ଜଣେ ସ୍ତ୍ରୀ ତା’ ସ୍ବାମୀର ବଶ୍ୟତା ସ୍ବୀକାର କରିବାକୁ ହେବକି?

ପ୍ରଶ୍ନ ଜଣେ ସ୍ତ୍ରୀ ତା’ ସ୍ବାମୀର ବଶ୍ୟତା ସ୍ବୀକାର କରିବାକୁ ହେବକି? ଉତ୍ତର ବିବାହ ବିଷୟରେ ବଶ୍ୟତା ସ୍ବୀକାର ଏକ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ଏପରିକି ଜଗତ ମଧ୍ୟକୁ ପାପ ପ୍ରବେଶ କରିବା ପୂର୍ବରୁ, କର୍ତ୍ତାପଣର ନୀତି ଥିଲା (୧ତିମଥି ୨:୧୩) । ଆଦମ ପ୍ରଥମେ ନିର୍ମିତ ହେଲେ, ଏବଂ ହବା ଆଦମଙ୍କ “ସାହାଯ୍ୟକାରିଣୀ” ହେବା ନିମନ୍ତେ ନିର୍ମିତ ହେଲେ (ଆଦି ୨:୧୮-୨୦) । ଠିକ୍ ସେହି ସମୟରେ, ଯେହେତୁ ପାପ ନା ଥିଲା,…

ପ୍ରଶ୍ନ

ଜଣେ ସ୍ତ୍ରୀ ତା’ ସ୍ବାମୀର ବଶ୍ୟତା ସ୍ବୀକାର କରିବାକୁ ହେବକି?

ଉତ୍ତର

ବିବାହ ବିଷୟରେ ବଶ୍ୟତା ସ୍ବୀକାର ଏକ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ଏପରିକି ଜଗତ ମଧ୍ୟକୁ ପାପ ପ୍ରବେଶ କରିବା ପୂର୍ବରୁ, କର୍ତ୍ତାପଣର ନୀତି ଥିଲା (୧ତିମଥି ୨:୧୩) । ଆଦମ ପ୍ରଥମେ ନିର୍ମିତ ହେଲେ, ଏବଂ ହବା ଆଦମଙ୍କ “ସାହାଯ୍ୟକାରିଣୀ” ହେବା ନିମନ୍ତେ ନିର୍ମିତ ହେଲେ (ଆଦି ୨:୧୮-୨୦) । ଠିକ୍ ସେହି ସମୟରେ, ଯେହେତୁ ପାପ ନା ଥିଲା, ଈଶ୍ବରଙ୍କ କର୍ତ୍ତୃକକୁ ମାନିବା ବ୍ୟତୀତ ମନୁଷ୍ୟ ନିମନ୍ତେ କୌଣସି କର୍ତ୍ତାପଣ ନ ଥିଲା । ଯେତେବେଳେ ଆଦମ ଏବଂ ହବା ଈଶ୍ବରଙ୍କ ଅବାଧ୍ୟ ହେଲେ, ପାପ ଜଗତ ମଧ୍ୟକୁ ପ୍ରବେଶ କଲା, ତା’ ପରେ ହିଁ କର୍ତ୍ତୃକର ଆବଶ୍ୟକତା ପଡିଲା । ଅତଏବ, ଦେଶର ବ୍ୟବସ୍ଥା ବଳବତ୍ତର ରଖିବାକୁ ଏବଂ ଆମେ ଚାହୁଁଥିବା ସୁରକ୍ଷା ଯୋଗାଇଦେବା ନିମନ୍ତେ ଆବଶ୍ୟକୀୟ କର୍ତ୍ତୃକ ଈଶ୍ବର ପ୍ରତିଷ୍ଠା କଲେ । ପ୍ରଥମତଃ, ଆମେ ଈଶ୍ବରଙ୍କର ବଶ୍ୟତା ସ୍ବୀକାର କରିବା ଉଚିତ୍, ଯାହା ତାଙ୍କର ବାଧ୍ୟ ହେବା ନିମନ୍ତେ ଏକମାତ୍ର ପଥ ଅଟେ (ଯାକୁବ ୧:୨୧; ୪:୭) । ୧କରିନ୍ଥୀୟ ୧୧:୨-୩ରେ , ଆମେ ଦେଖୁ ଯେ ଖ୍ରୀଷ୍ଟ ଯେପରି ଈଶ୍ବରଙ୍କର ବଶୀଭୂତ ହୋଇଥିଲେଏ, ସେହିପରି ସ୍ବାମୀମାନେ ଖ୍ରୀଷ୍ଟଙ୍କର ବଶୀଭୂତ ହେବା ଉଚିତ୍ । ତା’ପରେ ତା’ ପରବର୍ତ୍ତୀ ପଦ କୁହେ ଯେ, ସ୍ତ୍ରୀ ତାଙ୍କ ଉଦାହରଣକୁ ଅନୁକରଣ କରିବା ଉଚିତ୍ ଏବଂ ତା’ ସ୍ବାମୀଙ୍କର ବଶ୍ୟତା ସ୍ବୀକାର କରିବା ଉଚିତ୍ ।

ବଶ୍ୟତାସ୍ବୀକାର ହେଉଛି ପ୍ରେମପୂର୍ଣ୍ଣ ନେତୃତ୍ବର ପ୍ରାକୃତିକ ପ୍ରତ୍ୟୁତ୍ତର । ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରନ୍ତି ସେପରି ଯେତେବେଳେ ଜଣେ ସ୍ବାମୀ ତା’ ସ୍ତ୍ରୀଙ୍କୁ ପ୍ରେମ କରେ (ଏଫିସୀୟ ୫:୨୫-୩୩), ସେତେବେଳେ ଜଣେ ସ୍ତ୍ରୀଠାରୁ ତା’ ସ୍ବାମୀ ପ୍ରତି ବଶ୍ୟତାସ୍ବୀକାର ଏହାର ପ୍ରାକୃତିକ ଉତ୍ତର ହୋଇଥାଏ । “submit” (ବଶ୍ୟତା) ନିମନ୍ତେ ବ୍ୟବହାର କରାଯାଇଥିବା ଗ୍ରୀକ୍ ଶବ୍ଦ ହେଉଛି hupotasso, ଯାହା କ୍ରିୟାର ଚାଲୁ ରଖିବା ଆକାର ଅଟେ । ତାହାର ଅର୍ଥ ହେଉଛି ଈଶ୍ବରଙ୍କୁ, ଶାସନ ବ୍ୟବସ୍ଥାର ଏବଂ ଏକ ସ୍ବାମୀଙ୍କ ବଶୀଭୂତ ହେବା ଏକ -ସମୟ କାର୍ଯ୍ୟ ନୁହେଁ । ଏହା ଅବିରତ ଚାଲୁଥିବା ଏକ ମନୋଭାବ ଅଟେ, ଯାହା ବ୍ୟବହାରର ଏକ ନମୁନା ଅଟେ । ଏଫିସୀୟ ୫ରେ କୁହାଯାଇଥିବା ବଶ୍ୟତାସ୍ବୀକାର ଜଣେ ସ୍ବାର୍ଥପର, କର୍ତ୍ତାପଣ ଜାହିର କରୁଥିବା ବ୍ୟକ୍ତିପ୍ରତି ଜଣେ ବିଶ୍ବାସୀଙ୍କ ଏକ-ପାଖିଆ ଅଧିନତା ସ୍ବୀକାର ନୁହେଁ । ବାଇବଲ ପର୍ଯ୍ୟବେସିତ ବଶ୍ୟତା ସ୍ବୀକାର ଦୁଇଜଣ ଆତ୍ମାରେ ପରିପୂର୍ଣ୍ଣ ବିଶ୍ବାସୀଙ୍କ ମଧ୍ୟରେ ଉଦ୍ଦେଶ୍ୟମୂଳକ ଭାବରେ ବ୍ୟବସ୍ଥା କରାଯାଇଛି ଯେଉଁମାନେ ପାରସ୍ପରିକ ମତରେ ପରସ୍ପର ପ୍ରତି ଏବଂ ଈଶ୍ବରଙ୍କ ପ୍ରତି ବଶ୍ୟତା ସ୍ବୀକାର କରନ୍ତି । ବଶ୍ୟତା ସ୍ବୀକାର ହେଉଛି ଦ୍ବିପଥ ବିଶିଷ୍ଟ ଗଳି । ବଶ୍ୟତା ସ୍ବୀକାର ହେଉଛି ଏକ ଗୌରବର ଅବସ୍ଥା ଏବଂ ସମ୍ପୂର୍ଣ୍ଣତା । ମଣ୍ଡଳୀ ଖ୍ରୀଷ୍ଟଙ୍କ ଦ୍ବାରା ଯେପରି ପ୍ରେମ ପାଏ, ଠିକ୍ ସେହିପରି ଯେତେବେଳେ ସ୍ତ୍ରୀ ପ୍ରେମ ପାଏ, ସେତେବେଳେ ବଶ୍ୟତା ସ୍ବୀକାର କଷ୍ଟକର ହୁଏନାହିଁ । ଏଫିସୀୟ ୫:୨୪ କୁହେ “ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ବାମୀର ବଶୀଭୂତା ହେଉନ୍ତୁ ।” ଏହି ପଦ କୁହେ ଯେ ଯାହା ନିୟମସଙ୍ଗତ ଏବଂ ଠିକ୍ ବିଷୟ ସେହି ସମସ୍ତ ବିଷୟରେ ସ୍ତ୍ରୀ ସ୍ବାମୀର ବଶୀଭୂତ ହେବାକୁ ପଡିବ । ଅତଏବ, ସ୍ତ୍ରୀ ସ୍ବାମୀର ବଶୀଭୂତା ହେବା କର୍ତ୍ତବ୍ୟର ନାମ ନେଇ ଶାସନ ବ୍ୟବସ୍ଥା କିମ୍ବା ଈଶ୍ବରଙ୍କର ଅବାଧ୍ୟ ହେବାକୁ ହେବନାହିଁ ।

ମାଥିଉ ହେନରୀ ଲେଖନ୍ତି: “ନାରୀ ଆଦମଙ୍କ ଶରୀରର ଏକ ପାର୍ଶ୍ବରୁ ନିର୍ମିତ ହୋଇଥିଲେ । ସେ ସ୍ବାମୀ ଉପରେ କର୍ତ୍ତୃକ କରିବା ନିମନ୍ତେ ସ୍ବାମୀର ମସ୍ତକରୁ ନିର୍ମିତ ହୋଇନାହାନ୍ତି । ସେ ମଧ୍ୟ ଆଦମଙ୍କ ପାଦରୁ ନିର୍ମିତ ନୁହଁନ୍ତି ଯେପରିକି ସେ ଆଦମଙ୍କ ଦ୍ବାରା ପଦଦଳିତ ହେବେ, କିନ୍ତୁ ତାଙ୍କ ପାର୍ଶ୍ବରୁ ନିର୍ମିତ ହେଲେ ଯେପରିକି ସେ ତାଙ୍କ ସ୍ବାମୀର ସମତୁଲ ହେବେ, ସୁରକ୍ଷିତ ହେବା ନିମନ୍ତେ ତାଙ୍କ ବାହୁ ତଳେ ରହିବେ, ଏବଂ ପ୍ରେମ ପାଇବା ନିମନ୍ତେ ତାଙ୍କ ହୃଦୟ ପାଖରେ ରହିବେ ।” ବିଶ୍ବାସୀମାନେ ଖ୍ରୀଷ୍ଟଙ୍କୁ ସମାଦର କରୁଥିବା କାରଣରୁ ପରସ୍ପରର ବଶ୍ୟତା ସ୍ବୀକାର କରିବାକୁ ପଡିବ (ଏଫିସୀୟ ୫:୨୧) । ଏଫିସୀୟ ୫:୧୯-୩୩ରେ ଏହାର ପ୍ରସଙ୍ଗାନୁଯାୟୀ ପ୍ରତ୍ୟେକ ବିଷୟ ହେଉଛି ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଥିବାର ଫଳ । ଆତ୍ମାରେ ପୂର୍ଣ୍ଣ ବିଶ୍ବାସୀମାନେ ଉପାସନାପ୍ରିୟ ହେବାକୁ ହେବ (୫:୧୯), ଧନ୍ୟବାଦୀ ହେବାକୁ ପଡିବ (୫:୨୦), ଏବଂ ବଶୀଭୂତ ହେବାକୁ ପଡିବ (୫:୨୧) । ତା’ପରେ ପାଉଲ ଆତ୍ମା-ପୂର୍ଣ୍ଣ ଜୀବନଯାପନ ଉପରେ ତାଙ୍କ ଚିନ୍ତାର ରୂପରେଖକୁ ଅନୁକରଣ କରି ୨୨-୨୩ ପଦରେ ଏହାକୁ ସ୍ବାମୀ ଓ ସ୍ତ୍ରୀଙ୍କୁ ପ୍ରୟୋଗ କରିଛନ୍ତି । ମହିଳାମାନେ ଯେ ପୁରୁଷମାନଙ୍କଠାରୁ ନିତ୍କୃଷ୍ଟ ସେହି କାରଣରୁ ଯେ ଜଣେ ସ୍ତ୍ରୀ ତା’ ସ୍ବାମୀର ବଶୀଭୂତ ହେବାକୁ ହେବ ତାହା ନୁହେଁ, କିନ୍ତୁ ଈଶ୍ବର କିପରି ବୈବାହିକ ସମ୍ପର୍କ କାର୍ଯ୍ୟ କରିବା ନିମନ୍ତେ ବ୍ୟବସ୍ଥା କରିଅଛନ୍ତି ସେଥିଯୋଗୁଁ ସ୍ତ୍ରୀମାନେ ସ୍ବାମୀମାନଙ୍କର ବଶୀଭୂତ ହେବା ଉଚିତ୍ । ଜଣେ ସ୍ତ୍ରୀର ତା’ ସ୍ବାମୀ ପ୍ରତି “ସବୁ କଥା ମାନି ନେଉଥିବା ବ୍ୟକ୍ତି” ହେବା ନୁହେଁ । ବରଂ, ପବିତ୍ରଆତ୍ମାଙ୍କ ସାହାଯ୍ୟରେ, ଜଣେ ସ୍ତ୍ରୀ ତା’ ସ୍ବାମୀର ବଶୀଭୂତ ହୁଏ, ଏବଂ ଜଣେ ସ୍ବାମୀ ଉତ୍ସର୍ଗୀକୃତ ଭାବରେ ତା’ ସ୍ତ୍ରୀକୁ ପ୍ରେମ କରେ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଜଣେ ସ୍ତ୍ରୀ ତା’ ସ୍ବାମୀର ବଶ୍ୟତା ସ୍ବୀକାର କରିବାକୁ ହେବକି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.