ମୁଁ କିପରି ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବି?

ପ୍ରଶ୍ନ ମୁଁ କିପରି ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବି? ଉତ୍ତର ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ବିଷୟକୁ ବୁଝିବା ପାଇଁ ଯୋହନ ୧୪:୧୬, ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ପଦ ଯେଉଁଠି ଯୀଶୁ ପ୍ରତିଜ୍ଞା କଲେ ଯେ ପବିତ୍ରଆତ୍ମା ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରିବେ ଏବଂ ତାହା ସ୍ଥାୟୀ ରୂପେ ହେବ । ପବିତ୍ରଆତ୍ମା ସ୍ଥାୟୀ ରୂପେ ବାସ କରିବା କେବଳ କେତେକ ମନୋନୀତ ଲୋକଙ୍କ ନିମନ୍ତେ ନୁହେଁ, କିନ୍ତୁ ସେ ସମସ୍ତ ବିଶ୍ଵାସୀଙ୍କଠାରେ ସ୍ଥାୟୀ ଭାବରେ ବାସ କରନ୍ତି ।…

ପ୍ରଶ୍ନ

ମୁଁ କିପରି ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବି?

ଉତ୍ତର

ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ବିଷୟକୁ ବୁଝିବା ପାଇଁ ଯୋହନ ୧୪:୧୬, ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ପଦ ଯେଉଁଠି ଯୀଶୁ ପ୍ରତିଜ୍ଞା କଲେ ଯେ ପବିତ୍ରଆତ୍ମା ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରିବେ ଏବଂ ତାହା ସ୍ଥାୟୀ ରୂପେ ହେବ । ପବିତ୍ରଆତ୍ମା ସ୍ଥାୟୀ ରୂପେ ବାସ କରିବା କେବଳ କେତେକ ମନୋନୀତ ଲୋକଙ୍କ ନିମନ୍ତେ ନୁହେଁ, କିନ୍ତୁ ସେ ସମସ୍ତ ବିଶ୍ଵାସୀଙ୍କଠାରେ ସ୍ଥାୟୀ ଭାବରେ ବାସ କରନ୍ତି । ବାଇବଲର ଅନେକ ଶାସ୍ତ୍ରାଂଶ ଏହି ସିଦ୍ଧାନ୍ତକୁ ସମର୍ଥନ କରେ । ପ୍ରଥମତଃ, ବିନା ବାଛବିଚାରରେ ଯିରୁଶାଲମରେ ଥିବା ସମସ୍ତ ବିଶ୍ଵାସୀଙ୍କୁ ପବିତ୍ରଆତ୍ମାଙ୍କ ଦାନ ଦିଆଯାଇଛି, ଏବଂ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଛଡ଼ା ଅନ୍ୟ କୌଣସି ସର୍ତ୍ତ ଲାଗୁକରାଯାଇନାହିଁ (ଯୋହନ ୭:୩୭-୩୯) । ଦ୍ଵିତୀୟତଃ, ପରିତ୍ରାଣ ପାଇବାକ୍ଷଣି ପବିତ୍ରଆତ୍ମା ଦିଆଯାଇଥାଏ (ଏଫିସୀୟ ୧:୧୩) । ଗାଲାତୀୟ ୩:୨ ଏହି ସତ୍ୟତା ଉପରେ ବଳ ଦିଏ, ଏହା କୁହେ ଯେ ବିଶ୍ଵାସ କରିବା ସମୟରେ ହିଁ ପବିତ୍ରଆତ୍ମାଙ୍କ ଦ୍ଵାରା ମୁଦ୍ରାଙ୍କିତ କରାଯାଇଥାଏ ଏବଂ ସେ ଆମ୍ଭମାନଙ୍କଠାରେ ବାସ କରିଥାନ୍ତି । ତୃତୀୟତଃ, ପବିତ୍ରଆତ୍ମା ବିଶ୍ଵାସୀମାନଙ୍କଠାରେ ସ୍ଥାୟୀ ଭାବରେ ବାସ କରିଥାନ୍ତି । ପବିତ୍ରଆତ୍ମାଙ୍କୁ ବିଶ୍ଵାସୀମାନଙ୍କୁ ବଇନା ସ୍ଵରୂପ ଅର୍ଥାତ୍‍ ଖ୍ରୀଷ୍ଟଙ୍କଠାରେ ସେମାନଙ୍କ ଭବିଷ୍ୟତ ଗୌରବର ପ୍ରମାଣ ଭାବରେ ଦିଆଯାଇଛି (୨କରିନ୍ଥୀୟ ୧:୨୨; ଏଫିସୀୟ ୪:୩୦) ।

ଏଫିସୀୟ ୫:୧୮ ରେ ଦିଆଯାଇଥିବା ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ବିଷୟଠାରୁ ଏହି ବିଷୟ ଭିନ୍ନ ଅଟେ । ଆମ୍ଭମାନେ ନିଜକୁ ପବିତ୍ରଆତ୍ମାଙ୍କଠାରେ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେବାକୁ ହେବ ଯେପରି ସେ ଆମକୁ ସଂପୂର୍ଣ୍ଣ ରୂପେ ଆପଣା ଅଧିକାରରେ କରିପାରିବେ, ଅର୍ଥାତ୍‍ ଆମ୍ଭମାନଙ୍କୁ ପରିପୂର୍ଣ୍ଣ କରିବେ । ରୋମୀୟ ୮:୯ ଓ ଏଫିସୀୟ ୧:୧୩-୧୪ ଦର୍ଶାଏ ଯେ ସେ ପ୍ରତ୍ୟେକ ବିଶ୍ଵାସୀଙ୍କଠାରେ ବାସ କରନ୍ତି, କିନ୍ତୁ ତାଙ୍କୁ ଦୁଃଖ ଦିଆଯାଇପାରେ (ଏଫିସୀୟ ୪:୩୦), ଏବଂ ଆମ ମଧ୍ୟରେ ତାହାଙ୍କ କାର୍ଯ୍ୟକୁ ନିର୍ବାଣ ଅର୍ଥାତ୍‍ ହ୍ରାସ କରାଯାଇ ବନ୍ଦ କରାଯାଇପାରେ (୧ଥେସଲନିକୀୟ ୫:୧୯) । ଆମେ ଯେତେବେଳେ ଏହା ହେବାକୁ ଦେଇ ଥାଉ, ତେବେ ଆମେ ପବିତ୍ରଆତ୍ମାଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକୁ ଅନୁଭବ କରି ନଥାଉ ଏବଂ ତାହାଙ୍କ ଶକ୍ତି ଆମଠାରେ ଓ ଆମ ଦ୍ଵାରା ପ୍ରକାଶ ହୋଇ ନଥାଏ । ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା ହେଉଛି ଆମ ଜୀବନର ସମସ୍ତ ଅଂଶକୁ ସେ ଯେପରି ଅଧିକାର କରିପାରିବେ, ନିୟନ୍ତ୍ରଣ ଓ ମାର୍ଗ ଦର୍ଶନା କରିବେ । ତତଦ୍ୱାରା ତାହାଙ୍କ ଶକ୍ତି ଆମ ଦ୍ଵାରା ଉପଯୋଗ ହୋଇପାରିବ ଓ ଆମେ ଯାହା କରିବା ତାହା ଫଳପ୍ରଦ ହେବ । ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବା କେବଳ ବାହ୍ୟ କାର୍ଯ୍ୟରେ ପ୍ରୟୋଗ ହୁଏନାହିଁ; ଏହା ଆମ କାର୍ଯ୍ୟର ଅନ୍ତରସ୍ଥ ଭାବନା ଓ ଉଦ୍ଦେଶ୍ୟରେ ଲାଗୁ ହୁଏ । ଗୀତସଂହିତା ୧୯:୧୪ରେ ଲେଖାଯାଏ “ହେ ସଦାପ୍ରଭୁ ମୋର ଶୈଳ ଓ ମୋହର କାକୁକ୍ତି ଶୁଣିବା ମୁକ୍ତିକର୍ତ୍ତା ତୁମ୍ଭ ଦୃଷ୍ଟିରେ ମୋ ମୁଖର ବାକ୍ୟ ଓ ମୋ ଅନ୍ତଃକରଣର ଧ୍ୟାନ ସୁଗ୍ରାହ୍ୟ ହେଉ ।”

ପାପ ହେଉଛି ଏପରି ଏକ ବିଷୟ ଯାହା ଆମ୍ଭମାନଙ୍କୁ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବାକୁ ଦିଏନାହିଁ ଏବଂ ଈଶ୍ଵରଙ୍କ ବାଧ୍ୟ ହେବା ଦ୍ଵାରା ଏହା ପବିତ୍ରଆତ୍ମାରେ ପୂର୍ଣ୍ଣ କରି ରଖେ । ଏଫିସୀୟ ୫:୧୮ ଆମ୍ଭମାନଙ୍କୁ ପବିତ୍ରଆତ୍ମାରେ ପୂର୍ଣ୍ଣ ହେବାକୁ ଆଦେଶ ଦିଏ; ଅଥଚ, ପବିତ୍ରଆତ୍ମାରେ ପରିପୂର୍ଣ୍ଣ କରାଅ ବୋଲି ପ୍ରାର୍ଥନା କଲେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତା ମିଳିନଥାଏ । କେବଳ ଈଶ୍ଵରଙ୍କ ବାଧ୍ୟ ହେବା ଦ୍ଵାରା ହିଁ ପବିତ୍ରଆତ୍ମା ଆମ୍ଭମାନଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଶ୍ଵାଧୀନ ହୋଇଥାନ୍ତି । ଯେହେତୁ, ଆମେ ବର୍ତ୍ତମାନ ସୁଦ୍ଧା ପାପ ଦ୍ଵାରା କଳଙ୍କିତ ହୋଇଛୁ, ସେଥିଯୋଗୁଁ ସବୁବେଳେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇରହିବା ସମ୍ଭବ ନୁହେଁ । ଆମେ ଯେତେବେଳେ ପାପ କରୁ, ସେତେବେଳେ ଆମେ ସାଙ୍ଗେ ସାଙ୍ଗେ ଈଶ୍ଵରଙ୍କ ନିକଟରେ ସ୍ଵୀକାର କରିବା ଏବଂ ଆମେ ଆତ୍ମାଙ୍କ ଦ୍ଵାରା ନୂତନୀକାରଣ ହୋଇ ହୋଇରହିବା ଓ ତାହାଙ୍କ ଦ୍ଵାରା ଚାଳିତ ଓ ପରିପୂର୍ଣ୍ଣ ହେବା ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ମୁଁ କିପରି ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.