ମୁଁ କିପରି ଈଶ୍ବରଙ୍କ ରବକୁ ଚିହ୍ନି ପାରିବି?

ପ୍ରଶ୍ନ ମୁଁ କିପରି ଈଶ୍ବରଙ୍କ ରବକୁ ଚିହ୍ନି ପାରିବି? ଉତ୍ତର ଏହି ପ୍ରଶ୍ନଟି ଯୁଗ ଯୁଗ ଧରି ଅସଂଖ୍ୟା ଲୋକଙ୍କ ଦ୍ବାରା ପଚରାଯାଇଅଛି । ଶାମୁୟେଲ ଈଶ୍ବରଙ୍କର ରବ ଶୁଣିଲେ, କିନ୍ତୁ ସେ ଏଲୀଙ୍କ ଦ୍ବାରା ନିର୍ଦ୍ଦେଶ ପାଇବା ପର୍ଯ୍ୟନ୍ତ ଏହା ଯେ ପରମେଶ୍ବରଙ୍କ ରବ ତାହା ଜାଣିପାରିଲେ ନାହିଁ (୧ଶାମୁୟେଲ ୩:୧-୧୦) । ଗିଦିୟୋନ ଈଶ୍ବରଙ୍କଠାରୁ ଏକ ଶାରିରୀକ ପ୍ରକାଶନ ପ୍ରାପ୍ତ ହେଲେ, କିନ୍ତୁ ଏହା ଯେ ଈଶ୍ବରଙ୍କ ଆଡୁ ହେଉଛି ବୋଲି ସେ ସନ୍ଦେହ…

ପ୍ରଶ୍ନ

ମୁଁ କିପରି ଈଶ୍ବରଙ୍କ ରବକୁ ଚିହ୍ନି ପାରିବି?

ଉତ୍ତର

ଏହି ପ୍ରଶ୍ନଟି ଯୁଗ ଯୁଗ ଧରି ଅସଂଖ୍ୟା ଲୋକଙ୍କ ଦ୍ବାରା ପଚରାଯାଇଅଛି । ଶାମୁୟେଲ ଈଶ୍ବରଙ୍କର ରବ ଶୁଣିଲେ, କିନ୍ତୁ ସେ ଏଲୀଙ୍କ ଦ୍ବାରା ନିର୍ଦ୍ଦେଶ ପାଇବା ପର୍ଯ୍ୟନ୍ତ ଏହା ଯେ ପରମେଶ୍ବରଙ୍କ ରବ ତାହା ଜାଣିପାରିଲେ ନାହିଁ (୧ଶାମୁୟେଲ ୩:୧-୧୦) । ଗିଦିୟୋନ ଈଶ୍ବରଙ୍କଠାରୁ ଏକ ଶାରିରୀକ ପ୍ରକାଶନ ପ୍ରାପ୍ତ ହେଲେ, କିନ୍ତୁ ଏହା ଯେ ଈଶ୍ବରଙ୍କ ଆଡୁ ହେଉଛି ବୋଲି ସେ ସନ୍ଦେହ କରିବାରୁ ଥରେ ନୁହେ, କିନ୍ତୁ ତିନି ତିନି ଥର ଏହା ଯେ, ତାଙ୍କ ରବ ସେଥିର ଚିହ୍ନ ଦେବା ନିମନ୍ତେ ଈଶ୍ବରଙ୍କୁ କହିଥିଲେ (ବିଚାରକର୍ତ୍ତା ୬:୧୭-୨୨, ୩୬-୪୦) । ଯେତେବେଳେ ଆମେ ଈଶ୍ବରଙ୍କର ରବ ଶୁଣୁ, ଆମେ କିପରି ଜାଣିପାରିବା ଯେ, ସେହି ରବ ଈଶ୍ବରଙ୍କର ବୋଲି? ସର୍ବ ପ୍ରଥମେ, ଶାମୁୟେଲ ଏବଂ ଗିଦିୟୋନଙ୍କ ନିକଟରେ ଯାହା ନ ଥିଲା, ଏପରି ଏକ ବିଷୟ ଆମ ନିକଟରେ ରହିଛି । ଆମେ ପାଠ କରିବାକୁ, ଅଧ୍ୟୟନ କରିବାକୁ ଏବଂ ଧ୍ୟାନ କରିବାକୁ ଈଶ୍ବର ନିଶ୍ବସିତ ବାକ୍ୟ ଯେ ସମ୍ପୂର୍ଣ୍ଣ ବାଇବଲ ତାହା ଆମ ନିକଟରେ ଉପଲବ୍ଧ ଅଛି । ” ସମସ୍ତ ଶାସ୍ତ୍ର ଈଶ୍ବର ନିଶ୍ବସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ବରଙ୍କର ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ” (୨ତିମଥି ୩:୧୬-୧୭) । ଆମ ଜୀବନରେ କୌଣସି ଏକ ପ୍ରସଙ୍ଗ କିମ୍ବା ନିଷ୍ପତ୍ତି ବିଷୟରେ ଯେତେବେଳେ ଆମ୍ଭମାନଙ୍କ ମଧ୍ୟକୁ ଏକ ପ୍ରଶ୍ନ ଆସେ, ଆମେ ଦେଖିବାକୁ ପଡିବ ଯେ, ଏହି ପ୍ରଶ୍ନ ବା ନିଷ୍ପତ୍ତି ବିଷୟରେ ବାଇବଲ କ’ଣ କୁହେ? ଈଶ୍ବର ତାଙ୍କ ବାକ୍ୟ ବାଇବଲରେ ଯାହା ଯାହା ଶିକ୍ଷା ଦେଇଅଛନ୍ତି କିମ୍ବା ପ୍ରତିଜ୍ଞା କରିଅଛନ୍ତି ତଦ୍ ଭିନ୍ନ ତାହାର ବିପରୀତରେ ସେ ଆମ୍ଭମାନଙ୍କୁ କରିବା ନିମନ୍ତେ କୌଣସି ବିଷୟ କହିବେ ନାହିଁ (ତିତସ ୧:୨) ।

ଦ୍ବିତୀୟତଃ, ଈଶ୍ବରଙ୍କ ରବ ଶୁଣିବା ନିମନ୍ତେ ଆମେ ନିହାତି ଏହାକୁ ଚିହ୍ନିବାକୁ ପଡିବ । ଯୀଶୁ କହିଲେ, “ମୋହର ମେଷସବୁ ମୋ ସ୍ବର ଶୁଣନ୍ତି ଏବଂ ମୁଁ ସେମାନଙ୍କୁ ଜାଣେ” (ଯୋହନ ୧୦:୨୭) । ଯେଉଁମାନେ ଈଶ୍ବରଙ୍କ ରବ ଶୁଣନ୍ତି ସେମାନେ ତାହାଙ୍କର ଅଟନ୍ତି – ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ତାହାଙ୍କ ଅନୁଗ୍ରହରେ ଉଦ୍ଧାର ପାଇଅଛନ୍ତି । ଏମାନେ ସେହି ମେଷ ଯେଉଁମାନେ କି ତାଙ୍କ ସ୍ବର ଶୁଣନ୍ତି ଏବଂ ତାଙ୍କ ସ୍ବର ବାରିପାରନ୍ତି, କାରଣ ସେମାନେ ତାଙ୍କୁ ସେମାନଙ୍କର ମେଷପାଳକ ଭାବେ ଜାଣନ୍ତି ଏବଂ ସେମାନେ ତାଙ୍କ ସ୍ବର ବାରିପାରନ୍ତି । ଯଦି ଆମେ ଈଶ୍ବରଙ୍କ ସ୍ବର ଶୁଣିବାକୁ ଚାହୁଁ ଆମେ ନିହାତି ତାହାଙ୍କର ହେବାକୁ ପଡିବ ।

ତୃତୀୟତଃ, ଆମେ ପ୍ରାର୍ଥନାରେ ସମୟ କ୍ଷେପଣ କଲେ, ବାଇବଲ ଅଧ୍ୟୟନ କଲେ ଏବଂ ତାଙ୍କ ବାକ୍ୟରେ ପ୍ରଗାଢ ଚିନ୍ତା କଲେ ଆମେ ତାଙ୍କ ରବ ଶୁଣିପାରିବା । ଆମେ ଈଶ୍ବରଙ୍କ ସହ ଓ ତାଙ୍କ ବାକ୍ୟ ସହ ଯେତେ ଅଧିକ ସମୟ କ୍ଷେପଣ କରିବା ଆମେ ତାଙ୍କ ରବ ଶୁଣିବା ସେତେ ସହଜ ହେବ ଏବଂ ଆମେ ଆମ୍ଭମାନଙ୍କ ଜୀବନରେ ତାହାଙ୍କ ଚାଳନା ପାଇବା । ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଜାଲ୍ ନୋଟ୍ ଗୁଡିକୁ ଚିହ୍ନିବା ପାଇଁ ଏପରି ଭାବରେ ତାଲିମପ୍ରାପ୍ତ ହୋଇଥାନ୍ତି ଯେ, ଏକ ଜାଲ୍ ନୋଟରେ ଥିବା ଏକ କ୍ଷୁଦ୍ର ବିନ୍ଦୁକୁ ମଧ୍ୟ ସେମାନେ ଚିହ୍ନିପାରି ତାହା ଅସଲି ନୁହେଁ ବୋଲି ଜାଣିପାରିଥାନ୍ତି । ଆମେ ମଧ୍ୟ ଈଶ୍ବରଙ୍କ ବାକ୍ୟ ସହ ଏତେ ଘନିଷ୍ଠ ହେବା ଦରକାର ଯେ ଯେତେବେଳେ ଈଶ୍ବର ଆମ୍ଭମାନଙ୍କୁ କଥା କୁହନ୍ତି କିମ୍ବା କୌଣସି ବିଷୟରେ ଚାଳନା ଦିଅନ୍ତି ସେତେବେଳେ ଏହା ଯେ ଈଶ୍ବରଙ୍କ ସ୍ବର ତାହା ଆମେ ଅତି ସହଜରେ ଜାଣିପାରିବା । ଈଶ୍ବର ଆମ୍ଭମାନଙ୍କୁ କଥା କହିଥାନ୍ତି, ଯେପରିକି ଆମେ ସତ୍ୟକୁ ଜାଣିପାରିବା । ଈଶ୍ବର ଲୋକମାନଙ୍କୁ ଶୁଣାଯାଉଥିବା ରବ ଦ୍ବାରା କଥା କହିପାରୁଥିବା ସ୍ଥଳେ, ସେ ଆମ୍ଭମାନଙ୍କୁ ମୁଖ୍ୟତଃ ତାଙ୍କ ବାକ୍ୟ ଦ୍ବାରା କଥା କହିଥାନ୍ତି ଏବଂ ବେଳେବେଳେ ପବିତ୍ରଆତ୍ମାଙ୍କ ଦ୍ବାରା ଆମ ବିବେକ, ପରିସ୍ଥିତି, ଏବଂ ଅନ୍ୟ ଲୋକମାନଙ୍କ ମାଧ୍ୟମରେ କଥା କହିଥାନ୍ତି । ଶାସ୍ତ୍ରର ସତ୍ୟତା ଅନୁସାରେ ଆମେ ଯେତେବେଳେ ଶୁଣୁ ତାହା ପ୍ରୟୋଗ କରିବା ଦ୍ବାରା, ଆମେ ତାଙ୍କ ରବକୁ ଚିହ୍ନିବା ନିମନ୍ତେ ଶିଖିପାରିବା ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ମୁଁ କିପରି ଈଶ୍ବରଙ୍କ ରବକୁ ଚିହ୍ନି ପାରିବି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.