ବିବାହ ପୂର୍ବରୁ ଯୌନ ସମ୍ପର୍କ ବିଷୟରେ ବାଇବଲ କ’ଣ କୁହେ / ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ?

ପ୍ରଶ୍ନ ବିବାହ ପୂର୍ବରୁ ଯୌନ ସମ୍ପର୍କ ବିଷୟରେ ବାଇବଲ କ’ଣ କୁହେ / ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ? ଉତ୍ତର ବାଇବଲରେ କୌଣସି ହିବ୍ରୁ କିମ୍ବା ଗ୍ରୀକ୍‍ ଶବ୍ଦ ନାହିଁ ଯାହା ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ବିଷୟରେ ସଠିକ୍‍ ଭାବେ କିଛି କୁହେ । ବାଇବଲ ନିଃସନ୍ଦେହରେ ବ୍ୟଭିଚାର ଓ ଯୌନଗତ ଅଶୁଚିତାକୁ ନିନ୍ଦା କରେ, କିନ୍ତୁ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ କ’ଣ ଯୌନଗତ ଅଶୁଚିତା ବୋଲି ବିଚାର କରାଯିବ? ୧କରିନ୍ଥୀୟ ୭:୨…

ପ୍ରଶ୍ନ

ବିବାହ ପୂର୍ବରୁ ଯୌନ ସମ୍ପର୍କ ବିଷୟରେ ବାଇବଲ କ’ଣ କୁହେ / ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ?

ଉତ୍ତର

ବାଇବଲରେ କୌଣସି ହିବ୍ରୁ କିମ୍ବା ଗ୍ରୀକ୍‍ ଶବ୍ଦ ନାହିଁ ଯାହା ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ବିଷୟରେ ସଠିକ୍‍ ଭାବେ କିଛି କୁହେ । ବାଇବଲ ନିଃସନ୍ଦେହରେ ବ୍ୟଭିଚାର ଓ ଯୌନଗତ ଅଶୁଚିତାକୁ ନିନ୍ଦା କରେ, କିନ୍ତୁ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ କ’ଣ ଯୌନଗତ ଅଶୁଚିତା ବୋଲି ବିଚାର କରାଯିବ? ୧କରିନ୍ଥୀୟ ୭:୨ ଅନୁଯାୟୀ ଏହାର ସ୍ପଷ୍ଟ ଉତ୍ତର ହେଉଛି “ହଁ”: “କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀ ର ନିଜର ସ୍ଵାମୀ ଥାଉ ।” ଏହି ପଦରେ, ପାଉଲ ଦର୍ଶାନ୍ତି ଯେ ଯୌନଗତ ଅଶୁଚିତାକୁ “ଆରୋଗ୍ୟ” କରିବାର ଉପାୟ ହେଉଛି ବିବାହ । ପ୍ରଥମ କରିନ୍ଥୀୟ ୭:୨ ମୂଳତଃ କୁହେ ଯେ ଯେହେତୁ ଲୋକମାନେ ନିଜନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ଅନେକେ ବିବାହ ପରିସର ବାହାରେ ମଧ୍ୟ ଅନୈତିକ ଯୌନ ସମ୍ପର୍କ ରଖି ଥାନ୍ତି , ସେଥିପାଇଁ ଲୋକମାନେ ବିବାହ କରିବା ଉଚିତ । ତେବେ ହିଁ ସେମାନେ ସେମାନଙ୍କ ଆବେଗକୁ ଏକ ନୈତିକ ପଥରେ ପୂର୍ଣ୍ଣ କରିପାରିବେ ।

ଯେବେ ୧କରିନ୍ଥୀୟ ୭:୨ ବିବାହ ପୂର୍ବର ଯୌନ ସମ୍ପର୍କକୁ ଅନୌତିକ ଯୌନଗତ ଅଶୁଚିତାର ସଂଜ୍ଞାରେ ଅନ୍ତର୍ଭୁକ୍ତ କରେ ତେବେ ଯେଉଁ ସମସ୍ତ ବାଇବଲ ପଦ ଗୁଡ଼ିକ ଯୌନଗତ ଅଶୁଚିତାକୁ ପାପ ବୋଲି ନିନ୍ଦା କରିଥାଏ, ସେହି ପଦ ଗୁଡ଼ିକ ବିବାହ ପୂର୍ବ ଯୌନ ଅଶୁଚିତାକୁ ମଧ୍ୟ ପାପ ବୋଲି ନିନ୍ଦା କରେ । ବିବାହ ପୂର୍ବ- ଯୌନ ସମ୍ପର୍କ ବାଇବଲ ଅନୁସାରେ ଥିବା ଯୌନଗତ ଅଶୁଚିତାର ପରିଭାଷାରେ ଅନ୍ତର୍ଭୁକ୍ତ ରହିଛି । ଶାସ୍ତ୍ରରେ ବିବାହ ପୂର୍ବର ଯୌନ ସମ୍ପର୍କକୁ ପାପ ବୋଲି ଦର୍ଶାଉଥିବା ଅନେକ ପଦ ରହିଛି (ପ୍ରେରିତ ୧୫:୨୦; ୧କରିନ୍ଥୀୟ ୫:୧; ୬:୧୩, ୧୮; ୧୦:୮; ୨କରିନ୍ଥୀୟ ୧୨:୨୧ ; ଗାଲାତୀୟ ୫:୧୯ ; ଏଫିସୀୟ ୫:୩ ; କଲସୀୟ ୩:୫ ; ୧ଥେସଲନିକୀୟ ୪:୩ ; ଯିହୂଦା ୭ ) । ବାଇବଲ ବିବାହ ପୂର୍ବରୁ ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବା ନିମନ୍ତେ କହେ । ଈଶ୍ଵର ଅନୁମୋଦନ କରିଥିବା ଏକମାତ୍ର ଯୌନ ସମ୍ପର୍କ ହେଉଛି ଜଣେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଯୌନ ସମ୍ପର୍କ (ଏବ୍ରୀ ୧୩:୪) ।

ଅନେକ ସମୟରେ ଆମେ ଯୌନ ସମ୍ପର୍କକୁ କେବଳ “ଆମୋଦ ପ୍ରମୋଦ”ର ଏକ ବିଷୟ ଭାବେ ଗ୍ରହଣ କରୁଥିଲାବେଳେ ଏହାର ସନ୍ତାନ ଉତ୍ପନ୍ନ ଦିଗକୁ ଜାଣିନଥାଉ । ବିବାହ ମଧ୍ୟରେ ହେଉଥିବା ଯୌନ ସମ୍ପର୍କ ସୁଖ ପ୍ରଦାନକାରୀ, ଏବଂ ଈଶ୍ଵର ଏହାକୁ ସେପରି ଭାବରେ ହିଁ ଯୋଜନା କରିଛନ୍ତି । ଈଶ୍ଵର ଚାହାନ୍ତି ଯେ ବିବାହ କରିଥିବା ସ୍ଵାମୀ ଓ ସ୍ତ୍ରୀ ଯୌନ ସମ୍ଭୋଗ କରନ୍ତୁ । ପରମଗୀତ ଓ ଅନ୍ୟାନ୍ୟ ବାଇବଲ ଅଂଶ (ଯେପରିକି ହିତୋପଦେଶ ୫:୧୯) ଯୌନ ସମ୍ପର୍କର ସୁଖକୁ ସ୍ପଷ୍ଟ ଭାବେ ବୁଝାଇଛନ୍ତି । ଅଥଚ, ଏକ ଦମ୍ପତି ନିଶ୍ଚିତ ରୂପେ ବୁଝିବାର ଆବଶ୍ୟକତା ରହିଛି ଯେ ଯୌନ ସମ୍ପର୍କର ଉଦ୍ଦେଶ୍ୟଗୁଡିକ ମଧ୍ୟରେ ଗୋଟିଏ ହେଉଛି ସନ୍ତାନ ଉତ୍ପନ୍ନ କରିବା । ତେଣୁ ବିବାହ ନ କରି ଯୌନ ସମ୍ପର୍କ ରଖୁଥିବା ଲୋକମାନେ ଦୁଇଗୋଟି ଭୁଲ୍‍ କରନ୍ତି । ପ୍ରଥମତଃ ସେମାନେ ଏହାର ସୁଖକୁ ଅନୁଭବ କରନ୍ତି ଯାହା ସେମାନଙ୍କ ପ୍ରତି ଉଦ୍ଧିଷ୍ଟ ନୁହେଁ; ଦ୍ଵିତୀୟତଃ ଈଶ୍ଵର, ପ୍ରତି ସନ୍ତାନଙ୍କ ନିମନ୍ତେ ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି ସେହି ଉଦ୍ଦେଶ୍ୟକୁ ପୂରଣ ନ କରି ସେମାନେ ବିବାହ ବାହାରେ ଏକ ମାନବକୁ ଉତ୍ପନ୍ନ କରିବାର ସୁଯୋଗ ନିଅନ୍ତି ।

ଯଦିଓ ବାସ୍ତବତା ଠିକ୍‍‍ରୁ ଭୁଲ୍‍‍କୁ ନିର୍ଦ୍ଧାରଣ କରିପାରେ ନାହିଁ, ତଥାପି ଯଦି ବାଇବଲ ଶିକ୍ଷା ଦେବା ଅନୁଯାୟୀ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ରୋକି ଦିଆଯାଏ, ତେବେ ଯୌନଗତ ରୋଗ ବା ଜଣେ ସାଥିଠାରୁ ଆର ସାଥିକୁ ଡେଉଁଥିବା ରୋଗ କମ୍‍ ହୁଅନ୍ତା, କମ୍‍ ଗର୍ଭପାତ ହୋଇଥାନ୍ତା, କିଶୋରୀ ଗର୍ଭବତୀ ହୋଇନଥାନ୍ତେ, କିମ୍ବା ଅନାବଶ୍ୟକୀୟ ଗର୍ଭଧାରଣ, ଏବଂ ଅତିମାତ୍ରାରେ ସେପରି ପିଲାମାନଙ୍କର ସଂଖ୍ୟା କମିଯାଆନ୍ତା ଯେଉଁମାନଙ୍କର ନା ପିତା ଅଛନ୍ତି ନା ମାତା ଅଛନ୍ତି। ବିବାହ ପୂର୍ବରୁ ଯୌନ ସମ୍ପର୍କର କଥା ଉଠିଲେ ଏଥିରୁ ଦୂରେଇ ରହିବା ହେଉଛି ଈଶ୍ଵରଙ୍କର ଏକମାତ୍ର ନୀତି । ଯୌନ ସମ୍ପର୍କରୁ ଦୂରେଇ ରହିଲେ ଏହା ଜୀବନ ବଞ୍ଚାଇଥାଏ, ଶିଶୁମାନଙ୍କୁ ସୁରକ୍ଷା ଦେଇଥାଏ, ଯୌନ ସମ୍ପର୍କକୁ ସଠିକ୍‍ ମୂଲ୍ୟ ଦେଇଥାଏ, ଅଧିକ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଏହା ଈଶ୍ଵରଙ୍କୁ ଗୌରବ ଦେଇଥାଏ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ବିବାହ ପୂର୍ବରୁ ଯୌନ ସମ୍ପର୍କ ବିଷୟରେ ବାଇବଲ କ’ଣ କୁହେ / ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.