ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ଅବା, ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି? ବୋଧ ହୁ

ପ୍ରଶ୍ନ ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ଅବା, ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି? ବୋଧ ହୁଏ ଏହା ଖ୍ରୀଷ୍ଟିଆନ ଧର୍ମଶିକ୍ଷାରେ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ପ୍ରଶ୍ନ ଅଟେ | ଏହି ପ୍ରଶ୍ନ ହେଉଛି ସଂଶୋଧନର, ପ୍ରଟେଷ୍ଟାଣ୍ଟ ଚର୍ଚ୍ଚ ଓ କାଥୋଲିକ୍ ଚର୍ଚ୍ଚ ମଧ୍ୟରେ ଫାଟର ମୁଖ୍ୟ କାରଣ | ଏହି ପ୍ରଶ୍ନ, ବାଇବଲଭିତ୍ତିକ ଖ୍ରୀଷ୍ଟିଆନ ଧର୍ମ ଓ ଅନେକ “ଖ୍ରୀଷ୍ଟିଆନ” ପଦ୍ଧତିର ପାର୍ଥକ୍ୟ ବୁଝିବା ପାଇଁ ଚାବିକାଠି ଅଟେ | ପରିତ୍ରାଣ କଅଣ କେବଳ ବିଶ୍ଵାସ…

ପ୍ରଶ୍ନ

ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ଅବା, ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି?


ବୋଧ ହୁଏ ଏହା ଖ୍ରୀଷ୍ଟିଆନ ଧର୍ମଶିକ୍ଷାରେ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ପ୍ରଶ୍ନ ଅଟେ | ଏହି ପ୍ରଶ୍ନ ହେଉଛି ସଂଶୋଧନର, ପ୍ରଟେଷ୍ଟାଣ୍ଟ ଚର୍ଚ୍ଚ ଓ କାଥୋଲିକ୍ ଚର୍ଚ୍ଚ ମଧ୍ୟରେ ଫାଟର ମୁଖ୍ୟ କାରଣ | ଏହି ପ୍ରଶ୍ନ, ବାଇବଲଭିତ୍ତିକ ଖ୍ରୀଷ୍ଟିଆନ ଧର୍ମ ଓ ଅନେକ “ଖ୍ରୀଷ୍ଟିଆନ” ପଦ୍ଧତିର ପାର୍ଥକ୍ୟ ବୁଝିବା ପାଇଁ ଚାବିକାଠି ଅଟେ | ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ନା ବିଶ୍ଵାସ ସହ କର୍ମ ମଧ୍ୟ ଆବଶ୍ୟକ ? ମୁଁ ଯୀଶୁଙ୍କୁ ବିଶ୍ଵାସ କରିବା ଦ୍ଵାରା ଉଦ୍ଧାର ପାଇଛି ନା ମୋତେ ଯୀଶୁଙ୍କୁ ବିଶ୍ଵାସ କରିବା ସହ ଆଉ କିଛି ନିର୍ଦ୍ଧିଷ୍ଟ ବିଷୟ କରିବାକୁ ପଡ଼ିବ?

କେତେକ କଠିନ ବାଇବଲ ଅନୁଚ୍ଚେଦ ସକାଶୁ- କେବେଳ ବିଶ୍ଵାସ ବା ବିଶ୍ଵାସ ସହ କର୍ମର ପ୍ରଶ୍ନ ଜଟିଳ ହୋଇଅଛି | ରୋମୀୟ ୩:୨୮;୫:୧ ଏବଂ ଗାଲାତୀୟ ୩:୨୪ କୁ ଯାକୁବ ୨:୨୪ ସହ ତୁଳନା କର | କେତେକ, ପାଉଲ (ପରିତ୍ରାଣ କେବଳ ବିଶ୍ଵାସ ଦ୍ଵାରା) ଓ ଯାକୁବଙ୍କ (ପରିତ୍ରାଣ ନିମନ୍ତେ ବିଶ୍ଵାସ ସହ କର୍ମ) ଶିକ୍ଷା ମଧ୍ୟରେ ବିଭେଦତା ପାଅନ୍ତି | ପାଉଲ ଦୃଢ ଭାବରେ ଶିକ୍ଷା ଦିଅନ୍ତି ଯେ ପରିତ୍ରାଣ କେବେଳ ବିଶ୍ଵାସ ଦ୍ଵାରା ସମ୍ଭବ (ଏଫିସୀୟ ୨:୮-୯), ଯେବେ କି ଯାକୁବଙ୍କ ଶିକ୍ଷାରେ ପରିଲିକ୍ଷିତ ହୁଏ ଯେପରି ଜଣେ ଧାର୍ମିକ ହେବ ପାଇଁ ବିଶ୍ଵାସ ସହ କର୍ମ ଆବଶ୍ୟକ କରେ | ଏହି ଦେଖାଯାଉଥିବା ସମସ୍ୟାକୁ ଯାକୁବ କହିଥିବା ବିଷୟକୁ ନିରୀକ୍ଷଣ କରିବା ଦ୍ଵାରା ଉତ୍ତର ମିଳି ପାରିବ | ଯାକୁବଙ୍କ ଅନୁସାରେ ଯଦି ଜଣେ ବ୍ୟକ୍ତି ଉତ୍ତମ କାର୍ଯ୍ୟ କରୁ ନାହିଁ ତେବେ ତାଠାରେ ବିଶ୍ଵାସ ନାହିଁ (ଯାକୁବ ୨:୧୭-୧୮) | ଯାକୁବ ଗୁରୁତ୍ତ୍ଵ ଦେଉଛନ୍ତି ଯେ ଖ୍ରୀଷ୍ଟଙ୍କଠାରେ ପ୍ରକୃତ ବିଶ୍ଵାସ ହିଁ ଜୀବନ ପରିବର୍ତ୍ତନ ଓ ଉତ୍ତମ କାର୍ଯ୍ୟ କରିପାରିବ (ଯାକୁବ ୨:୨-୨୬) | ଯାକୁବ କହୁ ନାହାଁନ୍ତି ଯେ ପରିତ୍ରାଣ ପାଇଁ ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି, ବରଂ କୁହନ୍ତି ଯେ ଯେଉଁ ବ୍ୟକ୍ତି ବାସ୍ତବରେ ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହୋଇଅଛି, ସେ ଉତ୍ତମ କାର୍ଯ୍ୟ ନିଷ୍କିତ ଭାବରେ କରିବେ | ଯଦି ଜଣେ ବ୍ୟକ୍ତି ନିଜକୁ ବିଶ୍ଵାସୀ ବୋଲି ଦାବି କରେ, କିନ୍ତୁ ତାହାଠାରେ କୌଣସି ଉତ୍ତମ କାର୍ଯ୍ୟ ନ ଥାଏ, ତେବେ ସେ ଖ୍ରୀଷ୍ଟଙ୍କୁ ପ୍ରକୃତ ବିଶ୍ଵାସ କରେନାହିଁ (ଯାକୁବ ୨:୧୪,୧୭,୨୦,୨୬) |

ପାଉଲ ସମାନ ବିଷୟ ତାହାଙ୍କ ପତ୍ରରେ ଉଲ୍ଲେଖ କରନ୍ତି | ଯେଉଁ ଉତ୍ତମ ଫଳ ବିଶ୍ଵାସୀମାନେ ଫଳିବା ଆବଶ୍ୟକ, ତାହା ଗାଲାତୀୟ ୫:୨୨-୨୩ରେ ଉଲ୍ଲେଖ କରଯାଇଅଛି | ଏଫିସୀୟ ୨:୮-୯ରେ କର୍ମ ଦ୍ଵାରା ନୁହେଁ, କିନ୍ତୁ ବିଶ୍ଵାସ ଦ୍ଵାରା ଜଣେ ଉଦ୍ଧାର ପାଏ, ଏହି ଶିକ୍ଷା ଦେବା ଉତ୍ତାରେ, ପାଉଲ ଆମକୁ କହନ୍ତି ଯେ ଆମେ ଉତ୍ତମ କର୍ମ କରିବାକୁ ନିର୍ମିତ ହୋଇଅଛୁ (ଏଫିସୀୟ ୨:୧୦) | ପାଉଲ ମଧ୍ୟ ଯାକୁବଙ୍କ ଭଳି ପରିବର୍ତ୍ତିତ ଜୀବନଠାରୁ ଉତ୍ତମ କର୍ମ ଆଶା କରନ୍ତି: “…ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି; ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟ ସବୁ ହୋଇଅଛି”(୨ କରନ୍ଥୀୟ ୫:୧୭) | ପାଉଲ ଓ ଯାକୁବ, ସେମାନଙ୍କ ପରିତ୍ରାଣ ବିଷୟକ ଶିକ୍ଷାରେ ଅସମ୍ମତି ହୁଅନ୍ତି ନାହିଁ | ସେମାନେ ଏକ ବିଷୟକୁ ଦୁଇଟି ଦୃଷ୍ଟି କୋଣରୁ ଦେଖନ୍ତି | ପାଉଲ ଗୁରୁତ୍ତ୍ଵ ଦିଅନ୍ତି ଯେ ଖ୍ରୀଷ୍ଟଙ୍କୁ ପ୍ରକୃତ ବିଶ୍ଵାସ କରିବାର ଅର୍ଥ ଉତ୍ତମ କାର୍ଯ୍ୟ କରିବା |

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ପରିତ୍ରାଣ କଅଣ କେବଳ ବିଶ୍ଵାସ ଦ୍ଵାରା ଅବା, ବିଶ୍ଵାସ ସହ କର୍ମର ଆବଶ୍ୟକ ଅଛି?


Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.