ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ (premillennialism) କ’ଣ?

ପ୍ରଶ୍ନ ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ (premillennialism) କ’ଣ? ଉତ୍ତର ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ ହେଉଛି ଏକ ମତବାଦ ଯାହା ଖ୍ରୀଷ୍ଟଙ୍କ ଶାନ୍ତିରାଜ୍ୟ ପୂର୍ବରୁ ତାଙ୍କ ଦ୍ବିତୀୟାଗମନ ହେବ ଏବଂ ସେହି ଶାନ୍ତିରାଜ୍ୟ ବା ସହସ୍ରବର୍ଷ ରାଜତ୍ବ ହେଉଛି ପୃଥିବୀରେ ଖ୍ରୀଷ୍ଟଙ୍କ ଆକ୍ଷରିକ ୧୦୦୦ ବର୍ଷର ରାଜତ୍ବ । ଶାସ୍ତ୍ରରେ ଥିବା ଶେଷ ସମୟ ଘଟନା ସମ୍ବଳିତ ଶାସ୍ତ୍ରାଂଶଗୁଡିକ ବୁଝିବା ଏବଂ ଭାବାନୁବାଦ କରିବା ନିମନ୍ତେ ଦୁଇଗୋଟି ବିଷୟ ଅଛି ଯାହା ନିହାତି ସ୍ବଷ୍ଟ ଭାବେ ବୁଝିବାକୁ ପଡିବ:…

ପ୍ରଶ୍ନ

ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ (premillennialism) କ’ଣ?

ଉତ୍ତର

ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ ହେଉଛି ଏକ ମତବାଦ ଯାହା ଖ୍ରୀଷ୍ଟଙ୍କ ଶାନ୍ତିରାଜ୍ୟ ପୂର୍ବରୁ ତାଙ୍କ ଦ୍ବିତୀୟାଗମନ ହେବ ଏବଂ ସେହି ଶାନ୍ତିରାଜ୍ୟ ବା ସହସ୍ରବର୍ଷ ରାଜତ୍ବ ହେଉଛି ପୃଥିବୀରେ ଖ୍ରୀଷ୍ଟଙ୍କ ଆକ୍ଷରିକ ୧୦୦୦ ବର୍ଷର ରାଜତ୍ବ । ଶାସ୍ତ୍ରରେ ଥିବା ଶେଷ ସମୟ ଘଟନା ସମ୍ବଳିତ ଶାସ୍ତ୍ରାଂଶଗୁଡିକ ବୁଝିବା ଏବଂ ଭାବାନୁବାଦ କରିବା ନିମନ୍ତେ ଦୁଇଗୋଟି ବିଷୟ ଅଛି ଯାହା ନିହାତି ସ୍ବଷ୍ଟ ଭାବେ ବୁଝିବାକୁ ପଡିବ: ଶାସ୍ତ୍ର ଭାବାନୁବାଦ କରିବା ନିମନ୍ତେ ଏକ ସଠିକ୍ ପଦ୍ଧତି ଏବଂ ଇଶ୍ରାୟେଲ (ଯିହୂଦା) ଏବଂ ମଣ୍ଡଳୀ (ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ସମାଗମ) ମଧ୍ୟରେ ଥିବା ଭିନ୍ନତା ।

ଶାସ୍ତ୍ର ଭାବାନୁବାଦ କରିବାର ଏକ ସଠିକ୍ ଉପାୟ ଶାସ୍ତ୍ରର ପ୍ରସଙ୍ଗ ସହ ସଙ୍ଗତ ହେଉଥିବା ଏକ ଉପାୟରେ ଶାସ୍ତ୍ର ଭାବାନୁବାଦ ହେବାର ଆବଶ୍ୟକ କରେ । ଏହା ବୁଝାଏ ଯେ, ଏକ ଶାସ୍ତ୍ରାଂଶ ଏପରି ଭାବରେ ଭାବାନୁବାଦ ହେବା ଉଚିତ୍ ଯେପରିକି ଏହି ଶାସ୍ତ୍ରାଂଶ ଯେଉଁମାନଙ୍କ ନିକଟକୁ ଲେଖାଯାଇଥିଲା ସେମାନଙ୍କ ସଙ୍ଗତ ହେବା, ଯେଉଁମାନଙ୍କ ବିଷୟରେ ଲେଖାଯାଇଛି ତତ୍ ସଙ୍ଗତ , କାହାକୁ ଏହା ଲେଖାଯାଇଥିଲା ତତ୍ ସଙ୍ଗତ ଏହିପରି ଭାବରେ ସଙ୍ଗତ ହେବା ଉଚିତ୍ । ଶାସ୍ତ୍ରାଂଶର ଲେଖକ (ମାନବ ଲେଖକ), ଯେଉଁମାନଙ୍କୁ ଲକ୍ଷ୍ୟ କରି ଏହା ଲେଖାଯାଇଛି, ଏହାର ଐତିହାସିକ ପୃଷ୍ଠଭୂମି ଜାଣିବା ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ଅନେକ ସମୟରେ ଐତିହାସିକ କିମ୍ବା ସାଂସ୍କୃତିକ ପରିବେଶ ଶାସ୍ତ୍ରାଂଶର ସଠିକ୍ ଅର୍ଥକୁ ପ୍ରକାଶ କରିବାରେ ସାହାଯ୍ୟ କରିଥାଏ । ସ୍ମରଣରେ ରଖିବା ଉଚିତ୍ ଯେ ଶାସ୍ତ୍ର ହିଁ ଶାସ୍ତ୍ରର ଭାବାନୁବାଦ କରେ । ଏହାର ଅର୍ଥ ହେଉଛି, ଅନେକ ସମୟରେ ବାଇବଲର ଅନ୍ୟ କୌଣସି ସ୍ଥାନରେ ଉଲ୍ଲିଖିତ ବିଷୟ କିମ୍ବା ପ୍ରସଙ୍ଗ ପର୍ଯ୍ୟନ୍ତ ଏକ ଶାସ୍ତ୍ରାଂଶ ବିସ୍ତାରିତ ହୋଇଥାଏ । ସମସ୍ତ ଶାସ୍ତ୍ରାଂଶ ଗୋଟିକୁ ଅନ୍ୟଠାରୁ ନିରବଚ୍ଛିନ୍ନ ଭାବେ ଭାବାର୍ଥ କରିବା ଗୁରୁତ୍ବପୂର୍ଣ୍ଣ ଅଟେ ।

ପରିଶେଷରେ, ଏବଂ ଅତି ଗୁରୁତ୍ବପୂର୍ଣ୍ଣ ଭାବରେ, ଶାସ୍ତ୍ରାଂଶଗୁଡିକର ପ୍ରସଙ୍ଗ ସାଙ୍କେତିକ ପ୍ରକୃତିର ହୋଇନଥିଲେ ସେଗୁଡିକ ସର୍ବଦା ସେଗୁଡିକର ସାଧାରଣ, ନିୟମିତ, ସରଳ, ଆକ୍ଷରିକ ଅର୍ଥରେ ନିଆଯିବା ଉଚିତ୍ । ଏକ ଆକ୍ଷରିକ ବ୍ୟାଖ୍ୟା ବ୍ୟବହାର ହୋଇଆସୁଥିବା କଥନ ସଙ୍କେତର ସମ୍ଭାବନାକୁ ବାଦ୍ ଦିଏନାହିଁ । ବରଂ, ଏକ ଶାସ୍ତ୍ରାଂଶ ନିମନ୍ତେ ଉପଯୁକ୍ତ ହୋଇନଥିଲେ ଶାସ୍ତ୍ରାଂଶର ସାଙ୍କେତିକ ଭାଷାରେ ପଠନ ନ କରିବା ନିମନ୍ତେ ବ୍ୟାଖ୍ୟାକାରୀଙ୍କୁ ଉତ୍ସାହିତ କରିଥାଏ । ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଦତ୍ତ ହୋଇନଥିଲେ ଏକ “ଗଭୀର, ଅଧିକ ଆତ୍ମିକ” ଅର୍ଥକୁ କେବେବି ଅନ୍ବେଷଣ ନ କରିବା । ଏକ ଶାସ୍ତ୍ରାଂଶକୁ ଆତ୍ମିକ ଭାବ ନେଇ ବୁଝାଇବା ବିପଦପୂର୍ଣ୍ଣ ଅଟେ କାରଣ ଏହା ଶାସ୍ତ୍ରାଂଶର ସଠିକ୍ ଭାବାନୁବାଦ ନିମନ୍ତେ ଥିବା ଆଧାରକୁ ପାଠକର ମନ ମଧ୍ୟକୁ ସ୍ଥାନାନ୍ତର କରିଥାଏ । ସେହି ସମୟରେ, ସେଠାରେ ବ୍ୟାଖ୍ୟାର କୌଣସି ନିରପେକ୍ଷ ମାନ ରହିବ ନାହିଁ; ବରଂ ଶାସ୍ତ୍ରାଂଶଟି ଯାହା ବୁଝାଏ ସେବିଷୟରେ ପ୍ରତି ବ୍ୟକ୍ତିର ନିଜସ୍ବ ଧାରଣା ଉପରେ ନିର୍ଭର କରିବ । ଦ୍ବିତୀୟ ପିତର ୧:୨୦-୨୧ ଆମ୍ଭମାନଙ୍କୁ ସ୍ମରଣ କରାଇଦିଏ ଯେ, “ଶାସ୍ତ୍ରର କୌଣସି ଭାବବାଣୀ ସ୍ବତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ, କାରଣ କୌଣସି ଭାବବାଣୀ କେବେହେଁ ମନୁଷ୍ୟର ଇଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ଈଶ୍ବରପ୍ରେରିତ ମନୁଷ୍ୟମାନେ ପବିତ୍ରଆତ୍ମାଙ୍କ ଦ୍ବାରା ଚାଳିତ ହୋଇ କଥା କହିଥିଲେ ।”

ବାଇବଲ ସମ୍ମତ ବ୍ୟାଖ୍ୟାର ଏହି ସମସ୍ତ ନୀତିନିୟମକୁ ପ୍ରୟୋଗ କଲେ, ଦେଖିବା ନିହାତି ଜରୁରୀଯେ, ଇଶ୍ରାୟେଲ (ଅବ୍ରହାମଙ୍କର ଶାରିରୀକ ବଂଶଧରମାନେ) ଏବଂ ମଣ୍ଡଳୀ (ସମସ୍ତ ନୂତନ ନିୟମ ବିଶ୍ବାସୀ) ଦୁଇଗୋଟି ଭିନ୍ନ ଗୋଷ୍ଠୀର ଅଟନ୍ତି । ଇଶ୍ରାୟେଲ ଏବଂ ମଣ୍ଡଳୀ ଭିନ୍ନ ଅଟନ୍ତି କାରଣ, ଯଦି ଏହାକୁ ଭୁଲ୍ ବୁଝାଯାଏ, ଶାସ୍ତ୍ରାଂଶର ଭୁଲ୍ ବ୍ୟାଖ୍ୟା ହେବ ଏବଂ ଏହି ବିଷୟ ଚିହ୍ନିପାରିବା ବହୁତ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । କାରଣ ବିଶେଷତଃ ଇଶ୍ରାୟେଲ ନିମନ୍ତେ କରାଯାଇଥିବା ପ୍ରତିଜ୍ଞା (ଉଭୟ ସଫଳ ହୋଇସାରିଥିବା ଓ ଏପର୍ଯ୍ୟନ୍ତ ସଫଳ ହୋଇନଥିବା) ସମ୍ବନ୍ଧୀୟ ଶାସ୍ତ୍ରାଂଶଗୁଡିକର ଭୁଲ୍ ବ୍ୟାଖ୍ୟା ହେବାର ଅଧିକ ସମ୍ଭାବନା ଅଛି । ଏପରି ପ୍ରତିଜ୍ଞାଗୁଡିକ ମଣ୍ଡଳୀ ନିମନ୍ତେ ପ୍ରଯୁଜ୍ୟ ହେବା ଉଚିତ୍ ନୁହେଁ । ସ୍ମରଣରେ ରଖନ୍ତୁ ଯେ, ଶାସ୍ତ୍ରାଂଶର ବିଷୟବସ୍ତୁ ଶାସ୍ତ୍ରାଂଶଟି କେଉଁମାନଙ୍କୁ ଲେଖାଯାଇଛି ତାହା ନିର୍ଦ୍ଧାରଣ କରିବ ଏବଂ ସବୁଠାରୁ ଅଧିକ ଠିକ୍ ବ୍ୟାଖ୍ୟାକୁ ସୂଚୀତ କରିବ ।

ଏହି ସମସ୍ତ ଧାରଣା ମନରେ ରଖି, ଆମେ ଶାସ୍ତ୍ରର ଅନେକ ଅଂଶକୁ ଦେଖିପାରିବା ଯାହା ଶାନ୍ତିରାଜ୍ୟ ଓ ଖ୍ରୀଷ୍ଟଙ୍କ ଦ୍ବିତୀୟାଗମନ ମତ ଉତ୍ପନ୍ନ କରିବ । ଆଦି ୧୨:୧-୩ “ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ । ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା, ତୁମ୍ଭେ ଆଶୀର୍ବାଦର ଆକର ହେବ । ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଅଇ , ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ ।”

ଏଠାରେ ଈଶ୍ବର ଅବ୍ରାମଙ୍କୁ ତିନିଗୋଟି ବିଷୟ ପ୍ରତିଜ୍ଞା କରୁଅଛନ୍ତି: ଅବ୍ରାମଙ୍କର ଅନେକ ବଂଶ ହେବେ, ଏହି ଜାତି ଏକ ଦେଶ ଅଧିକାର କରିବେ ଏବଂ ଅବ୍ରାମଙ୍କ ବଂଶରେ ଥିବା (ଯିହୂଦୀମାନେ) ସମସ୍ତ ମନୁଷ୍ୟଜାତି ଉପରକୁ ଏକ ସାର୍ବଜନୀନ ଆଶୀର୍ବାଦ ଆସିବ । ଆଦି ୧୫:୯-୧୭ରେ, ଈଶ୍ବର ଅବ୍ରାମଙ୍କ ସହ କରିଥିବା ପ୍ରତିଜ୍ଞାକୁ ଅନୁମୋଦନ କରନ୍ତି । ଯେକୌଣସିମତେ ଏହା ହୋଇଯାଇଛି, ଈଶ୍ବର ନିଜ ଉପରେ ସେହି ପ୍ରତିଜ୍ଞାର ଏକମାତ୍ର ଦାୟିତ୍ବ ରଖିଅଛନ୍ତି । ତାହା ହେଉଛି, ଏପରି କୌଣସି ବିଷୟ ନ ଥିଲା ଯାହା ଈଶ୍ବର କରିଥିବା ପ୍ରତିଜ୍ଞାକୁ ନିଷ୍ଫଳ କଲାପରି ଅବ୍ରାମ କରିପାରିବେ ନାହିଁ କିମ୍ବା ତାହା କରିବାରେ ଅସଫଳ ହେବେ । ଆହୁରି ମଧ୍ୟ ଏହି ଶାସ୍ତ୍ରାଂଶରେ, ସେହି ଦେଶ ନିମନ୍ତେ ସୀମା ନିର୍ଦ୍ଧାରଣ କରାଯାଇଛି ଯାହାକୁକି ଯିହୂଦୀମାନେ ପରିଶେଷରେ ଅଧିକାର କରିବେ । ଏହି ସୀମାଗୁଡିକର ସବିଶେଷ ବିବରଣୀ ନିମନ୍ତେ ଦ୍ବିତୀୟ ବିବରଣ ୩୪ ଅଧ୍ୟାୟ ଦେଖନ୍ତୁ । ଦେଶର ପ୍ରତିଜ୍ଞା ବିଷୟକ ଅନ୍ୟ ଶାସ୍ତ୍ରାଂଶଗୁଡିକ ହେଉଛି ଦ୍ବିତୀୟ ବିବରଣ ୩୦:୩-୫ ଏବଂ ଯିହିଜିକଲ ୨୦:୪୨-୪୪ ।

୨ଶାମୁୟେଲ ୭:୧୦-୧୭ରେ ରାଜା ଦାଉଦଙ୍କୁ ଈଶ୍ବରଙ୍କ ଦ୍ବାରା କରାଯାଇଥିବା ପ୍ରତିଜ୍ଞା ବିଷୟରେ ଆମେ ଦେଖୁ । ଏଠାରେ ଈଶ୍ବର ଦାଉଦଙ୍କୁ ପ୍ରତିଜ୍ଞା କରନ୍ତି ଯେ, ଏହି ସମସ୍ତ ବଂଶରୁ ଈଶ୍ବର ଏକ ଅନନ୍ତକାଳୀନ ରାଜ୍ୟ ସ୍ଥାପନ କରିବେ । ଏହା ଶାନ୍ତିରାଜ୍ୟ ସମୟରେ ଏବଂ ପରବର୍ତ୍ତୀ ଅନନ୍ତକାଳରେ ଖ୍ରୀଷ୍ଟଙ୍କ ଶାସନକୁ ବୁଝାଏ । ସ୍ମରଣରେ ରଖିବାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ପ୍ରତିଜ୍ଞା ଆକ୍ଷରିକ ଭାବେ ସଫଳ ହେବାର ଅଛି ଏବଂ ଏହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ । କେତେକ ହୁଏତ ବିଶ୍ବାସ କରିପାରନ୍ତି ଯେ, ଶଲୋମନଙ୍କ ଶାସନ ଏହି ଭାବବାଣୀର ଆକ୍ଷରିକ ସିଦ୍ଧି, କିନ୍ତୁ ସେହି ଅର୍ଥରେ ଏକ ସମାସ୍ୟା ଅଛି । ଶଲୋମନ ରାଜତ୍ବ କରିଥିବା ଦେଶ ବା ଭୌଗଳିକ ଅଞ୍ଚଳସବୁ ବର୍ତ୍ତମାନ ଇଶ୍ରାୟେଲ ଦ୍ବାରା ଅଧିକୃତ ନୁହେଁ, ଏବଂ ଶଲୋମନ ମଧ୍ୟ ଆଜି ଇଶ୍ରାୟେଲ କର୍ତ୍ତୃକ କରୁନାହାନ୍ତି । ସ୍ମରଣ କରନ୍ତୁ ଯେ, ଈଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା କଲେ ଯେ, ତାଙ୍କ ବଂଶଧରମାନେ ଚିରଦିନ ନିମନ୍ତେ ଏକ ଦେଶ ଅଧିକାର କରିବେ । ଆହୁରିମଧ୍ୟ, ୨ଶାମୁୟେଲ ୭ କୁହେ ଯେ ଈଶ୍ବର ଜଣେ ରାଜାଙ୍କୁ ସ୍ଥାପନ କରିବେ ଯିଏକି ଚିରଦିନ ନିମନ୍ତେ ଶାସନ କରିବେ । ଶଲୋମନ ଦାଉଦଙ୍କୁ କରାଯାଇଥିବା ପ୍ରତିଜ୍ଞାର ସିଦ୍ଧି ନୁହଁନ୍ତି । ଅତଏବ, ଏହା ଏକ ପ୍ରତିଜ୍ଞା ଯାହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ ।

ବର୍ତ୍ତମାନ ଏହିସବୁ ବିଷୟ ମନ ମଧ୍ୟରେ ରଖି ପ୍ରକାଶିତ ୨୦:୧-୭ରେ ଲିପିବଦ୍ଧ ଥିବା ବିଷୟକୁ ପରୀକ୍ଷା କରନ୍ତୁ । ସହସ୍ର ବର୍ଷ ଯାହାକି ବାରମ୍ବାର ଉଲ୍ଲେଖ କରାଯାଇଛି ତାହା ଏହି ପୃଥିବୀରେ ଖ୍ରୀଷ୍ଟଙ୍କ ୧୦୦୦ ବର୍ଷର ଆକ୍ଷରିକ ଶାସନର ସିଦ୍ଧି ଅଟେ । ସ୍ମରଣକୁ ଆଣନ୍ତୁ ଯେ, ଜଣେ ଶାସନକର୍ତ୍ତା ବିଷୟରେ ଦାଉଦଙ୍କୁ କରାଯାଇଥିବା ପ୍ରତିଜ୍ଞା ଆକ୍ଷରିକ ଭାବରେ ପରିପୂରଣ ହେବାକୁ ଅଛି ଏବଂ ତାହା ଏପର୍ଯ୍ୟନ୍ତ ଘଟିନାହିଁ । ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ ସେହି ସିଂହାସନରେ ଖ୍ରୀଷ୍ଟଙ୍କ ସହ ଥିବା ଭବିଷ୍ୟତ୍ ସିଦ୍ଧିକୁ ବର୍ଣ୍ଣନା କରିବା ଭାବେ ଦେଖେ । ଈଶ୍ବର ଉଭୟ ଅବ୍ରହାମ ଓ ଦାଉଦଙ୍କ ସହ ସର୍ତ୍ତହୀନ ପ୍ରତିଜ୍ଞା କରିଥିଲେ । ଈଶ୍ବର ଯେପରି ପ୍ରତିଜ୍ଞା କରିଥିଲେ ସେହିପରି ଭାବରେ ଘଟିବାର ଏକମାତ୍ର ପନ୍ଥା ହେଉଛି ଖ୍ରୀଷ୍ଟଙ୍କ ଏକ ଆକ୍ଷରିକ ଓ ଦୈହିକ ଶାସନ ।

ଶାସ୍ତ୍ରର ଏକ ଆକ୍ଷରିକ ବ୍ୟାଖ୍ୟା ପ୍ରୟୋଗ କଲେ ଅନେକଗୁଡିଏ ପ୍ରହେଳିକା ମିଳିତ ହୋଇ ଆସିଥାଏ । ଯୀଶୁଖ୍ରୀଷ୍ଟଙ୍କ ପ୍ରଥମ ଆଗମନ ବିଷୟକ ପୁରାତନ ନିୟମର ସମସ୍ତ ଭାବବାଣୀ ଆକ୍ଷରିକ ଭାବେ ସିଦ୍ଧି ହୋଇସାରିଛି । ଅତଏବ, ଠିକ୍ ସେହିପରି ଭାବରେ ତାଙ୍କ ଦ୍ବିତୀୟାଗମନ ବିଷୟକ ସମସ୍ତ ଭାବବାଣୀ ମଧ୍ୟ ଆକ୍ଷରିକ ଭାବେ ସିଦ୍ଧି ଲାଭ କରିବାର ଆଶା କରୁ । ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ ହେଉଛି ଏକମାତ୍ର ପଦ୍ଧତି ଯାହା ଈଶ୍ବରଙ୍କ ପ୍ରତିଜ୍ଞାସକଳ ଓ ଶେଷ-ସମୟ ବିଷୟକ ଭାବବାଣୀକୁ ଆକ୍ଷରିକ ବ୍ୟାଖ୍ୟା ଦେବା ସହ ଏକମତ ହୁଏ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଶାନ୍ତିରାଜ୍ୟ ଦ୍ବିତୀୟାଗମନ ମତବାଦ (premillennialism) କ’ଣ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.