ପରିତ୍ରାଣର ଯୋଜନା/ପରିତ୍ରାଣର ପଥ କଅଣ?

ପ୍ରଶ୍ନ ପରିତ୍ରାଣର ଯୋଜନା/ପରିତ୍ରାଣର ପଥ କଅଣ? ଉତ୍ତର ତୁମେ କ୍ଷୁଧିତ କି? ଶାରୀରିକ ଭାବେ କ୍ଷୁଧିତ ନୁହେଁ, କିନ୍ତୁ ଜୀବନରେ ଅଧିକ କିଛି ପାଇବା ପାଇଁ ତୁମେ କ୍ଷୁଧିତ ଅଛ କି? ତୁମ ଭିତରେ ଏପରି କିଛି ଅଛି କି ଯାହା କେବେ ମଧ୍ୟ ପରିତୃପ୍ତ ହେବା ଦେଖାଯାଉ ନାହିଁ? ଯଦି ହଁ, ତେବେ ଯୀଶୁ ହିଁ ପଥ ଅଟନ୍ତି! ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋ ନିକଟକୁ ଆସେ, ସେ କଦାପି…

ପ୍ରଶ୍ନ

ପରିତ୍ରାଣର ଯୋଜନା/ପରିତ୍ରାଣର ପଥ କଅଣ?

ଉତ୍ତର

ତୁମେ କ୍ଷୁଧିତ କି? ଶାରୀରିକ ଭାବେ କ୍ଷୁଧିତ ନୁହେଁ, କିନ୍ତୁ ଜୀବନରେ ଅଧିକ କିଛି ପାଇବା ପାଇଁ ତୁମେ କ୍ଷୁଧିତ ଅଛ କି? ତୁମ ଭିତରେ ଏପରି କିଛି ଅଛି କି ଯାହା କେବେ ମଧ୍ୟ ପରିତୃପ୍ତ ହେବା ଦେଖାଯାଉ ନାହିଁ? ଯଦି ହଁ, ତେବେ ଯୀଶୁ ହିଁ ପଥ ଅଟନ୍ତି! ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ’ଠାରେ ବିଶ୍ଵାସ କରେ, ସେ କଦାପି ତୃଷିତ ହେବ ନାହିଁ” (ଯୋହନ ୬:୩୫) |

ତୁମେ ବିଚଳିତ ଅଛ କି? ତୁମକୁ କଅଣ ଜୀବନର ଉଦ୍ଦେଶ୍ୟ ବା ପଥ ମିଳି ପାରୁ ନାହିଁ କି ? ଯଦି ହଁ, ତେବେ ଯୀଶୁ ପଥ ଅଟନ୍ତି! ଯୀଶୁ କହିଲେ, “ମୁଁ ଜଗତର ଜ୍ୟୋତି; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବା ନାହିଁ, ବରଂ ଜୀବନର ଜ୍ୟୋତି ପାଇବ” (ଯୋହନ ୮:୧୨) |

ତୁମେ ଅନୁଭବ କରୁଅଛ କି ଯେ ତୁମ ପାଇଁ ଜୀବନର ସମସ୍ତ ଦ୍ଵାର ରୂଦ୍ଧ ହୋଇଯାଇଛି? ତୁମ୍ଭେ କଅଣ ଅନେକ ଦ୍ଵାର ଖୋଲି କେବଳ ଶୁନ୍ୟତା ଓ ଅର୍ଥହୀନ ବିଷୟ ପାଇଅଛ କି? ଯଦି ହଁ, ଯୀଶୁ ପଥ ଅଟନ୍ତି! ଯୀଶୁ କହିଲେ, “ମୁଁ ଦ୍ଵାର, ଯଦି କେହି ମୋ’ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ” (ଯୋହନ ୧୦:୯) |

ଅନ୍ୟ ଲୋକମାନେ ତୁମକୁ ନିରୁତ୍ସାହିତ କରୁଅଛନ୍ତି କି? ତୁମ ସମ୍ପର୍କ ଅଗଭୀର ଓ ଶୂନ୍ୟ ଭଳି ଅନୁଭବ କରୁଅଛନ୍ତି କି? କଅଣ ଏହା ମନେ କରୁଅଛ କି ଯେ ସମସ୍ତେ ତୁମର ସୁଯୋଗ ନେଉଅଛନ୍ତି? ଯଦି ହଁ, ଯୀଶୁ ପଥ ଅଟନ୍ତି! ଯୀଶୁ କହିଲେ, “ମୁଁ ଉତ୍ତମ ମେଷପାଳକ; ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ” (ଯୋହନ ୧୦:୧୧,୧୪) |

ମୃତ୍ୟୁ ପରେ କଅଣ ହେବ, ସେ ବିଷୟ ନେଇ ବ୍ୟତିବ୍ୟସ୍ତ ହେଉଛ କି? ଯେଉଁ ବିଷୟରେ କଳଙ୍କ ଲାଗିଯାଏ ଅବା ଯାହା ନଷ୍ଟ ହେଇଯାଏ, ସେହି ବିଷୟମାନଙ୍କ ପାଇଁ ଜୀବନ ଅତିବାହିତ କରି କ୍ଲାନ୍ତ ଅନୁଭବ କରୁଅଛ କି? ଯଦି ହଁ, ତେବେ ଯୀଶୁ ପଥ ଅଟନ୍ତି! ଯୀଶୁ କହିଲେ, “ମୁଁ ପୁନରୁଥାନ ଓ ଜୀବନ; ଯେ ମୋ’ଠାରେ ବିଶ୍ବାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଂଚିବ” (ଯୋହନ ୧୧:୨୫,୨୬)

ପଥ କଅଣ? ସତ୍ୟ କଅଣ? ଜୀବନ କଅଣ? ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏନାହିଁ” (ଯୋହନ ୧୪:୬)

ତୁମେ ଯେଉଁ କ୍ଷୁଧା ଅନୁଭବ କରୁଅଛ ତାହା ହେଉଛି ଆତ୍ମିକ କ୍ଷୁଧା ଓ ଯୀଶୁ ହିଁ କେବଳ ଏହାକୁ ପୂରଣ କରିପାରିବେ | କେବଳ ଯୀଶୁ ହିଁ ଅନ୍ଧକାରକୁ ଦୂର କରିପାରିବେ | ସଫଳ ଓ ସମ୍ପୂର୍ଣ୍ଣ ଜୀବନ ନିମନ୍ତେ ଯୀଶୁ ହିଁ ଦ୍ଵାର ଅଟନ୍ତି | ଯୀଶୁ ହେଉଛନ୍ତି ଏକ ବନ୍ଧୁ ଓ ପ୍ରତିପାଳକ ଯାହାକୁ ତୁମେ ଖୋଜୁଅଛ | ଏହି ଜୀବନ ଓ ପରକାଳରେ ଯୀଶୁ ଜୀବନ ଅଟନ୍ତି! ଯୀଶୁ ହେଉଛନ୍ତି ପରିତ୍ରାଣର ପଥ!

ତୁମେ କ୍ଷୁଧିତ ହେବାର କାରଣ, ଅନ୍ଧକାରରେ ହଜିଯାଇଥିବା ଭଳି ଅନୁଭବ କରୁଥିବାର କାରଣ, ତୁମେ ଜୀବନର ଉଦ୍ଦେଶ୍ୟ ପାଇ ପାରୁ ନ ଥିବାର କାରଣ, ହେଉଛି ତୁମ୍ଭେ ଈଶ୍ଵରଙ୍କଠାରୁ ପୃଥକ ହୋଇ ଅଛ | ବାଇବଲ ଆମକୁ କହେ ଯେ, ଆମେ ସମସ୍ତେ ପାପ କରିଅଛୁ ତେଣୁ, ଈଶ୍ଵରଙ୍କଠାରୁ ଆମେ ପୃଥକୀକୃତ ହୋଇଅଛୁ (ଉପଦେଶକ ୭:୨୦; ରୋମୀୟ ୩:୨୩) | ଈଶ୍ଵର ତୁମ ଜୀବନରେ ଅନୁପସ୍ଥିତ ଥିବାରୁ ତୁମେ ନିଜ ହୃଦୟରେ ଶୂନ୍ୟତାକୁ ଅନୁଭବ କରୁଅଛ | ଈଶ୍ଵରଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଆମେ ନିର୍ମିତ ହୋଇଅଛୁ | ଆମ ପାପ ହେତୁ, ଆମେ ସେହି ସମ୍ପର୍କରୁ ପୃଥକୀକୃତ ହୋଇଅଛୁ | ଅଧିକତଃ, ଆମ ପାପ ଈଶ୍ଵରଙ୍କଠାରୁ ଆମକୁ ଅନନ୍ତକାଳ ନିମନ୍ତେ, ଏହି ଜୀବନରେ ଓ ପରକାଳ ପର୍ଯ୍ୟନ୍ତ ପୃଥକୀକୃତ କରିବ (ରୋମୀୟ ୬:୨୩;ଯୋହନ ୩:୩୬) |

ଏହି ସମସ୍ୟା କିପରି ସମାଧାନ ହୋଇପାରିବ? ଯୀଶୁ ପଥ ଅଟନ୍ତି! ଯୀଶୁ ଆମ ପାପକୁ ନିଜ ଉପରେ ନେଲେ (୨ କରିନ୍ଥୀୟ ୫:୨୧) | ଆମେ ଯେଉଁ ଦଣ୍ଡର ପାତ୍ର ଥିଲୁ ତାହା ସେ ନିଜ ଉପରେ ନେଇ ଆମ ସ୍ଥାନରେ ମୃତ୍ୟୁଭୋଗ କଲେ (ରୋମୀୟ ୫:୮), ତିନିଦିନ ଉତ୍ତାରେ, ଯୀଶୁ ପୁନରୁଥିତ ହେଲେ, ଏହି ପ୍ରମାଣ ଦେଇ ଯେ, ସେ ପାପ ଓ ମୃତ୍ୟୁ ଉପରେ ବିଜୟ ହାସଲ କରିଅଛନ୍ତି (ରୋମୀୟ ୬:୪-୫) | ସେ ଏହା କାହିଁକି କଲେ? ଯୀଶୁ ସ୍ଵୟଂ ଏହି ପ୍ରଶ୍ନର ଉତ୍ତର ଦେଇଅଛନ୍ତି: “ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ” (ଯୋହନ ୧୫:୧୩) | ଆମେ ଯେପରି ବଂଚିବୁ, ସେଥି ସକାଶେ ଯୀଶୁ ମୃତ୍ୟୁଭୋଗ କଲେ | ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସକରୁ, ଆମ ପାପ ପରିଶୋଧ କରିବା ପାଇଁ ତାହାଙ୍କ ମୃତ୍ୟୁ ହେଲା, ଏହି ବିଷୟରେ ଯଦି ବିଶ୍ଵାସ କରୁ, ତେବେ ଆମ ପାପ କ୍ଷମା କରାଯାଇଅଛି ଓ ପାପ ଧୌତ ହୋଇଅଛି | ତେବେ ହିଁ, ଆମର ଆତ୍ମିକ କ୍ଷୁଧା ତୃପ୍ତ ହୋଇପାରିବ | ଆଲୋକ ଜୀବନରେ ଆମେ ପ୍ରବେଶ କରିବା. ସଫଳ ଓ ସମ୍ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଆମକୁ ଚାବିକାଠି ମିଳିବ | ଆମେ ସର୍ବତ୍କୃଷ୍ଟ ବନ୍ଧୁ ଓ ଉତ୍ତମ ମେଷପାଳକକୁ ଜାଣି ପାରିବା | ଆମେ ଜାଣି ପାରିବା ଯେ ଆମେ ମୃତ୍ୟୁ ଉତ୍ତାରେ ବି ବଂଚିବା- ଅନନ୍ତକାଳ ନିମନ୍ତେ ସ୍ଵର୍ଗରେ ଯୀଶୁଙ୍କ ସହ ପୁନରୁତଥିତ ଜୀବନ!

“କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯେ କେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ” (ଯୋହନ ୩:୧୬)

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି? ଦୟାକରି ନିମ୍ନରେ ଥିବା “ଆଜି ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି” ବୋତାମକୁ କ୍ଲିକ୍ କରନ୍ତୁ

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ପରିତ୍ରାଣର ଯୋଜନା/ପରିତ୍ରାଣର ପଥ କଅଣ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.