ଜନ୍ମ ନିୟନ୍ତ୍ରଣ ବିଷୟରେ ବାଇବଲ କ’ଣ କୁହେ? ଖ୍ରୀଷ୍ଟିୟାନମାନେ ଜନ୍ମ ନିୟନ୍ତ୍ରଣ କରିବା ଉଚିତ କି?

ପ୍ରଶ୍ନ ଜନ୍ମ ନିୟନ୍ତ୍ରଣ ବିଷୟରେ ବାଇବଲ କ’ଣ କୁହେ? ଖ୍ରୀଷ୍ଟିୟାନମାନେ ଜନ୍ମ ନିୟନ୍ତ୍ରଣ କରିବା ଉଚିତ କି? ଉତ୍ତର ଈଶ୍ବରଙ୍କ ଦ୍ବାରା ମନୁଷ୍ୟ “ପ୍ରଜାବନ୍ତ ଓ ବହୁବଂଶ” (ଆଦି ୧:୨୮) ହେବା ନିମନ୍ତେ ଆଦେଶପ୍ରାପ୍ତ ହୋଇଥିଲା । ବିବାହ ଈଶ୍ବରଙ୍କ ଦ୍ବାରା ଏକ ସ୍ଥିର ପରିବେଷ୍ଟନୀ ଥିଲା ଯେଉଁଠି ସନ୍ତାନ ଉତ୍ପନ୍ନ ଓ ବୃଦ୍ଧି କରିବାର ବ୍ୟବସ୍ଥା ରହିଥିଲା । ଦୁଃଖର ବିଷୟ ଯେ, ଆଜିକାଲି ସନ୍ତାନସନ୍ତତିମାନେ ବିରକ୍ତିକର ଉତ୍ସ ଏବଂ ବୋଝ ଭାବରେ ଗଣ୍ୟ ହୁଅନ୍ତି…

ପ୍ରଶ୍ନ

ଜନ୍ମ ନିୟନ୍ତ୍ରଣ ବିଷୟରେ ବାଇବଲ କ’ଣ କୁହେ? ଖ୍ରୀଷ୍ଟିୟାନମାନେ ଜନ୍ମ ନିୟନ୍ତ୍ରଣ କରିବା ଉଚିତ କି?

ଉତ୍ତର

ଈଶ୍ବରଙ୍କ ଦ୍ବାରା ମନୁଷ୍ୟ “ପ୍ରଜାବନ୍ତ ଓ ବହୁବଂଶ” (ଆଦି ୧:୨୮) ହେବା ନିମନ୍ତେ ଆଦେଶପ୍ରାପ୍ତ ହୋଇଥିଲା । ବିବାହ ଈଶ୍ବରଙ୍କ ଦ୍ବାରା ଏକ ସ୍ଥିର ପରିବେଷ୍ଟନୀ ଥିଲା ଯେଉଁଠି ସନ୍ତାନ ଉତ୍ପନ୍ନ ଓ ବୃଦ୍ଧି କରିବାର ବ୍ୟବସ୍ଥା ରହିଥିଲା । ଦୁଃଖର ବିଷୟ ଯେ, ଆଜିକାଲି ସନ୍ତାନସନ୍ତତିମାନେ ବିରକ୍ତିକର ଉତ୍ସ ଏବଂ ବୋଝ ଭାବରେ ଗଣ୍ୟ ହୁଅନ୍ତି । ସେମାନେ ଲୋକମାନଙ୍କ କାର୍ଯ୍ୟ ନିର୍ବାହର ପନ୍ଥା ଓ ଆର୍ଥିକ ଲକ୍ଷ୍ୟରେ ପ୍ରତିବନ୍ଧକ ଭାବେ ଛିଡା ହୁଅନ୍ତି, ଏବଂ ସେମାନେ ସାମାଜିକ ଭାବେ “ଆମ୍ଭମାନଙ୍କର ଶୈଳୀକୁ କୁଞ୍ଚିତ” କରନ୍ତି । ଅନେକ ସମୟରେ, ଏହି ପ୍ରକାର ସ୍ବାର୍ଥପରତା ଗର୍ଭରୋଧ ବ୍ୟବହାରର ମୂଳରେ ରହିଛି ।

ସ୍ବାର୍ଥ-କୈନ୍ଦ୍ରିକତା କିଛି ଜନ୍ମ ନିୟନ୍ତ୍ରଣ କିଛି ପ୍ରଚଳିତ ପ୍ରଥା ବିପରୀତରେ ବାଇବଲ ସନ୍ତାନମାନଙ୍କୁ ଈଶ୍ବରଙ୍କଠାରୁ ପ୍ରାପ୍ତ ଦାନ ଭାବେ ଉପସ୍ଥାପନ କରେ (ଆଦି ୪:୧; ଆଦି ୩୩:୫) । ସନ୍ତାନଗଣ ଈଶ୍ବରଙ୍କଠାରୁ ପ୍ରାପ୍ତ ଅଧିକାର (ଗୀତ ୧୨୭:୩-୫) । ସନ୍ତାନଗଣ ଈଶ୍ବରଙ୍କଠାରୁ ଆଶୀର୍ବାଦ ଅଟନ୍ତି (ଲୂକ ୧:୪୨) । ସନ୍ତାନଗଣ ବୃଦ୍ଧ ବ୍ୟକ୍ତିମାନଙ୍କ ମୁକୁଟ ଅଟନ୍ତି (ହିତୋପଦେଶ ୧୭:୬) । ଈଶ୍ବର ବନ୍ଧ୍ୟା ସ୍ତ୍ରୀଗଣଙ୍କୁ ସନ୍ତାନ ଦେଇ ଆଶୀର୍ବାଦ କରନ୍ତି (ଗୀତ ୧୧୩:୯; ଆଦି ୨୧:୧-୩; ୨୫:୨୧-୨୨; ୩୦:୧-୨; ୧ଶାମୁୟେଲ ୧:୬-୮; ଲୂକ ୧:୭, ୨୪-୨୫) । ଈଶ୍ବର ସନ୍ତାନଗଣଙ୍କୁ ଗର୍ଭରେ ଗଠନ କରନ୍ତି (ଗୀତ ୧୩୯:୧୩-୧୬) । ଈଶ୍ବର ସନ୍ତାନଗଣଙ୍କୁ ସେମାନଙ୍କ ଜନ୍ମ ପୂର୍ବରୁ ଜାଣନ୍ତି (ଯିରିମିୟ ୧:୫; ଗାଲାତୀୟ ୧:୧୫) ।

ଜନ୍ମ ନିୟନ୍ତ୍ରଣକୁ ନିର୍ଦ୍ଧିଷ୍ଟ ଭାବେ ଅଗ୍ରାହ୍ୟ କରୁଥିବା ସବୁଠାରୁ ଅତି ନିକଟ ଶାସ୍ତ୍ରାଂଶ ହେଉଛି ଆଦି ୩୮ ଅଧ୍ୟାୟ ଯେଉଁଠି ଯିହୂଦାଙ୍କ ପୁତ୍ରଗଣ ଏର୍ ଏବଂ ଅନାନ୍ ର ବିବରଣୀ ରହିଛି । ଏର୍ ତାମର୍ ନାମକ ଜଣେ ସ୍ତ୍ରୀ ଲୋକଙ୍କୁ ବିବାହ କଲା, କିନ୍ତୁ ସେ ଦୁଷ୍ଟ ଥିଲା, ଏବଂ ପ୍ରଭୁ ତାଙ୍କୁ ମୃତ୍ୟୁ ମୁଖରେ ସମର୍ପଣ କରି ତାମରଙ୍କୁ ସ୍ବାମୀ ଓ ସନ୍ତାନହୀନା କଲେ । ତାମରଙ୍କୁ ଦ୍ବିତୀୟ ବିବରଣ ୨୫:୫-୬ରେ ଥିବା କୂଳ ବିଧବା ବିବାହ (levirate) ନିୟମାନୁଯାୟୀ ଏର୍ ଙ୍କ ଭ୍ରାତା ଅନାନଙ୍କୁ ବିବାହ କରିଦିଆଯାଇଥିଲା । ଅନାନ୍ ତାଙ୍କ ଭ୍ରାତାଙ୍କ ପକ୍ଷରୁ ଜାତ କରିବାକୁ ଥିବା କୌଣସି ସନ୍ତାନଙ୍କ ସହ ତାଙ୍କ ପୈତୃକ ଅଧିକାରକୁ ଭାଗ କରିବାକୁ ଚାହିଁଲେ ନାହିଁ, ତେଣୁ ସେ ସର୍ବ ପୁରାତନ ଜନ୍ମ ନିୟନ୍ତ୍ରଣ ପଦ୍ଧତି ପ୍ରତ୍ୟାହାରକୁ କାର୍ଯ୍ୟରେ ଲଗାଇଲେ । ଆଦି ୩୮:୧୦ କୁହେ “ତାହାର ଏରୂପ କର୍ମ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା; ଏଣୁ ସେ ତାକୁ ମଧ୍ୟ ନାଶ କଲେ ।” ଅନାନଙ୍କର ଉଦ୍ଦେଶ୍ୟ ସ୍ବାର୍ଥପର ଥିଲା: ସେ ତାମରଙ୍କୁ ତାଙ୍କ ନିଜ ସୁଖ ନିମନ୍ତେ ବ୍ୟବହାର କଲେ, କିନ୍ତୁ ତାଙ୍କ ମୃତ ଭାଇଙ୍କ ପାଇଁ କୌଣସି ଉତ୍ତରାଧିକାରୀ ଛାଡିଯିବା ନିମନ୍ତେ ଥିବା ତାଙ୍କ ଆଇନଗତ ଦାୟିତ୍ବ ନିର୍ବାହ କରିବାକୁ ନିଷେଧ କଲେ । ଏହି ଶାସ୍ତ୍ରାଂଶକୁ ଅନେକ ସମୟରେ ଈଶ୍ବର ଯେ ଜନ୍ମ ନିୟନ୍ତ୍ରଣ ପଦ୍ଧତିକୁ ଗ୍ରାହ୍ୟ କରନ୍ତି ନାହିଁ ତାହାର ଏକ ପ୍ରମାଣ ଭାବରେ ବ୍ୟବହାର କରାଯାଇଥାଏ । ଅଥଚ, ଈଶ୍ବର ଅନାନଙ୍କୁ ବିନାଶ କରିବାର କାରଣ ଯେ ଗର୍ଭନିରୋଧର କାର୍ଯ୍ୟ ତାହା ସ୍ବଷ୍ଟ ବା ନିର୍ଦ୍ଧିଷ୍ଟ ଭାବେ କୁହାଯାଇନାହିଁ; ଏହି କାର୍ଯ୍ୟ ପଛରେ ଅନାନଙ୍କ ସ୍ବାର୍ଥପର ଉଦ୍ଦେଶ୍ୟ ରହିଛି ।

ଜଗତ ଆମ୍ଭମାନଙ୍କୁ ଯେପରି କୁହେ ସେପରି ଆମେ ସନ୍ତାନଗଣଙ୍କୁ ନ ଦେଖି ଈଶ୍ବର ସନ୍ତାନଗଣଙ୍କୁ ଯେପରି ଦେଖନ୍ତି ଆମେ ସେପରି ଦେଖିବା ଉଚିତ୍ । ସେପରି କହିଲେ, ବାଇବଲ ଆମ୍ଭମାନଙ୍କୁ ଗର୍ଭପାତ ବାରଣ କରେନାହିଁ । ସଂଜ୍ଞା ଅନୁଯାୟୀ ଗର୍ଭପାତ ହେଉଛି କେବଳ ଗର୍ଭ ସଂଚାରର ବିପରୀତ ଅଟେ । କେବଳ ଗର୍ଭପାତ କାର୍ଯ୍ୟ ଏକାକୀ ଭୁଲ୍ କିମ୍ବା ଠିକ୍ ତାହା ନିର୍ଦ୍ଧାରଣ କରେନାହିଁ । ଆମେ ଯେପରି ଅନାନଙ୍କଠାରୁ ଶିଖିଲୁ, ତାହା ଦେଖି ଆମେ ଜାଣୁ ଯେ, ଗର୍ଭପାତ ପଛରେ ଥିବା ଆମ୍ଭମାନଙ୍କ ଉଦ୍ଦେଶ୍ୟ ହିଁ ଗର୍ଭପାତ ଭୁଲ୍ କିମ୍ବା ଠିକ୍ ତାହା ନିର୍ଦ୍ଧାରଣ କରିଥାଏ । ଯଦି ଏକ ବିବାହିତ ଦମ୍ପତ୍ତି ସେମାନଙ୍କ ନିଜ ପାଇଁ ହିଁ ଅଧିକ ରଖିବା ନିମନ୍ତେ ଗର୍ଭପାତ କରନ୍ତି, ତାହା ଭୁଲ୍ ଅଟେ । ଯଦି ଏକ ଦମ୍ପତି ସେମାନେ ଅଧିକ ପରିପକ୍ବ ଏବଂ ଆର୍ଥିକ ଭାବେ ଏବଂ ଆତ୍ମିକ ଭାବେ ଅଧିକ ପ୍ରସ୍ତୁତ ହେବା ନିମନ୍ତେ ସନ୍ତାନ ଜାତ କରିବା ନିମନ୍ତେ ବିଳମ୍ବ କରନ୍ତି, ତେବେ ବୋଧ ହୁଏ କିଛି ସମୟ ନିମନ୍ତେ ଗର୍ଭପାତ କରିବା ଗ୍ରହଣଯୋଗ୍ୟ ଅଟେ । ପୁନଶ୍ଚ, ଏହି ସମସ୍ତ ବିଷୟରେ ଉଦ୍ଦେଶ୍ୟ ହିଁ ମୁଖ୍ୟ ବିଷୟ ରହିଛି ।

ସନ୍ତାନ ଜନ୍ମ କରିବା ବିଷୟକୁ ବାଇବଲ ସର୍ବଦା ଏକ ଉତ୍ତମ ବିଷୟ ଭାବେ ଉପସ୍ଥାପିତ କରିଆସିଛି । ବାଇବଲ “ଆଶା” କରେ ଯେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କର ସନ୍ତାନସନ୍ତତି ଜନ୍ମ କରିବେ । ସନ୍ତାନ ଜନ୍ମ କରିବାର ଅକ୍ଷମତାକୁ ଶାସ୍ତ୍ରରେ ସର୍ବଦା ଏକ ମନ୍ଦ ବିଷୟ ଭାବେ ଉପସ୍ଥାପିତ କରାଯାଇଛି । ବାଇବଲରେ ଏପରି କୌଣସି ବ୍ୟକ୍ତି ନାହାନ୍ତି ଯିଏ କି ସନ୍ତାନ ଜାତ କରିବାକୁ ଇଛା କରିନାହାନ୍ତି । ସେହି ସମୟରେ ମଧ୍ୟ ବାଇବଲରୁ ଶାସ୍ତ୍ରାଂଶ ବାହାର କରି ଯୁକ୍ତି କରାଯାଇପାରିବନାହିଁ ଯେ ଏକ ସୀମିତ ସମୟ ନିମନ୍ତେ ଜନ୍ମ ନିୟନ୍ତ୍ରଣ କରିବା ସ୍ବଷ୍ଟ ଭାବେ ଭୁଲ୍ ଅଟେ । ସମସ୍ତ ବିବାହିତ ଦମ୍ପତି ସେମାନେ କେତେବେଳେ ସନ୍ତାନ ସନ୍ତତି ଜାତ କରିବାକୁ ଚେଷ୍ଟା କରିବା ଉଚିତ୍ ଏବଂ ସେମାନେ କେତୋଟି ସନ୍ତାନ ଜାତ କରିବାକୁ ହେବ ସେ ବିଷୟରେ ପ୍ରଭୁଙ୍କ ଇଛା ଅନ୍ବେଷଣ କରିବା ଉଚିତ୍ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଜନ୍ମ ନିୟନ୍ତ୍ରଣ ବିଷୟରେ ବାଇବଲ କ’ଣ କୁହେ? ଖ୍ରୀଷ୍ଟିୟାନମାନେ ଜନ୍ମ ନିୟନ୍ତ୍ରଣ କରିବା ଉଚିତ କି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.