ବାଇବଲ ଅନୁପ୍ରେରିତ କହିବାର ଅର୍ଥ କଅଣ?

ପ୍ରଶ୍ନ ବାଇବଲ ଅନୁପ୍ରେରିତ କହିବାର ଅର୍ଥ କଅଣ? ଉତ୍ତର ବାଇବଲ ଅନୁପ୍ରେରିତ ବୋଲି ଲୋକମାନେ ଯେତେବେଳେ କୁହନ୍ତି, ସେତେବେଳେ ନିମ୍ନ ସତ୍ୟତାକୁ ବୁଝିଥାନ୍ତି ଯେ ପରମେଶ୍ଵର ମନୁଷ୍ୟ ଲେଖକକୁ ଐଶରିୟ ପ୍ରଭାବିରେ ତାଙ୍କ ବାକ୍ୟ ଲେଖିବାରେ ସାହାଯ୍ୟ କାଲେ । ଶାସ୍ତ୍ରର ପ୍ରସଙ୍ଗ ଅନୁଯାୟୀ, “ଅନୁପ୍ରେରିତ” ଶବ୍ଦର ଅର୍ଥ ସରଳ ଭାବରେ “ଈଶ୍ଵର-ନିଶ୍ଵସିତ” ବୋଲି ବୁଝାଏ । ଅନୁପ୍ରେରଣାର ଅର୍ଥ ହେଉଛି ବାଇବଲ ପ୍ରକୃତରେ ଈଶ୍ଵରଙ୍କ ବାକ୍ୟ ଏବଂ ଏହା ବାଇବଲକୁ ଅନ୍ୟ ସମସ୍ତ ପୁସ୍ତକ ମଧ୍ୟରେ…

ପ୍ରଶ୍ନ

ବାଇବଲ ଅନୁପ୍ରେରିତ କହିବାର ଅର୍ଥ କଅଣ?

ଉତ୍ତର

ବାଇବଲ ଅନୁପ୍ରେରିତ ବୋଲି ଲୋକମାନେ ଯେତେବେଳେ କୁହନ୍ତି, ସେତେବେଳେ ନିମ୍ନ ସତ୍ୟତାକୁ ବୁଝିଥାନ୍ତି ଯେ ପରମେଶ୍ଵର ମନୁଷ୍ୟ ଲେଖକକୁ ଐଶରିୟ ପ୍ରଭାବିରେ ତାଙ୍କ ବାକ୍ୟ ଲେଖିବାରେ ସାହାଯ୍ୟ କାଲେ । ଶାସ୍ତ୍ରର ପ୍ରସଙ୍ଗ ଅନୁଯାୟୀ, “ଅନୁପ୍ରେରିତ” ଶବ୍ଦର ଅର୍ଥ ସରଳ ଭାବରେ “ଈଶ୍ଵର-ନିଶ୍ଵସିତ” ବୋଲି ବୁଝାଏ । ଅନୁପ୍ରେରଣାର ଅର୍ଥ ହେଉଛି ବାଇବଲ ପ୍ରକୃତରେ ଈଶ୍ଵରଙ୍କ ବାକ୍ୟ ଏବଂ ଏହା ବାଇବଲକୁ ଅନ୍ୟ ସମସ୍ତ ପୁସ୍ତକ ମଧ୍ୟରେ ଏକ ବିଶେଷ ପୁସ୍ତକ କରିଛି ।

ବାଇବଲ କେତେ ଅନୁପ୍ରେରିତ ହୋଇଛି ବୋଲି ଭିନ୍ନ ଭିନ୍ନ ମତ ରହିଛି, କିନ୍ତୁ କୌଣସି ସନ୍ଦେହ ନାହିଁ ଯେ ବାଇବଲରେ ଥିବା ପ୍ରତ୍ୟେକ ଶବ୍ଦ ଈଶ୍ଵରଙ୍କଠାରୁ ଆସିଛି (୧କରିନ୍ଥୀୟ ୨:୧୨-୧୩; ୨ତିମଥି ୩:୧୬-୧୭) । ଶାସ୍ତ୍ରର ଏହି ମତ “ ସମ୍ପୂର୍ଣ ମୌଖିକ” ଭାବରେ ଜଣା ଯାଏ । ଏହାର ଅର୍ଥ ହେଉଛି ଯେ ଶବ୍ଦଗୁଡ଼ିକ ମଧ୍ୟ ଅନୁପ୍ରେରିତ ହୋଇଛି (ମୌଖିକ) – ଓ ଏହା କେବଳ ଧାରଣା ବା କଳ୍ପନା ନୁହେଁ ଏବଂ ସେହି ଅନୁପ୍ରେରଣା ଶାସ୍ତ୍ରର ସମସ୍ତ ଅଂଶ ଓ ଶାସ୍ତ୍ରର ସମସ୍ତ ବିଷୟବସ୍ତୁ ପ୍ରତି ଲାଗୁ ହୋଇଛି । କିଛି ଲୋକ ବିଶ୍ଵାସ କରନ୍ତି ଯେ ବାଇବଲର କିଛି ଅଂଶ ହିଁ ଅନୁପ୍ରେରିତ ହୋଇଛି ବା ଧର୍ମ ବିଷୟରେ ଲେଖାଥିବା ଚିନ୍ତା ବା ଧାରଣାଗୁଡ଼ିକ ହିଁ ଅନୁପ୍ରେରିତ ହୋଇଛି, କିନ୍ତୁ ଅନୁପ୍ରେରଣା ବିଷୟରେ ଥିବା ଏହି ସମସ୍ତ ମତ ବାଇବଲର ନିଜ ବିଷୟରେ ଯେଉଁ ଦାବୀ ରହିଛି ତାହା ସତ ବୋଲି ପ୍ରମାଣିତ କରେନାହିଁ । ପୂର୍ଣ୍ଣ ମୌଖିକ ଅନୁପ୍ରେରଣା ହେଉଛି ଈଶ୍ଵରଙ୍କ ବାକ୍ୟର ଅତ୍ୟାବଶ୍ୟକୀୟ ଗୁଣ ।

ଅନୁପ୍ରେରଣାର ପରିମାଣ ୨ତିମଥି ୩:୧୬ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ, “ସମସ୍ତ ଶାସ୍ତ୍ର ଈଶ୍ଵରନିଶ୍ଵସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ।” ଏହି ପଦ ଆମ୍ଭମାନଙ୍କୁ କୁହେ ଯେ ଈଶ୍ଵର ସମସ୍ତ ଶାସ୍ତ୍ର ଅନୁପ୍ରେରଣା କଲେ ଏବଂ ଏହା ଆମ୍ଭମାନଙ୍କ ନିମନ୍ତେ ଉପକାରୀ । ଧର୍ମତତ୍ତ୍ଵ ସହ ଜଡ଼ିତ ଥିବା ବାଇବଲର ଅଂଶ କେବଳ ଯେ ଈଶ୍ଵରଙ୍କ ଦ୍ଵାରା ଅନୁପ୍ରେରିତ ତାହା ନୁହେଁ, କିନ୍ତୁ ଆଦି ପୁସ୍ତକରୁ ଯାତ୍ରା ପୁସ୍ତକ ପର୍ଯ୍ୟନ୍ତ ଥିବା ସମସ୍ତ ଶବ୍ଦ ଈଶ୍ଵରଙ୍କ ଦ୍ଵାରା ଅନୁପ୍ରେରିତ । କାରଣ ଏହା ଈଶ୍ଵର ନିଶ୍ଵସିତ, ସେଥିଯୋଗୁଁ ଯେତେବେଳେ ଆମେ ଶିଦ୍ଧାନ୍ତକୁ ବୁଝିଥାଉ ଶାସ୍ତ୍ର ଅଧିକାରଯୁକ୍ତ ଅଟେ, ଏବଂ ଈଶ୍ଵରଙ୍କ ସହିତ ଠିକ୍‍ ସମ୍ପର୍କ ରଖିବାକୁ ଯଥେଷ୍ଟ ଶିକ୍ଷା ଦିଏ । ବାଇବଲ କେବଳ ଯେ ଈଶ୍ଵରଙ୍କ ଦ୍ଵାରା ଅନୁପ୍ରେରିତ ବୋଲି ଦାବୀ କରେ ତାହା ନୁହେଁ କିନ୍ତୁ ଆମ୍ଭମାନଙ୍କୁ ପରିବର୍ତ୍ତନ ଓ “ସମ୍ପୂର୍ଣ୍ଣ” କରିବା ପାଇଁ ଐଶରିୟ ଶକ୍ତି ରହିଛି ।” ଆମେ ଆଉ କ’ଣ ଅଧିକ ଆବଶ୍ୟକ କରିପାରିବା?

ଆଉ ଏକ ପଦ ଶାସ୍ତ୍ରର ଅନୁପ୍ରେରଣା ବିଷୟରେ କୁହେ ତାହା ହେଉଛି ୨ ପିତର ୧:୨୧ । ଏହି ପଦ ଆମ୍ଭମାନଙ୍କୁ ବୁଝିବାରେ ସାହାଯ୍ୟ କରେ ଯେ ଯଦିଓ ଈଶ୍ଵର ମନୁଷ୍ୟମାନଙ୍କୁ ସେମାନଙ୍କ ଭିନ୍ନ ଭିନ୍ନ ବ୍ୟକ୍ତିତ୍ରେ ଓ ଲେଖା ଶୈଳୀରେ ବ୍ୟବହାର କରିଛନ୍ତି, ତଥାପି ସେମାନେ ଲେଖିଥିବା ପ୍ରତ୍ୟେକ ଶବ୍ଦକୁ ଈଶ୍ଵର ସ୍ଵର୍ଗୀୟ ଭାବରେ ଅନୁପ୍ରାଣିତ କରିଥିଲେ । ଯୀଶୁ ନିଜେ ଶାସ୍ତ୍ରର ମୌଖିକ ଅନୁପ୍ରେରଣାକୁ ସୁନିଶ୍ଚିତ କଲେ ଯେତେବେଳେ ସେ କହିଲେ, “ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବନାହିଁ; ଲୋପ କରିବାକୁ ଆସିନାହିଁ ବରଂ ସଫଳ କରିବାକୁ ଆସିଅଛି । କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ” (ମାଥିଉ ୫:୧୭-୧୮) । ଏହି ସମସ୍ତ ପଦରେ, ଯୀଶୁ ଶାସ୍ତ୍ରର ସବୁଠାରୁ ଅଧିକ ଛୋଟ ବିଷୟ ଏବଂ ସବିଶେଷତତ୍ତ୍ଵକୁ ନିର୍ଭୁଲତାକୁ ବଳ ଦେଇ ଅଛନ୍ତି, କାରଣ ଏହା ଈଶ୍ଵରଙ୍କ ବାକ୍ୟ ଅଟେ ।

କାରଣ ଶାସ୍ତ୍ର ଈଶ୍ଵରଙ୍କ ଅନୁପ୍ରେରିତ ବାକ୍ୟ, ସେଥିଯୋଗୁଁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ସେଗୁଦୀକ ମଧ୍ୟ ତ୍ରୁଟିଶୂନ୍ୟ ଓ ବିଶ୍ଵାସଯୋଗ୍ୟ । ଈଶ୍ଵରଙ୍କ ପ୍ରତି ସଠିକ୍‍ ମତ ତାହାଙ୍କ ବାକ୍ୟ ପ୍ରତି ସଠିକ୍‍ ମତକୁ କଢାଇ ନେବ । କାରଣ ଈଶ୍ଵର ସର୍ବଶକ୍ତିମାନ୍‍, ସର୍ବଜ୍ଞ ଏବଂ ସମ୍ପୂର୍ଣ୍ଣରୂପେ ସିଦ୍ଧ, ତଦ୍ ଅନୁଯାୟୀ ତାହାଙ୍କ ବାକ୍ୟର ମଧ୍ୟ ଠିକ୍‍ ସେପରି ଗୁଣ ରହିଛି । ଶାସ୍ତ୍ରର ଅନୁପ୍ରେରଣାକୁ ଯେଉଁ ପଦଗୁଡ଼ିକ ପ୍ରମାଣ କରେ ସେହି ପଦ ଗୁଡ଼ିକ ହିଁ ଏହାର ତ୍ରୁଟିଶୂନ୍ୟତା ଓ ଅଧିକାରକୁ ତାହା ମଧ୍ୟ ପ୍ରମାଣିତ କରେ । ନିଃ-ସନ୍ଦେହ ବାଇବଲ ଯାହା ଦାବି କରେ ତାହା ହିଁ ଅଟେ – ଏହା ଅକାଟ୍ୟ, ଅଧିକାରଯୁକ୍ତ ମନୁଷ୍ୟ ପ୍ରତି ଈଶ୍ଵରଙ୍କ ବାକ୍ୟ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ବାଇବଲ ଅନୁପ୍ରେରିତ କହିବାର ଅର୍ଥ କଅଣ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.