ଖ୍ରୀଷ୍ଟିୟ ଧ୍ୟାନ କ’ଣ?
ପ୍ରଶ୍ନ ଖ୍ରୀଷ୍ଟିୟ ଧ୍ୟାନ କ’ଣ? ଉତ୍ତର ଗୀତସଂହିତା ୧୯:୧୪ କୁହେ, “ହେ ସଦାପ୍ରଭୁ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, ତୁମ୍ଭ ଦୃଷ୍ଟିରେ ମୋ ମୁଖର ବାକ୍ୟ ଓ ମୋ’ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ ।” ତେବେ, ଖ୍ରୀଷ୍ଟିୟ ଧ୍ୟାନ କ’ଣ? ଏବଂ ଖ୍ରୀଷ୍ଟିୟାନ କିପରି ଧ୍ୟାନ କରିବା ଉଚିତ୍? ଦୁର୍ଭାଗ୍ୟବଶତଃ, “ଧ୍ୟାନ” ଶବ୍ଦଟି କିଛି ରହସ୍ୟମୟ ବିଷୟର ଅନ୍ତର୍ନିହିତ ଅର୍ଥର ପ୍ରକାଶ ବହନ କରିପାରେ । କିଛି ଜଣଙ୍କ ପାଇଁ, ଏକ ଅସ୍ବାଭାବିକ ଅବସ୍ଥାରେ…
ଖ୍ରୀଷ୍ଟିୟ ଧ୍ୟାନ କ’ଣ?
ଗୀତସଂହିତା ୧୯:୧୪ କୁହେ, “ହେ ସଦାପ୍ରଭୁ, ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା, ତୁମ୍ଭ ଦୃଷ୍ଟିରେ ମୋ ମୁଖର ବାକ୍ୟ ଓ ମୋ’ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ ।” ତେବେ, ଖ୍ରୀଷ୍ଟିୟ ଧ୍ୟାନ କ’ଣ? ଏବଂ ଖ୍ରୀଷ୍ଟିୟାନ କିପରି ଧ୍ୟାନ କରିବା ଉଚିତ୍? ଦୁର୍ଭାଗ୍ୟବଶତଃ, “ଧ୍ୟାନ” ଶବ୍ଦଟି କିଛି ରହସ୍ୟମୟ ବିଷୟର ଅନ୍ତର୍ନିହିତ ଅର୍ଥର ପ୍ରକାଶ ବହନ କରିପାରେ । କିଛି ଜଣଙ୍କ ପାଇଁ, ଏକ ଅସ୍ବାଭାବିକ ଅବସ୍ଥାରେ ବସିଥିଲା ବେଳେ ମନକୁ ପରିଷ୍କାର କରିବା ହେଉଛି ଧ୍ୟାନ । ଆଉ କିଛି ଜଣଙ୍କ ପାଇଁ ଧ୍ୟାନ ହେଉଛି ଆମ୍ଭମାନଙ୍କ ଚତୁର୍ଦ୍ଦିଗରେ ଥିବା ଆତ୍ମାର ଜଗତ ସହିତ ସମ୍ପର୍କ ସ୍ଥାପନ କରିବା । ଏହିପରି ଧାରଣାଗୁଡିକ ନିହାତି ଭାବେ ଖ୍ରୀଷ୍ଟିୟ ଧ୍ୟାନର ପରିପ୍ରକାଶ ନୁହେଁ ।
ଖ୍ରୀଷ୍ଟିୟ ଧ୍ୟାନ କିଛି ଅଭ୍ୟାସ କରିବାର ବିଷୟ ନୁହେଁ ଯାହା ପ୍ରାଚ୍ୟ ରହସ୍ୟବାଦର ମୂଳଭୂମି ଅଟେ । ଏହିପରି ଅଭ୍ୟାସ ଗୁଡିକ ଐଶରୀୟ ପଠନ (lectio divina), କାଳ୍ପନିକ ଧ୍ୟାନ, ଏବଂ ଅନେକ ପ୍ରକାରର ଧ୍ୟାନ ଯାହାକୁ ଧ୍ୟାନମଗ୍ନ ପ୍ରାର୍ଥନା କୁହାଯାଏ । ଏହି ସମସ୍ତ ସେମାନଙ୍କର ମୂଳ ବିଷୟରେ ଏକ ବିପଦପୂର୍ଣ୍ଣ ଧାରଣା ରଖିଥାନ୍ତିଯେ, ଆମେ ଈଶ୍ବରଙ୍କ ବାକ୍ୟ ମାଧ୍ୟମରେ ନୁହେଁ, କିନ୍ତୁ ଧ୍ୟାନ ମାଧ୍ୟମରେ ବ୍ୟକ୍ତିଗତ ପ୍ରକାଶନ ଦ୍ବାରା “ଈଶ୍ବରଙ୍କ ସ୍ବର ଶୁଣି ପାରିବା” । କିଛି ମଣ୍ଡଳୀ ଏପରି ଲୋକମାନଙ୍କ ଦ୍ବାରା ପରିପୂର୍ଣ୍ଣ ଅଟେ, ଯେଉଁମାନେ କି ଭାବନ୍ତି ଯେ, ସେମାନେ “ପ୍ରଭୁଙ୍କଠାରୁ ବାକ୍ୟ” ଶ୍ରବଣ କରୁଛନ୍ତି ଯାହାକି ଅନେକ ସମୟରେ ପରସ୍ପରର ବିରୋଧାଭାଷ ଅଟେ ସେଇଥିଯୋଗୁଁ ଖ୍ରୀଷ୍ଟଙ୍କ ଶରୀର ମଧ୍ୟରେ ଅଶେଷ ବିଭାଜନ ସୃଷ୍ଟି କରିଥାଏ । ଖ୍ରୀଷ୍ଟିୟାନମାନେ ଈଶ୍ବରଙ୍କ ବାକ୍ୟକୁ ପରିତ୍ୟାଗ କରିବା କଥା ନୁହେଁ ଯାହାକି “ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ବରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ” (୨ତିମଥି ୩:୧୬-୧୭) । ଯଦି ବାଇବଲ ପ୍ରତ୍ୟେକ ଉତ୍ତମ କାର୍ଯ୍ୟ ନିମନ୍ତେ ଆମ୍ଭମାନଙ୍କୁ ଉତ୍ତମ ଭାବେ ସୁସଜ୍ଜିତ କରିବା ନିମନ୍ତେ ଯଥେଷ୍ଟ, ତେବେ ଆମେ ଈଶ୍ବରଙ୍କ ବାକ୍ୟ ପରିବର୍ତ୍ତେ କିମ୍ବା ଈଶ୍ବରଙ୍କ ବାକ୍ୟ ସମେତ କିପରି ଏକ ରହସ୍ୟମୟ ଅନୁଭୂତିର ଅନ୍ବେଷଣ କରିବାର ଆବଶ୍ୟକ ରହିଛି ବୋଲି ଭାବୁ?
ଖ୍ରୀଷ୍ଟିୟ ଧ୍ୟାନ କେବଳ ଈଶ୍ବରଙ୍କ ବାକ୍ୟ ଉପରେ ଏବଂ ଏହା ତାହାଙ୍କ ବିଷୟରେ କ’ଣ ପ୍ରକାଶ କରେ ସେହି ବିଷୟରେ ହିଁ ପର୍ଯ୍ୟବେସିତ ହେବାକୁ ପଡିବ । ଦାଉଦ ଏହାକୁ ସେପରି ଦେଖିଲେ, ଏବଂ ସେ ସେପରି ମନୁଷ୍ୟକୁ “ଧନ୍ୟ” ବୋଲି ବର୍ଣ୍ଣନା କରି କହିଲେ, ଯାହାର “ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆମୋଦ ଥାଏ, ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ” (ଗୀତ ୧:୨) । ବାସ୍ତବ ଖ୍ରୀଷ୍ଟିୟ ଧ୍ୟାନ ହେଉଛି ଏକ ସକ୍ରିୟ ଚିନ୍ତାଧାରା ଯେଉଁଥିଦ୍ବାରା ଆମେ ବାଇବଲ ଅଧ୍ୟୟନ କରିବା ନିମନ୍ତେ ନିଜକୁ ନିୟୋଜିତ କରୁଛୁ, ବାକ୍ୟ ଉପରେ ପ୍ରାର୍ଥନା କରୁଛୁ ଏବଂ ଆତ୍ମାଙ୍କ ଦ୍ବାରା ଏହି ସମସ୍ତର ବୋଧଶକ୍ତି ଦେବା ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ, ଯେଉଁ ଆତ୍ମା ଆମ୍ଭମାନଙ୍କୁ “ସମସ୍ତ ସତ୍ୟ”ରେ କଢାଇ ନେବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି (ଯୋହନ ୧୬:୧୩) । ତାହାପରେ ଆମେ ଏହି ସତ୍ୟତାକୁ ଅଭ୍ୟାସରେ ପରିଣତ ଏହା ଆତ୍ମିକ ବୃଦ୍ଧି ଏବଂ ଆମେ ତାଙ୍କ ପବିତ୍ରଆତ୍ମାଙ୍କ ଦ୍ବାରା ଶିକ୍ଷାପ୍ରାପ୍ତ ହୋଇଥିବା ଅନୁଯାୟୀ ଈଶ୍ବରଙ୍କ ବିଷୟଗୁଡିକରେ ଆମ୍ଭମାନଙ୍କୁ ପରିପକ୍ବ କରି ଜୀବନର ନୀତି ଭାବରେ ଶାସ୍ତ୍ର ନିକଟରେ ସମର୍ପିତ ହେଉ ଏବଂ ଆମେ ଆମର ଦୈନନ୍ଦିନ କାର୍ଯ୍ୟାବଳୀ କରିବା ସମୟରେ ଏହାକୁ କାର୍ଯ୍ୟରେ ପରିଣତ କରାଏ ।
[English]
[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]
ଖ୍ରୀଷ୍ଟିୟ ଧ୍ୟାନ କ’ଣ?