଈଶ୍ବରଙ୍କ ଭବିଷ୍ୟତ ଜ୍ଞାନ ବର୍ଣ୍ଣନା କରେ, ସେହି ସମସ୍ତ ଶାସ୍ତ୍ରାଂଶଗୁଡିକ ଏପରି ଭାବରେ ବୁଝିବାକୁ ପଡିବ ଆମେ ବୁଝିପାରୁଥିବା ଭାବରେ ଈଶ୍ବର ଆପଣାକୁ ବର୍ଣ୍ଣନା କରନ୍ତି । ଆମ କାର୍ଯ୍ୟସବୁ ଏବଂ ନିଷ୍ପତ୍ତିଗୁଡିକ କ’ଣ ହେବ ତାହା ଈଶ୍ବର ଜାଣନ୍ତି, କିନ୍ତୁ ଆମ କାର୍ଯ୍ୟସବୁର ଆଧାରରେ ତାଙ୍କ କାର୍ଯ୍ୟସକଳ ବିଷୟରେ ସେ “ତାଙ୍କ ମତ ପରିବର୍ତ୍ତନ କରନ୍ତି” । ମାନବଜାତିର ଦୁଷ୍ଟତା ବିଷୟ ନେଇ ଈଶ୍ବରଙ୍କ ହତୋତ୍ସାହ ବୁଝାଏ ନାହିଁ ଯେ ସେ ଏହା ଘଟିବ ବୋଲି ପୂର୍ବରୁ ଅବଗତ ନ ଥିଲେ ।

ଉନ୍ମୁକ୍ତ ଆସ୍ତିକବାଦ ବିପରୀତରେ, ଗୀତସଂହିତା ୧୩୯:୪, ୧୬ ଦର୍ଶାଏ “କାରଣ ହେ ସଦାପ୍ରଭୁ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ଗୋଚର ନୁହେଁ, ଏପରି ଗୋଟିଏ କଥା ମୋ ଜିହ୍ବାରେ ନାହିଁ ।… ତନ୍ମଧ୍ୟରୁ ଗୋଟିଏ ମଧ୍ୟ ନହେଉଣୁ ତାହାସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା ।” ଈଶ୍ବର କିପରି ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଜଟି‌ଳ ବିବରଣୀ ଗୁଡିକ ପୁରାତନ ନିୟମରେ ଭାବବାଣୀ ଭାବରେ କହିଲେ ଯଦି ସେ ଭବିଷ୍ୟତ ଜାଣିନଥାନ୍ତେ? ଈଶ୍ବର ଯେକୌଣସି ଭାବରେ କିପରି ଆମ୍ଭମାନଙ୍କର ଅନନ୍ତକାଳୀନ ପରିତ୍ରାଣର ପ୍ରତିଶ୍ରୁତି ଦେଇପାରିଥାନ୍ତେ ଯଦି ସେ ଭବିଷ୍ୟତକୁ ଧାରଣ କରିନଥାନ୍ତେ ?

ପରିଶେଷରେ, ଉନ୍ମୁକ୍ତ ଆସ୍ତିକବାଦ ଏହି ବିଷୟରେ ବିଫଳ ହୁଏ ଯେ ଏହା ବ୍ୟାଖ୍ୟା କରାଯାଉନଥିବା ବିଷୟକୁ ବ୍ୟାଖ୍ୟା କରିବାର ପ୍ରଚେଷ୍ଟା କରିଥାଏ – ତାହା ହେଉଛି ଈଶ୍ବରଙ୍କ ପୂର୍ବ ଜ୍ଞାନ ଏବଂ ମନୁଷ୍ୟର ସ୍ବାଧୀନ ଇଛା । ଠିକ୍ ଯେପରି ଅତିଶୟ କାଲଭିନମତବାଦ ମନୁଷ୍ୟଜାତିକୁ ପୂର୍ବ ପ୍ରୋଗ୍ରାମଯୁକ୍ତ ରୋବୋଟ୍ ଠାରୁ ଅଧିକ କିଛି ନ କରି ଏ ବିଷୟରେ ବିଫଳ ହୋଇଥାଏ, ଠିକ୍ ସେହିପରି ଉନ୍ମୁକ୍ତ ଆସ୍ତିକବାଦ ଏହି ବିଷୟରେ ବିଫଳ ହୋଇଥାଏ ଯେ, ଏହା ଈଶ୍ବରଙ୍କ ପ୍ରକୃତ ସର୍ବ ଜ୍ଞାନ ଏବଂ ସାର୍ବଭୌମତ୍ବକୁ ପ୍ରତ୍ୟାଖ୍ୟାନ କରେ । ଈଶ୍ବରଙ୍କୁ ନିହାତି ବିଶ୍ବାସ ଦ୍ବାରା ବୁଝିବାକୁ ପଡିବ, କାରଣ “ବିଶ୍ବାସ ବିନା ଈଶ୍ବରଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ” (ଏବ୍ରୀ ୧୧:୬କ) । ଅତଏବ, ଉନ୍ମୁକ୍ତ ଆସ୍ତିକବାଦ ଶାସ୍ତ୍ରସମ୍ମତ ନୁହେଁ । ସସୀମ ମନୁଷ୍ୟ ଏକ ଅସୀମ ଈଶ୍ବରଙ୍କୁ ବୁଝିବାର ଚେଷ୍ଟା କରିବା ନିମନ୍ତେ ଏହା ଆଉ ଏକ ଉପାୟ । ଉନ୍ମୁକ୍ତ ଆସ୍ତିକବାଦକୁ ଖ୍ରୀଷ୍ଟଙ୍କ ଅନୁଗାମୀଗଣଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍ । ଯେତେବେଳେ ଉନ୍ମୁକ୍ତ ଆସ୍ତିକବାଦ ଈଶ୍ବରଙ୍କ ପୂର୍ବ ଜ୍ଞାନ ଓ ମନୁଷ୍ୟର ସ୍ବାଧୀନ ଇଛା ମଧ୍ୟରେ ଥିବା ସମ୍ପର୍କର ଏକ ବ୍ୟାଖ୍ୟା, ଏହା ବାଇବଲ ସମ୍ମତ ବ୍ୟାଖ୍ୟା ନୁହେଁ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଉନ୍ମୁକ୍ତ ଆସ୍ତିକବାଦ କ’ଣ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.