ପରଭାଷା କହିବାର ବରଦାନ କ’ଣ?

ପ୍ରଶ୍ନ ପରଭାଷା କହିବାର ବରଦାନ କ’ଣ? ଉତ୍ତର ପରଭାଷା କହିବା ପ୍ରଥମେ ପ୍ରେରିତ ୨: ୧-୪ ରେ ଲେଖାଥିବା ପେଣ୍ଟିକଷ୍ଟ ଦିବସରେ ଘଟିଥିଲା । ପ୍ରେରିତମାନେ ବାହାରିଯାଇ ଲୋକମାନଙ୍କ ନିଜ ନିଜ ଭାଷାରେ ଜନସାଧାରଣକୁ କହିଲେ: “ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ଵରଙ୍କ ମହତ୍‍ ମହତ୍‍ କର୍ମର କଥା କହିବା ଶୁଣୁଅଛୁ!” (ପ୍ରେରିତ ୨:୧୧) । ଗ୍ରୀକ୍‍ ଭାଷାରେ ପରଭାଷା ନିମନ୍ତେ ଯେଉଁ ଶବ୍ଦ ବ୍ୟବହାର କରାଯାଇଛି ତାହା ଆକ୍ଷରିକ ଭାବରେ “ଭାଷାଗୁଡ଼ିକ” ବୋଲି ବୁଝାଏ…

ପ୍ରଶ୍ନ

ପରଭାଷା କହିବାର ବରଦାନ କ’ଣ?

ଉତ୍ତର

ପରଭାଷା କହିବା ପ୍ରଥମେ ପ୍ରେରିତ ୨: ୧-୪ ରେ ଲେଖାଥିବା ପେଣ୍ଟିକଷ୍ଟ ଦିବସରେ ଘଟିଥିଲା । ପ୍ରେରିତମାନେ ବାହାରିଯାଇ ଲୋକମାନଙ୍କ ନିଜ ନିଜ ଭାଷାରେ ଜନସାଧାରଣକୁ କହିଲେ: “ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ଵରଙ୍କ ମହତ୍‍ ମହତ୍‍ କର୍ମର କଥା କହିବା ଶୁଣୁଅଛୁ!” (ପ୍ରେରିତ ୨:୧୧) । ଗ୍ରୀକ୍‍ ଭାଷାରେ ପରଭାଷା ନିମନ୍ତେ ଯେଉଁ ଶବ୍ଦ ବ୍ୟବହାର କରାଯାଇଛି ତାହା ଆକ୍ଷରିକ ଭାବରେ “ଭାଷାଗୁଡ଼ିକ” ବୋଲି ବୁଝାଏ । ଅତଏବ, ପରଭାଷାରେ କଥା ହେବା ହେଉଛି ଜଣେ ବ୍ୟକ୍ତି ଜାଣିନଥିବା ଭାଷାରେ କଥା ହେବା ଓ ସେ ସେହି ଭାଷା ଜାଣିଥିବା ଲୋକ ନିକଟରେ ସେବାକାର୍ଯ୍ୟ କରିବାକୁ ଏପରି କଥା କହିଥାଏ । ୧କରିନ୍ଥୀୟ ୧୨-୧୪ ପର୍ବରେ, ପାଉଲ ନିମ୍ନ ଲିଖିତ ବିଷୟ କହି ଆଶ୍ଚର୍ଯ୍ୟ କର୍ମ ବିଷୟର ଦାନ ବିଷୟରେ କହୁଅଛନ୍ତି, “ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କ’ଣ ଉପକାର କରିବି?” (୧କରିନ୍ଥୀୟ ୧୪:୬) । ପ୍ରେରିତ ପାଉଲ, ଏବଂ ପ୍ରେରିତ ପୁସ୍ତକରେ ବୁଝାଯାଇଥିବା ପରଭାଷା ଅନୁସାରେ, ପରଭାଷା ସେହି ବ୍ୟକ୍ତି ପାଇଁ ମହତ୍ତ୍ୱପୂର୍ଣ୍ଣ ଯିଏ ନିଜ ଭାଷାରେ ପରମେଶ୍ଵରଙ୍କ ସମ୍ବାଦ ଶୁଣିଥାଏ, କିନ୍ତୁ ଯେ ପର୍ଯ୍ୟନ୍ତ ଏହାକୁ ଭାଷାନ୍ତର/ଅନୁବାଦ କରା ନ ଯାଏଏହା ଅନ୍ୟମାନଙ୍କ ନିମନ୍ତେ ମୂଲ୍ୟହୀନ ।

ପରଭାଷାକୁ ଅନୁବାଦ କରିବାକୁ ଦାନ ପାଇଥିବା ବ୍ୟକ୍ତି (୧ କରିନ୍ଥୀୟ ୧୨:୩୦) କୁହାଯାଉଥିବା ଭାଷା ନ ଜାଣିଥିଲେ ମଧ୍ୟ ପରଭାଷାକୁ ବୁଝିପାରିବ । ତା’ପରେ ଭାଷାନ୍ତର କରୁଥିବା ବ୍ୟକ୍ତି ଅନ୍ୟମାନଙ୍କୁ ପରଭାଷାର ବାର୍ତ୍ତା ବା ସମ୍ବାଦକୁ ଜଣାଇବ, ଯେପରିକି ସମସ୍ତେ ବୁଝିପାରିବେ । “ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ” (୧କରିନ୍ଥୀୟ ୧୪:୧୩ ) । ପାଉଲଙ୍କ ଅନୁସାରେ ଅନୁବାଦ ବା ଭାଷାନ୍ତର କରା ଯାଇ ନଥିବା ଭାଷା ଶକ୍ତିଶାଳୀ ଅଟେ: “ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ” (୧କରିନ୍ଥୀୟ ୧୪:୧୯) ।

ପରଭାଷା କ’ଣ ଆଜି ରହିଛି? ପ୍ରଥମ କରିନ୍ଥୀୟ ୧୩:୮ ପରଭାଷାର ଦାନ ଲୋପପାଉଅଛି, ଯଦିଓ ୧କରିନ୍ଥୀୟ ୧୩:୧୦ରେ ଏହାର “ସିଦ୍ଧ ବିଷୟ”ର ଆସିବା ସହ ସମ୍ପର୍କ ରହିଛି । କିଛି ବ୍ୟକ୍ତି ଭାବବାଣୀ ଓ ଜ୍ଞାନର “ଲୋପ ପାଇବା”ର ଗ୍ରୀକ୍‍ କାଳ ବିଷୟରେ ଭିନ୍ନତାକୁ ଦେଖି ଭାବବାଣୀ ଓ ଜ୍ଞାନ ଲୋପ ପାଉଥିବାବେଳେ ପରଭାଷା “ଲୋପ ପାଉଅଛି”କୁ ବୁଝି “ସିଦ୍ଧ ବିଷୟ”ର ଆସିବା ପୂର୍ବରୁ ଏହାର ଲୋପ ପାଇବାର ପ୍ରମାଣ ବୋଲି ଗ୍ରହଣ କରୁଛନ୍ତି । ଯଦିଓ ଏହା ସମ୍ଭବ, ତଥାପି ଏହା ଶାସ୍ତ୍ରରେ ସ୍ବଷ୍ଟ ଭାବେ ଶିକ୍ଷା ଦିଆଯାଇନାହିଁ । କେତେକ ଯିଶାଇୟ ୨୮:୧୧ ଓ ଯୋୟେଲ ୨:୨୮-୨୯ ପରି କିଛି ଅଂଶକୁ ଦେଖାଇ କୁହନ୍ତି ଯେ ପରଭାଷାରେ କଥା କହିବା ଈଶ୍ଵରଙ୍କ ଆଗାମୀ ବିଚାରର ଏକ ଚିହ୍ନ ଅଟେ । ପ୍ରଥମ କରିନ୍ଥୀୟ ୧୪:୨୨ ପରଭାଷାକୁ “ଅବିଶ୍ଵାସୀମାନଙ୍କ ପାଇଁ ଚିହ୍ନ ସ୍ଵରୂପ” ବୋଲି କହିଥାଏ । ଏହି ଯୁକ୍ତି ଅନୁଯାୟୀ, ପରଭାଷାର ଦାନ ଯିହୂଦୀମାନଙ୍କ ନିମନ୍ତେ ଏକ ସତର୍କଘଣ୍ଟି ଥିଲା ଯେଉଁଥିରେ ଇଶ୍ରାୟେଲ ଯୀଶୁଖ୍ରୀଷ୍ଟଙ୍କୁ ମଶୀହ ଭାବରେ ପ୍ରତ୍ୟାଖ୍ୟାନ କରିଥିବାରୁ ଈଶ୍ଵର ତାହାକୁ ବିଚାର କରିବାକୁ ଯାଉଥିଲେ । ଅତଏବ, ଯେତେବେଳେ ପ୍ରକୃତରେ ଈଶ୍ଵର ଇଶ୍ରାୟେଲକୁ ବିଚାର କଲେ (୭୦ ଖ୍ରୀଷ୍ଟାବ୍ଦରେ ରୋମୀୟମାନଙ୍କ ଦ୍ଵାରା ଯିରୁଶାଲମକୁ ଧ୍ଵଂସ କରି) ସେହି ସମୟଠାରୁ ପରଭାଷାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନାହିଁ । ଏହି ମତ ସମ୍ଭବ ହୋଇଥିବା ଓ ପରଭାଷାର ମୁଖ୍ୟ ଉଦ୍ଦେଶ୍ୟ ସଫଳ ହୋଇଥିବାବେଳେ ଏହା ନିହାତି ବୁଝାଏ ନାହିଁ ଯେ ଏହାର ପରିସମାପ୍ତି ଘଟିଛି । ଶାସ୍ତ୍ର ନିର୍ଦ୍ଧିଷ୍ଟ ଭାବେ କୁହେ ନାହିଁ ଯେ ପରଭାଷାରେ କଥା କହିବା ବନ୍ଦ ହୋଇଯାଇଛି ।

ସେହି ଏକ ସମୟରେ, ଯଦି ପରଭାଷାରେ କଥା କହିବାର ଦାନ ଆଜି ମଣ୍ଡଳୀରେ କାର୍ଯ୍ୟ କରୁଅଛି, ତେବେ ଏହା ଶାସ୍ତ୍ର ଅନୁଯାୟୀ ହିଁ ହେବାକୁ ପଡିବ । ଏହା ଏକ ବାସ୍ତବ ଓ ଜ୍ଞାନଯୁକ୍ତ ଭାଷା ହୋଇଥିବାକୁ ପଡିବ (୧କରିନ୍ଥୀୟ ୧୪:୧୦) । ଏହାର ଉଦ୍ଦେଶ୍ୟ ଈଶ୍ଵରଙ୍କ ବାକ୍ୟକୁ ଅନ୍ୟ ଏକ ଭାଷାରେ ସେହି ଭାଷା କହୁଥିବା ବ୍ୟକ୍ତିକୁ ଜଣାଇବା ହେବା ଉଚିତ (ପ୍ରେରିତ 2:6-12) । ଏହା ପ୍ରେରିତ ପାଉଲଙ୍କ ଦ୍ଵାରା ଈଶ୍ଵର ଜଣାଇଥିବା ଆଦେଶ ସହ ଏକମତ ହେବାକୁ ପଡିବ “ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ । କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନୀରୋଳାରେ ଈଶ୍ଵରଙ୍କୁ କହୁ” (୧ କରିନ୍ଥୀୟ ୧୪:୨୭-୨୮) । ଏହା ୧ କରିନ୍ଥୀୟ ୧୪:୩୩-୩୪ ଅନୁଯାୟୀ ମଧ୍ୟ ହେବାକୁ ପଡ଼ିବ “କାରଣ ଈଶ୍ଵର ବିଶୃଙ୍ଖଳତାର ଈଶ୍ଵର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ଵର, ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ ।”

ଈଶ୍ଵର ନିଶ୍ଚିତ ଭାବରେ ଜଣେ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧିଷ୍ଟ ଭାଷାରେ କଥା କହିବାକୁ ସମର୍ଥ କରିବେ ଯଦି ସେହି ଭାଷା କହୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ କହିବା ନିମନ୍ତେ ଈଶ୍ଵର ଚାହିଁବେ । ପବିତ୍ରଆତ୍ମା ଆତ୍ମିକ ଦାନଗୁଡିକୁ ଦାନ କରିବା ବିଷୟରେ ସାର୍ବଭୌମ ଅଟନ୍ତି (୧ କରିନ୍ଥୀୟ ୧୨:୧୧) । ଚିନ୍ତା କରି ଦେଖନ୍ତୁ ତ ଯଦି ମିଶନାରୀମାନେ ଭାଷା ଶିଖିବାର ସ୍କୁଲ୍‍‍କୁ ନ ଯାଇ ସାଙ୍ଗେ ସାଙ୍ଗେ ଲୋକମାନଙ୍କୁ ସେମାନଙ୍କ ନିଜ ନିଜ ଭାଷାରେ କଥା କହିଥାନ୍ତେ ତେବେ କେତେ ସଫଳ ଓ ଫଳପ୍ରଦ ମିଶନାରୀ ବାହାରିନଥାନ୍ତେ? ଅଥଚ, ଈଶ୍ଵର ସେପରି କରିବା ପରି ଲାଗେ ନାହିଁ । ନୂତନ ନିୟମ ଯୁଗରେ ପରଭାଷା ଯେପରି କୁହାଯାଉଥିଲା ଆଜି ସେପରି କୁହାଯାଉନାହିଁ, ଯଦିଓ ଏହା ଅତିମାତ୍ରାରେ ଦରକାର ଅଟେ । ଉପରେ ଆଲୋଚନା କରାଯିବା ଅନୁଯାୟୀ ଅଧିକ ବିଶ୍ଵାସୀ ଶାସ୍ତ୍ର ସମ୍ମତ ପରଭାଷା କୁହନ୍ତି ନାହିଁ । ଏହି ସମସ୍ତ ଘଟନାରୁ ଏହା ଆମକୁ ଏକ ସିଦ୍ଧାନ୍ତରେ ପହଞ୍ଚାଏ ଯେ ପରଭାଷାରେ କଥା କହିବାର ଦାନ ବନ୍ଦ ହୋଇଯାଇଛି କିମ୍ବା ଅନ୍ତତଃ ଆଜିର ମଣ୍ଡଳୀ ପ୍ରତି ଈଶ୍ଵରଙ୍କ ଯୋଜନାରେ ଏହାର ଆବଶ୍ୟକତା ଅତି କମ୍‍ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ପରଭାଷା କହିବାର ବରଦାନ କ’ଣ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.