କଅଣ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ?

ପ୍ରଶ୍ନ କଅଣ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ? ଉତ୍ତର ହଁ, ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ | ଅତ୍ୟ-ଆଧୁନିକ ଯୁଗରେ ଏହି ପ୍ରକାର ପୃଥକୀକରଣ ବକ୍ତବ୍ୟ ଲୋକମାନଙ୍କୁ ବିଚଳିତ କରିପାରେ, କିନ୍ତୁ ଏହି ବାକ୍ୟଟି ସତ୍ୟ ଅଟେ | ବାଇବଲ୍ ଶିକ୍ଷା ଦିଏ ଯେ, ଯୀଶୁଙ୍କ ବୀନା ପରିତ୍ରାଣ ପାଇଁ ଆଉ କୌଣସି ପଥ ନାହିଁ | ଯୀଶୁ ସ୍ଵୟଂ କହିଲେ, ଯୋହନ ୧୪:୬ “ମୁଁ ପଥ, ସତ୍ୟ…

ପ୍ରଶ୍ନ

କଅଣ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ?

ଉତ୍ତର

ହଁ, ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ | ଅତ୍ୟ-ଆଧୁନିକ ଯୁଗରେ ଏହି ପ୍ରକାର ପୃଥକୀକରଣ ବକ୍ତବ୍ୟ ଲୋକମାନଙ୍କୁ ବିଚଳିତ କରିପାରେ, କିନ୍ତୁ ଏହି ବାକ୍ୟଟି ସତ୍ୟ ଅଟେ | ବାଇବଲ୍ ଶିକ୍ଷା ଦିଏ ଯେ, ଯୀଶୁଙ୍କ ବୀନା ପରିତ୍ରାଣ ପାଇଁ ଆଉ କୌଣସି ପଥ ନାହିଁ | ଯୀଶୁ ସ୍ଵୟଂ କହିଲେ, ଯୋହନ ୧୪:୬ “ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ” | ସେ ଅନେକଙ୍କ ମଧ୍ୟରେ ଏକ ପଥ ନୁହଁନ୍ତି, ମାତ୍ର କେବଳ ସେ ହିଁ ପଥ, ଏକ ଓ ଏକମାତ୍ର ପଥ ଅଟନ୍ତି | ଯୀଶୁଙ୍କ ବୀନା କେହି ସୁଧା ନିଜ ଖ୍ୟାତି, ସଫଳତା, ସ୍ଵତନ୍ତ୍ରଜ୍ଞାନ ଅବା ପବିତ୍ର ଜୀବନ ଦ୍ଵାରା ପିତା ଈଶ୍ଵରଙ୍କ ନିକଟବରତି ହୋଇପାରେ ନାହିଁ ।

ଅନେକ କାରଣ ହେତୁ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ କେବଳ ଏକମାତ୍ର ପଥ, | ଉଦ୍ଧାରକର୍ତ୍ତା ହେବା ନିମନ୍ତେ ଯୀଶୁ “ଈଶ୍ଵରଙ୍କ ଦ୍ଵାରା ମନୋନୀତ” ହୋଇଥିଲେ (୧ ପିତର ୨:୪) | ଯୀଶୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ସ୍ଵର୍ଗରୁ ଅବତରଣ ଓ ସେଠାକୁ ପ୍ରତ୍ୟାବର୍ତ୍ତନ କରିଥିଲେ (ଯୋହନ ୩:୧୩) | ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ସମ୍ପୁର୍ଣ୍ଣରୁପେ ମାନବ ଜୀବନ ଅତିବାହିତ କରିଥିଲେ (ଏବ୍ରୀ ୪:୧୫) | ପାପ କ୍ଷମା ନିମନ୍ତେ ସେ ହିଁ ଏକମାତ୍ର ବଳିଦାନ ଅଟନ୍ତି (୧ ଯୋହନ ୨:୨; ଏବ୍ରୀ ୧୦:୨୬) | ସେ ହିଁ କେବଳ ବ୍ୟବସ୍ଥା ଓ ଭାବବାଦୀ ମାନଙ୍କ ଦ୍ୱାରା କୁହାଯାଇଥିବା ବାକ୍ୟକୁ ସଫଳ କରିଥିଲେ (ମାଥିଉ ୫:୧୭) | କେବଳ ସେ ହିଁ ମୃତ୍ୟୁ ଉପରେ ଚିର ବିଜୟ ହାସଲ କରିଅଛନ୍ତି (ଏବ୍ରୀ ୨:୧୪, ୧୫) | ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ସେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି (୧ ତୀମଥି ୨:୫) | ସେ ହିଁ ଏକମାତ୍ର ବ୍ୟକ୍ତି ଯାହାଙ୍କୁ ଈଶ୍ଵର “ଅତିଶୟ ଉନ୍ନତ କରିଅଛନ୍ତି…ସର୍ବୋତ୍କୃଷ୍ଟନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି” (ଫିଲିପିୟ ୨:୯) |

ଯୋହନ ୧୪:୬ ବ୍ୟତୀତ ଅନେକ ସ୍ଥାନରେ, ଯୀଶୁ ଖ୍ରୀଷ୍ଟ କହିଅଛନ୍ତି ଯେ, ସ୍ଵର୍ଗକୁ ଯିବା ପାଇଁ, ସେ ହିଁ ଏକମାତ୍ର ପଥ ଅଟନ୍ତି | ମାଥିଉ ୭:୨୧-୨୭ରେ ସେ ନିଜକୁ ବିଶ୍ଵାସର ପାତ୍ର ରୁପେ ଉପସ୍ଥାପନା କରିଥିଲେ | ସେ କହିଲେ, ତାହାଙ୍କ ବାକ୍ୟଗୁଡ଼ିକ ହେଉଛି ଜୀବନ (ଯୋହନ ୬:୬୩) | ସେ ପ୍ରତିଜ୍ଞା ଦେଇଛନ୍ତି ଯେ, ଯେଉଁମାନେ ତାହାଙ୍କୁ ବିଶ୍ଵାସ କରିବେ, ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ (ଯୋହନ ୩:୧୪,୧୫) | ମେଷଗୁଡ଼ିକ ପାଇଁ ସେ ହେଉଛନ୍ତି ଏକମାତ୍ର ଦ୍ଵାର (ଯୋହନ ୧୦:୭); ସେ ଜୀବନଦାୟକ ଆହାର (ଯୋହନ ୬:୩୫) ଏବଂ ସେ ପୁନରୁତଥାନ ଅଟନ୍ତି (ଯୋହନ ୧୧:୨୫) | ଏହି ଉପାଧି ଗୁଡ଼ିକ ଅନ୍ୟ କେହି ଅଧିକାରର ସହ ଦାବି କରିବା ପାରିବେ ନାହଁ |

ପ୍ରେରିତମାନଙ୍କ ପ୍ରଚାର ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତଥାନ ଉପରେ କେନ୍ଦ୍ରିତ ଥିଲା | ମହାସଭାରେ ପିତର ପ୍ରଚାର କରୁଥିବା ସମୟରେ, ସ୍ପଷ୍ଟଭାବରେ କହିଥିଲେ ଯେ, ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ: “ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ଵାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ” (ପ୍ରେରିତ ୪:୧୨) | ଆନ୍ତଃଖିୟର ସମାଜଗୃହରେ, ପାଉଲ କହୁଥିବା ସମୟରେ, ସେ ଯୀଶୁଙ୍କୁ ଏକମାତ୍ର ଉଦ୍ଧାରକର୍ତ୍ତା ରୁପେ ଉପସ୍ଥାପନା କରିଥିଲେ: “ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଅନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ଵାରା ଆପଣମାନଙ୍କ ନିକଟରେ ପାପମୋଚନ ପ୍ରଚାର କରାଯାଉଛି | ବିଶ୍ଵାସକାରୀ ପ୍ରତ୍ୟକ ଲୋକ ତାହାଙ୍କ ଦ୍ଵାରା ସେହି ସମସ୍ତ ବିଷୟରୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି” (ପ୍ରେରିତ ୧୩:୩୮,୩୯) | ଯୋହନ ମଣ୍ଡଳୀ ସମୂହଙ୍କୁ ପତ୍ର ଲେଖିବା ସମୟରେ ନିର୍ଦ୍ଧିଷ୍ଟରୁପେ କହନ୍ତି ଯେ, ଯୀଶୁ ଖ୍ରୀଷ୍ଟଙ୍କ ନାମ ହେଉଛି ପାପକ୍ଷମାର ଏକମାତ୍ର ଆଧାର: “ପ୍ରିୟଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କ ପାପକ୍ଷମା ହୋଇଅଛି” (୧ ଯୋହନ ୨:୧୨) | ଯୀଶୁଙ୍କ ଛଡ଼ା ଆଉ କେହି ପାପକ୍ଷମା କରିପାରିବେ ନାହିଁ |

ସ୍ଵର୍ଗରେ ଅନନ୍ତ ଜୀବନ କେବଳ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତଥାନ ଦ୍ଵାରା ହିଁ ସମ୍ଭବ ଅଟେ | ଯୀଶୁ ପ୍ରାର୍ଥନା କାଲେ , “ଆଉ, ଏକମାତ୍ର ସତ୍ୟ ଈଶ୍ଵର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ” (ଯୋହନ ୧୭:୩) | ଈଶ୍ଵରଙ୍କ ପରିତ୍ରାଣର ଦାନକୁ ବିନାମୂଲ୍ୟରେ ଗ୍ରହଣ କରିବା ପାଇଁ, ଆମେ କେବଳ ଓ ଏକମାତ୍ର ଯୀଶୁଙ୍କୁ ଚାହିଁବା ଆବଶ୍ୟକ । ଆମ ପାପର ମୂଲ୍ୟ ଦେବା ପାଇଁ ଯୀଶୁଙ୍କ କୃଶୀୟ ମୃତ୍ୟୁଭୋଗ ଏବଂ ପୁନରୁତ୍ଥାନକୁ ଆମେ ନିଶ୍ଚିତ ରୂପେ ବିଶ୍ଵାସ କରିବାକୁ ପଡ଼ିବ | “ଈଶ୍ଵରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ସମସ୍ତ ବିଶ୍ଵାସୀଙ୍କ ପ୍ରତି ବର୍ତ୍ତେ ”(ରୋମୀୟ ୩:୨୨) |

ଯୀଶୁଙ୍କ ସେବାକାର୍ଯ୍ୟର ଏକ ପର୍ଯ୍ୟାୟରେ, ଅନେକ ଲୋକମାନେ ଆଉ ଏକ ଉଦ୍ଧାରକର୍ତ୍ତାର ଆଶାରେ ତାହାଙ୍କୁ ପରିତ୍ୟାଗ କରି ଚାଲିଯାଉଥିଲେ, ଓ ପାଇବା ଆଶାରେ ସେମାନେ ଅପେକ୍ଷା କରୁଥିଲେ | ଯୀଶୁ ଦ୍ଵାଦଶ ଶିଷ୍ୟଙ୍କୁ ପଚାରିଲେ, “ତୁମେ ବି କଅଣ ଚାଲିଯିବାକୁ ଇଚ୍ଛା କରୁଅଛ?” (ଯୋହନ ୬:୬୭) ପିତରଙ୍କ ପ୍ରତ୍ୟୁତ୍ତର ସମ୍ପୂର୍ଣ୍ଣରୂପେ ଠିକ୍ ଥିଲା: “ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତଜୀବନର ବାକ୍ୟ ଅଛି; ଆଉ, ଆପଣ ଯେ ଈଶ୍ଵରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ଵାସ କରିଅଛୁ ଓ ଜାଣିଅଛୁ” (ଯୋହନ ୬:୬୮,୬୯) | ଆସନ୍ତୁ, ଆମେ ପିତରଙ୍କ ଭଳି ବିଶ୍ଵାସ ରଖୁ ଯେ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅନନ୍ତ ଜୀବନ କେବଳ ଯୀଶୁଙ୍କଠାରେ ଅଛି | ଆମେନ୍ |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା “ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି” ବୋତାମକୁ କ୍ଲିକ୍ କରନ୍ତୁ

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

କଅଣ ସ୍ଵର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.