ବାଇବଲ ପ୍ରେରିତଗଣଙ୍କ ମୃତ୍ୟୁ ବିଷୟରେ ଲିପିବଦ୍ଧ କରେ କି? ପ୍ରତି ପ୍ରେରିତଗଣ କିପରି ମୃତ୍ୟୁଭୋଗ କଲେ?

ପ୍ରଶ୍ନ ବାଇବଲ ପ୍ରେରିତଗଣଙ୍କ ମୃତ୍ୟୁ ବିଷୟରେ ଲିପିବଦ୍ଧ କରେ କି? ପ୍ରତି ପ୍ରେରିତଗଣ କିପରି ମୃତ୍ୟୁଭୋଗ କଲେ? ଉତ୍ତର ଯାକୁବ ହେଉଛନ୍ତି ଏକମାତ୍ର ପ୍ରେରିତ ଯାହାଙ୍କ ମୃତ୍ୟୁ ବିଷୟରେ ବାଇବଲ ଲିପିବଦ୍ଧ କରେ (ପ୍ରେରିତ ୧୨:୨) । ରାଜା ହେରୋଦ ଯାକୁବଙ୍କୁ “ଖଡ୍ଗରେ ବଧ କଲେ”, ଯାହା ମସ୍ତକ ଛେଦନ କରିବାର ଉଲ୍ଲେଖ ପରି ଜଣାପଡେ । ଅନ୍ୟ ପ୍ରେରିତଗଣଙ୍କ ମୃତ୍ୟୁର ପରିସ୍ଥିତି ମଣ୍ଡଳୀ ପରମ୍ପରା ଦ୍ବାରା ସମ୍ବନ୍ଧିତ, ତେଣୁ ଆମେ ଅନ୍ୟ ବିବରଣୀଗୁଡିକ ଉପରେ ଅତ୍ୟଧିକ…

ପ୍ରଶ୍ନ

ବାଇବଲ ପ୍ରେରିତଗଣଙ୍କ ମୃତ୍ୟୁ ବିଷୟରେ ଲିପିବଦ୍ଧ କରେ କି? ପ୍ରତି ପ୍ରେରିତଗଣ କିପରି ମୃତ୍ୟୁଭୋଗ କଲେ?

ଉତ୍ତର

ଯାକୁବ ହେଉଛନ୍ତି ଏକମାତ୍ର ପ୍ରେରିତ ଯାହାଙ୍କ ମୃତ୍ୟୁ ବିଷୟରେ ବାଇବଲ ଲିପିବଦ୍ଧ କରେ (ପ୍ରେରିତ ୧୨:୨) । ରାଜା ହେରୋଦ ଯାକୁବଙ୍କୁ “ଖଡ୍ଗରେ ବଧ କଲେ”, ଯାହା ମସ୍ତକ ଛେଦନ କରିବାର ଉଲ୍ଲେଖ ପରି ଜଣାପଡେ । ଅନ୍ୟ ପ୍ରେରିତଗଣଙ୍କ ମୃତ୍ୟୁର ପରିସ୍ଥିତି ମଣ୍ଡଳୀ ପରମ୍ପରା ଦ୍ବାରା ସମ୍ବନ୍ଧିତ, ତେଣୁ ଆମେ ଅନ୍ୟ ବିବରଣୀଗୁଡିକ ଉପରେ ଅତ୍ୟଧିକ ଗୁରୁତ୍ବପ୍ରଦାନ କରିବା ଉଚିତ୍ ନୁହେଁ । ଏକ ପ୍ରେରିତଙ୍କ ମୃତ୍ୟୁର ସବୁଠାରୁ ଅଧିକ ଗ୍ରହଣୀୟ ମଣ୍ଡଳୀ ପରମ୍ପରା ହେଉଛି ଯୀଶୁଙ୍କ ଭାବବାଣୀ (ଯୋହନ ୨୧:୧୮)ର ସଫଳ ଭାବରେ ପିତର ଏକ ଇଂରାଜୀ X ଆକାରର ଏକ କ୍ରୁଶ ଉପରେ ମସ୍ତକ ତଳକୁ ଓ ପାଦ ଉପରକୁ ରହି କ୍ରୁଶବିଦ୍ଧ ହୋଇଥିଲେ । ଅନ୍ୟ ଶିଷ୍ୟଗଣଙ୍କ ମୃତ୍ୟୁ ବିଷୟରେ ନିମ୍ନଲିଖିତ ହେଉଛି ସବୁଠାରୁ ଅଧିକ ପ୍ରସିଦ୍ଧ “ପରମ୍ପରା” :

ମାଥିଉ ଇଥିଓପିଆରେ ଏକ ଖଡ୍ଗ ଦ୍ବାରା ଶହୀଦ ହୋଇଥିଲେ । ଯୋହନ ଶହୀଦର ସାମ୍ନା କରିଥିଲେ ଯେତେବେଳେ ସେ ରୋମରେ ତାଡନାର ଧାରା ଚାଲିଥିବା ସମୟରେ ଏକ ବୃହତ୍ ଫୁଟନ୍ତା ତୈଳ ବେସିନ୍ ରେ ପକାଯାଇଥିଲେ । ଅଥଚ, ସେ ଆଶ୍ଚର୍ଯ୍ୟଜନକ ଭାବରେ ମୃତ୍ୟୁରୁ ଉଦ୍ଧାର ପାଇଥିଲେ । ଯୋହନଙ୍କୁ ତା’ପରେ ପାତ୍ମ ନାମକ ଦ୍ବୀପରେ ବନ୍ଦୀ ଭାବରେ ସୁଡଙ୍ଗକୁ ପ୍ରେରିତ ହୋଇଥିଲେ । ସେ ପାତ୍ମରେ ଭାବବାଣୀ ପୁସ୍ତକ ପ୍ରକାଶିତ ଲେଖିଥିଲେ । ପ୍ରେରିତ ଯୋହନ ତା’ପରେ ମୁକ୍ତ ହୋଇ ଏକ ସ୍ଥାନକୁ ଫେରିଥିଲେ ଯାହାକୁ ଆଜି ତୁର୍କୀ କୁହନ୍ତି । ସେ ବୃଦ୍ଧ ହୋଇ ମୃତ୍ୟୁଭୋଗ କରିଥିଲେ, ଏବଂ ସେ ହିଁ ଏକମାତ୍ର ପ୍ରେରିତ ଯିଏ ଶାନ୍ତିରେ ମୃତ୍ୟୁଭୋଗ କରିଥିଲେ ।

ଯୀଶୁଙ୍କ ଭାଇ ଯାକୁବ (ଔପଚାରିକ ଭାବେ ଜଣେ ପ୍ରେରିତ ଶିଷ୍ୟ ନୁହନ୍ତି), ଯିରୁଶାଲମ ମଣ୍ଡଳୀର ନେତାଥିଲେ । ଯେତେବେଳେ ଖ୍ରୀଷ୍ଟଙ୍କଠାରେ ତାଙ୍କ ବିଶ୍ବାସକୁ ସେ ଅସ୍ବୀକାର କରିବାକୁ ନାସ୍ତି କଲେ ତାଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଚୂଡାରୁ ଫୋପଡାଯାଇଥିଲା (ଏକ ଶହ ଫୁଟ୍ ରୁ ଅଧିକ ତଳକୁ) । ସେମାନେ ଯେତେବେଳେ ଜାଣିବାକୁ ପାଇଲେ ଯେ, ତାଙ୍କୁ ମନ୍ଦିର ଉପରୁ ଫୋପଡା ଗଲେ ବି ସେ ବଞ୍ଚିଯାଇଛନ୍ତି, ସେତେବେଳେ ତାଙ୍କ ଶତ୍ରୁମାନେ ତାଙ୍କୁ ଏକ ଠେଙ୍ଗାରେ ପ୍ରହାର କରି ମାରିଦେଇଥିଲେ । ଏହା ସେହି ଚୂଡା ବୋଲି ବିଶ୍ବାସ କରାଯାଏ, ଯେଉଁଠି ଶୟତାନ ଯୀଶୁଙ୍କୁ ପ୍ରଲୋଭିତ କରିବା ସମୟରେ ନେଇଯାଇଥିଲା ।

ବର୍ଥଲମୀ, ଯିଏ ନିଥନିୟେଲ ନାମରେ ମଧ୍ୟ ଜଣାଶୁଣା, ସେ ଏସିଆକୁ ମିଶନାରୀ ଭାବରେ ଯାଇଥିଲେ । ସେ ଆଜିର ତୁର୍କୀରେ ସାକ୍ଷୀ ହୋଇଥିଲେ ଏବଂ ତାଙ୍କ ପ୍ରଚାର ଯୋଗୁଁ ଏକ କୋରଡା ଦ୍ବାରା ଚର୍ମ ଛଡାଇଦିଆଯିବା ଯୋଗୁଁ ସେ ଶହୀଦ ହୋଇଥିଲେ । ଆନ୍ଦ୍ରିୟ ଇଂରାଜୀ ଅକ୍ଷର X ଆକାରର ଏକ କ୍ରୁଶରେ ଗ୍ରୀସ୍ ରେ କ୍ରୁଶବିଦ୍ଧ ହୋଇଥିଲେ । ସାତଜଣ ସୈନ୍ୟଙ୍କ ଦ୍ବାରା ତାଙ୍କୁ ଅତ୍ୟଧିକ କୋରଡା ପ୍ରହାର କରାଯିବା ପରେ, ତାଙ୍କ ଯନ୍ତ୍ରଣାର ସମୟକୁ ବଢାଇ ଦେବା ନିମନ୍ତେ ସେମାନେ ତାଙ୍କ ଶରୀରକୁ ଏକ ଦଉଡିରେ କ୍ରୁଶ ସହ ବାନ୍ଧି ଦେଇଥିଲେ । ତାଙ୍କ ଅନୁଗାମୀଗଣ କୁହନ୍ତି ଯେ ତାଙ୍କୁ ଯେତେବେଳେ କ୍ରୁଶ ଆଡକୁ ନିଆଯାଉଥିଲା, ଆନ୍ଦ୍ରିୟ ନିମ୍ନ ବାକ୍ୟ କହି ଅଭିବାଦନ କଲେ: “ମୁଁ ବହୁ ପୂର୍ବରୁ ଏହି ଖୁସୀର ମୁହୂର୍ତ୍ତର ବାଞ୍ଚାରେ ଥିଲି ଓ ଏହା ହେବ ବୋଲି ଆଶା କରୁଥିଲି । ଖ୍ରୀଷ୍ଟ କ୍ରୁଶ ଉପରେ ଝୁଲିଥିବାରୁ ପବିତ୍ରୀକୃତ ହୋଇଛି ।” ସେ ମରିବାକୁ ଥିବା ଦୁଇଦିନ ପର୍ଯ୍ୟନ୍ତ ତାଙ୍କ ଯନ୍ତ୍ରଣାକାରୀମାନଙ୍କୁ ପ୍ରଚାର କରିଚାଲିଲେ । ପ୍ରେରିତ ଥୋମା ଭାରତରେ ମଣ୍ଡଳୀ ସ୍ଥାପନ କରିବା ନିମନ୍ତେ ଯିବାର ଏକ ମିଶନାରୀ ଯାତ୍ରା ସମୟରେ ଏକ ବର୍ଚ୍ଛାରେ ବିଦ୍ଧ କରାଯାଇଥିଲେ । ପ୍ରେରିତ ମତ୍ଥିୟ ବିଶ୍ବାସଘାତକ ଯିହୂଦାଙ୍କ ସ୍ଥାନ ନେବା ନିମନ୍ତେ ମନୋନୀତ ହୋଇଥିଲେ, ଯାହାଙ୍କୁ ପ୍ରଥମେ ପ୍ରସ୍ତର ଫୋପଡାଯାଇଥିଲା ଏବଂ ପରେ ତାଙ୍କ ମସ୍ତକ ଛେଦନ କରାଯାଇଥିଲା । ପ୍ରେରିତ ପାଉଲଙ୍କୁ ଉତ୍ପୀଡନ କରାଯାଇଥିଲା ଏବଂ ପରେ ମନ୍ଦ ନୀରୋଙ୍କ ଦ୍ବାରା ରୋମରେ ୬୭ ଖ୍ରୀଷ୍ଟାବ୍ଦରେ ମସ୍ତକ ଛେଦନ କରାଯାଇଥିଲା । ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କ ବିଷୟରେ ମଧ୍ୟ ପରମ୍ପରା କଥା ରହିଛି, କିନ୍ତୁ ସେଗୁଡିକ କୌଣସି ଭରସାଯୋଗ୍ୟ ଐତିହାସିକ କିମ୍ବା ପରମ୍ପରାଗତ କଥାର ସମର୍ଥନରେ ନାହିଁ ।

ପ୍ରେରିତ ଶିଷ୍ୟଗଣ କିପରି ମୃତ୍ୟୁଭୋଗ କଲେ, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଗୁରୁତ୍ବପୂର୍ଣ୍ଣ ବିଷୟ ବହନ କରୁଥିବା ଘଟନାଟି ହେଉଛି ସେ ସମସ୍ତେ ସେମାନଙ୍କର ବିଶ୍ବାସ ଯୋଗୁଁ ମୃତ୍ୟୁଭୋଗ କରିବାକୁ ଇଛା ପ୍ରକାଶ କରୁଥିଲେ । ଯଦି ଯୀଶୁ ପୁନରୁତ୍ଥିତ ହୋଇନଥାନ୍ତେ, ଶିଷ୍ୟମାନେ ତାହା ଜାଣିଥାନ୍ତେ । କୌଣସି ଏକ ମିଥ୍ୟା ବିଷୟ ନିମନ୍ତେ କୌଣସି ବ୍ୟକ୍ତି ମୃତ୍ୟୁଭୋଗ କରିବାକୁ ଇଛା କରିବ ନାହିଁ । ଘଟନାଟି ହେଉଛି ସମସ୍ତ ପ୍ରେରିତ ଶିଷ୍ୟ ଭୟଙ୍କର ମୃତ୍ୟୁଭୋଗ କରିବାକୁ ଇଛା ପ୍ରକାଶ କରୁଥିଲେ, ସେମାନେ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ବିଶ୍ବାସକୁ ଅସ୍ବୀକାର କରିବାକୁ ଅସ୍ବୀକାର କରୁଥିଲେ ଯାହା ଏକ ଆଶ୍ଚର୍ଯ୍ୟଜନକ ପ୍ରମାଣ ଯେ, ସେମାନେ ବାସ୍ତବରେ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନର ସାକ୍ଷ୍ୟ ଦେଉଥିଲେ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ବାଇବଲ ପ୍ରେରିତଗଣଙ୍କ ମୃତ୍ୟୁ ବିଷୟରେ ଲିପିବଦ୍ଧ କରେ କି? ପ୍ରତି ପ୍ରେରିତଗଣ କିପରି ମୃତ୍ୟୁଭୋଗ କଲେ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.