ଯୀଶୁ ଈଶ୍ଵର କି? ଯୀଶୁ କେବେ ନିଜକୁ ଈଶ୍ଵର ବୋଲି ଦାବି କରିଥିଲେ କି?

ପ୍ରଶ୍ନ ଯୀଶୁ ଈଶ୍ଵର କି? ଯୀଶୁ କେବେ ନିଜକୁ ଈଶ୍ଵର ବୋଲି ଦାବି କରିଥିଲେ କି? ଉତ୍ତର ଯୀଶୁ ନିଜକୁ “ମୁଁ ଈଶ୍ଵର” ବୋଲି କହିବା ବାଇବଲରେ ସଠିକ୍ ଭାବରେ ଉଲ୍ଲେଖ କରାଯାଇନାହିଁ | କିନ୍ତୁ ତାହାର ଅର୍ଥ ଏହା ନୁହେଁ ଯେ, ସେ ଘୋଷଣା କରି ନ ଥିଲେ ଯେ ସେ ଈଶ୍ଵର ଅଟନ୍ତି | ଉଦାହରଣ ସ୍ଵରୂପେ, ଯୋହନ ୧୦:୩୦ରେ ଯୀଶୁଙ୍କ ବାକ୍ୟକୁ ଦେଖ, “ମୁଁ ଓ ମୋ ପିତା ଏକ” | ଆମେ…

ପ୍ରଶ୍ନ

ଯୀଶୁ ଈଶ୍ଵର କି? ଯୀଶୁ କେବେ ନିଜକୁ ଈଶ୍ଵର ବୋଲି ଦାବି କରିଥିଲେ କି?

ଉତ୍ତର

ଯୀଶୁ ନିଜକୁ “ମୁଁ ଈଶ୍ଵର” ବୋଲି କହିବା ବାଇବଲରେ ସଠିକ୍ ଭାବରେ ଉଲ୍ଲେଖ କରାଯାଇନାହିଁ | କିନ୍ତୁ ତାହାର ଅର୍ଥ ଏହା ନୁହେଁ ଯେ, ସେ ଘୋଷଣା କରି ନ ଥିଲେ ଯେ ସେ ଈଶ୍ଵର ଅଟନ୍ତି | ଉଦାହରଣ ସ୍ଵରୂପେ, ଯୋହନ ୧୦:୩୦ରେ ଯୀଶୁଙ୍କ ବାକ୍ୟକୁ ଦେଖ, “ମୁଁ ଓ ମୋ ପିତା ଏକ” | ଆମେ କେବଳ ଯୀଶୁଙ୍କ ବାକ୍ୟ ପ୍ରତି ଯିହୂଦୀ ମାନଙ୍କ ପ୍ରତିକ୍ରିୟାକୁ ଦେଖିବା ଆବଶ୍ୟକ, ଯେ ସେ ଆପଣାକୁ ଈଶ୍ଵର ବୋଲି ଦାବି କରୁଥିଲେ | ଏହି କାରଣ ହେତୁ, ସେମାନେ ତାହାଙ୍କ ଉପରକୁ ପଥର ଫୋପାଡିବାକୁ ଉଦ୍ୟମ କଲେ, “… ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଇଶ୍ଵର ବୋଲାଉଛୁ” (ଯୋହନ ୧୦:୩୩) | ଯିହୂଦୀମାନେ ପ୍ରକୃତରେ ବୁଝିପାରିଥିଲେ ଯେ ଯୀଶୁ କଅଣ ଦାବି କରୁଥିଲେ- ଈଶ୍ଵରତ୍ଵ | ଧ୍ୟାନ ଦିଅନ୍ତୁ, ଯୀଶୁ ନିଜେ ଈଶ୍ଵର ହେବା ଦାବିକୁ ଖଣ୍ଡନ କରୁନାହାଁନ୍ତି | ଯେତେବେଳେ, ଯୀଶୁ କହିଲେ, “ମୁଁ ଓ ମୋ ପିତା ଏକ” | ସେ କହୁଥିଲେ ଯେ ପିତା ଓ ସେ ଏକ ସ୍ଵଭାବ ଓ ଉପାଦାନର ଅଟନ୍ତି | ଯୋହନ ୮:୫୮ ହେଉଛି ଆଉ ଏକ ଉଦାହରଣ | ଯୀଶୁ ଘୋଷଣା କାଲେ, “ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି”| ଏହି ବାକ୍ୟର ପ୍ରତିକ୍ରିୟା ସ୍ଵରୂପେ ଯିହୂଦୀମାନେ ତାହାଙ୍କୁ ଈଶ୍ଵର ନିନ୍ଦା ଦୋଷରେ ପଥର ଫୋପାଡ଼ି ମାରି ବାକୁ ଉଦ୍ୟମ କଲେ ଯେପରି କି ମୋଶାଙ୍କ ଲିଖିତ ବ୍ୟବସ୍ଥାରେ ଆଦେଶ ଦିଆଯାଇଛି (ଲେବୀୟ ୨୪:୧୫) |

ଯୋହନ ଯୀଶୁଙ୍କ ଈଶ୍ଵରତ୍ଵକୁ ଗୁରୁତ୍ଵଆରୋପ କରନ୍ତି: “ବାକ୍ୟ ପରମେଶ୍ଵର ଥିଲେ” ଏବଂ “ବାକ୍ୟ ଦେହବନ୍ତ ହେଲେ” (ଯୋହନ ୧:୧,୧୪) | ଏହି ପଦଗୁଡ଼ିକ ସ୍ପଷ୍ଟଭାବରେ ସୂଚନା ଦିଅନ୍ତି ଯେ ଯୀଶୁ ମାନବ ଶରୀରରେ ପରମେଶ୍ଵର ଥିଲେ | ପ୍ରେରିତ ୨୦:୨୮ ଆମକୁ କହେ ଯେ, “…ଆଉ ଯେଉଁ ମଣ୍ଡଳୀକି ଈଶ୍ଵର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି ସେହି ମଣ୍ଡଳୀର ପ୍ରତିପାଳନ କର ..”| କିଏ ମଣ୍ଡଳୀ- ଈଶ୍ଵର ଙ୍କ ମଣ୍ଡଳୀ କି ତାହାଙ୍କ ରକ୍ତ ଦ୍ଵାରା କ୍ରୟ କଲେ? ଯୀଶୁ ଖ୍ରୀଷ୍ଟ! ପ୍ରେରିତ ୨୦:୨୮ ଘୋଷଣା କରେ ଯେ ଈଶ୍ଵର ମଣ୍ଡଳୀକୁ ଆପଣା ରକ୍ତରେ କ୍ରୟ କଲେ, ତେଣୁ ଯୀଶୁ ଈଶ୍ଵର ଅଟନ୍ତି!

ଶିଷ୍ୟ ଥୋମା, ଯୀଶୁଙ୍କ ବିଷୟରେ ଏହା ଘୋଷଣା କଲେ, “ମୋ ପ୍ରଭୁ ଓ ମୋ ଈଶ୍ଵର ” (ଯୋହନ ୨୦:୨୮) | ଯୀଶୁ ତାହାଙ୍କୁ ଏହି ବିଷୟକୁ ନେଇ ସଂଶୋଧନ କରନ୍ତି ନାହିଁ|ନ୍ତି । ତୀତସ ୨:୧୩ ଆମ୍ଭମାନଙ୍କ ଈଶ୍ଵର ଓ ତ୍ରାଣକର୍ତ୍ତା, ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରିବାକୁ ଉତ୍ସାହିତ (ଦେଖ ୨ ପିତର ୧:୧) | ଏବ୍ରୀ ୧:୮ରେ ପିତା ପରମେଶ୍ଵର ଯୀଶୁଙ୍କ ବିଷୟରେ ଏହା ଘୋଷଣା କରନ୍ତି, “ହେ, ଈଶ୍ଵର , ତୁମର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ” | ପିତା ଈଶ୍ଵର ଯୀଶୁଙ୍କୁ “ହେ ଈଶ୍ଵର ” ବୋଲି ସମ୍ବୋଧନ କରନ୍ତି ଯାହା ଯୀଶୁଙ୍କ ଈଶ୍ଵରତ୍ଵର ପ୍ରମାଣ ଦିଏ |

ପ୍ରକାଶିତ ପୁସ୍ତକରେ, ଏକ ଦୂତ ପ୍ରେରିତ ଯୋହନଙ୍କୁ କେବଳ ଈଶ୍ଵରଙ୍କ ଆରାଧନା କରିବାକୁ ଆଜ୍ଞା ଦେଲେ (ପ୍ରକାଶିତ ୧୯:୧୦) | ବାଇବଲରେ ଅନେକ ଥର, ଯୀଶୁ ଆରାଧନା ଗ୍ରହଣ କରନ୍ତି (ମାଥିଉ ୨:୧୧; ୧୪:୩୩; ୨୮:୯, ୧୭; ଲୂକ ୨୪:୫୨; ଯୋହନ ୯:୩୮) | ସେ କଦାପି ଲୋକମାନଙ୍କୁ ତାହାଙ୍କ ଆରଧନା କରିବାରୁ ଭତ୍ସନା କରନ୍ତି ନାହିଁ | ଯଦି ଯୀଶୁ ଈଶ୍ଵର ହୋଇ ନଥାନ୍ତେ, ସେ ଲୋକମାନଙ୍କୁ ତାହାଙ୍କ ପୂଜା କରିବା ପାଇଁ ମନା କରିଥାନ୍ତେ, ଯେପରି କି ପ୍ରକାଶିତ ପୁସ୍ତକରେ ଦୂତ କରିଥିଲେ | ବାଇବଲରେ ଆହୁରି ଅନେକ ପଦ ଓ ଶାସ୍ତ୍ରାଂସ ରହିଅଛି ଯାହା ଯୀଶୁଙ୍କ ଈଶ୍ଵରତ୍ଵ ବିଷୟରେ ଯୁକ୍ତି କରେ |

ଯୀଶୁଙ୍କୁ ଇଶ୍ଵର ହେବାର କାରଣ ଯେ ଯଦି ଯୀଶୁ, ଈଶ୍ଵର ହୋଇ ନ ଥାନ୍ତେ, ତେବେ ତାହାଙ୍କ ମୃତ୍ୟୁ ସମସ୍ତ ଜଗତର ପାପର ଦଣ୍ଡକୁ ପେୟ କରିବାକୁ ଯଥେଷ୍ଟ ହୋଇ ନ ଥାନ୍ତା (୧ ଯୋହନ ୨:୨) | ଜଣେ ସୃଷ୍ଟ ବ୍ୟକ୍ତି, ଯାହା ଯୀଶୁ ହୋଇ ଥାନ୍ତି ଯଦି ସେ ଇଶ୍ଵର ହୋଇ ନଥାନ୍ତି ଓ ସେ ଏକ ଅସୀମ ଈଶ୍ଵରଙ୍କ ବିରୋଧରେ ଅସୀମ ପାପର ବେତନକୁ ପେୟ କରିପାରି ନଥାନ୍ତେ | କେବଳ ଈଶ୍ଵର ହିଁ ଏହି ପ୍ରକାର ଅସୀମ ପ୍ରେମକୁ ପରିଶୋଧ କରିପାରିବେ | କେବଳ ଈଶ୍ଵର ଏହି ପରି ଜଗତର ସମସ୍ତ ପାପକୁ ନେଇ ପାରିବେ (୨ କରନ୍ଥିୟ ୫:୨୧), ମୃତ୍ୟୁଭୋଗ କରିପାରିବେ, ଏବଂ ପୁନରୁଥିତ ହୋଇ, ପାପ ଓ ମୃତ୍ୟୁ ଉପରେ ଆପଣା ବିଜୟର ପ୍ରମାଣ ଦେଇପାରିବେ |

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଯୀଶୁ ଈଶ୍ଵର କି? ଯୀଶୁ କେବେ ନିଜକୁ ଈଶ୍ଵର ବୋଲି ଦାବି କରିଥିଲେ କି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.