ଶେଷ ସମୟ ଭାବବାଣୀ ଅନୁଯାୟୀ କ’ଣ ଘଟିବାକୁ ଯାଉଛି?

ପ୍ରଶ୍ନ ଶେଷ ସମୟ ଭାବବାଣୀ ଅନୁଯାୟୀ କ’ଣ ଘଟିବାକୁ ଯାଉଛି? ଉତ୍ତର ବାଇବଲ ଶେଷ ସମୟ ବିଷୟରେ ଅନେକ କିଛି କୁହେ । ବାଇବଲର ପ୍ରାୟ ପ୍ରତ୍ୟେକ ପୁସ୍ତକରେ ଶେଷ ସମୟ ବିଷୟକ ଭାବବାଣୀ ରହିଛି । ଏହି ସମସ୍ତ ଭାବବାଣୀକୁ ନେଇ ସେଗୁଡିକୁ ସଂଗଠିତ କରିବା କଷ୍ଟକର ହେବ । ନିମ୍ନ ଲିଖିତ ବିଷୟ ହେଉଛି ଶେଷ ସମୟରେ କ’ଣ ଘଟିବ ସେ ବିଷୟରେ ବାଇବଲ ଘୋଷଣା କରୁଥିବାର ଏକ ଅତି ସଂକ୍ଷିପ୍ତ ସାରାଂଶ ।…

ପ୍ରଶ୍ନ

ଶେଷ ସମୟ ଭାବବାଣୀ ଅନୁଯାୟୀ କ’ଣ ଘଟିବାକୁ ଯାଉଛି?

ଉତ୍ତର

ବାଇବଲ ଶେଷ ସମୟ ବିଷୟରେ ଅନେକ କିଛି କୁହେ । ବାଇବଲର ପ୍ରାୟ ପ୍ରତ୍ୟେକ ପୁସ୍ତକରେ ଶେଷ ସମୟ ବିଷୟକ ଭାବବାଣୀ ରହିଛି । ଏହି ସମସ୍ତ ଭାବବାଣୀକୁ ନେଇ ସେଗୁଡିକୁ ସଂଗଠିତ କରିବା କଷ୍ଟକର ହେବ । ନିମ୍ନ ଲିଖିତ ବିଷୟ ହେଉଛି ଶେଷ ସମୟରେ କ’ଣ ଘଟିବ ସେ ବିଷୟରେ ବାଇବଲ ଘୋଷଣା କରୁଥିବାର ଏକ ଅତି ସଂକ୍ଷିପ୍ତ ସାରାଂଶ ।

ଖ୍ରୀଷ୍ଟ ରାପଚର୍ (rapture) ଭାବେ ଜଣାଶୁଣା ଏକ ଘଟନାରେ ପୃଥିବୀରୁ ପୁନଃଜନ୍ମପ୍ରାପ୍ତ ବିଶ୍ବାସୀମାନଙ୍କୁ ଅପସାରଣ କରିବେ (୧ଥେସଲନିକୀୟ ୪:୧୩-୧୮; ୧କରିନ୍ଥୀୟ ୧୫:୫୧-୫୪) । ଖ୍ରୀଷ୍ଟଙ୍କ ବିଚାରାସନରେ, ଏହି ବିଶ୍ବାସୀଗଣ ପୃଥିବୀରେ ସେମାନେ କରିଥିବା ଉତ୍ତମ କାର୍ଯ୍ୟଗୁଡିକ ଏବଂ ବିଶ୍ବସ୍ତ ସେବା ନିମନ୍ତେ ପୁରସ୍କୃତ ହେବେ କିମ୍ବା ପୁରସ୍କାର ହରାଇବା, କିନ୍ତୁ ସେମାନେ ସେବା ଓ ବାଧ୍ୟତାର ଅଭାବ ଥିବା ଯୋଗୁଁ ଅନନ୍ତ ଜୀବନ ହରାଇବେ ନାହିଁ (୧କରିନ୍ଥୀୟ ୩:୧୧-୧୫; ୨କରିନ୍ଥୀୟ ୫:୧୦) ।

ଭଣ୍ଡଖ୍ରୀଷ୍ଟ (ପ୍ରକାଶିତ ପୁସ୍ତକରେ ବର୍ଣ୍ଣିତ ପଶୁ) କ୍ଷମତାର ଅଧିକାରୀ ହେବ ଏବଂ ଇଶ୍ରାୟେଲ ସହିତ ସାତ ବର୍ଷ ଏକ ଚୁକ୍ତିନାମା ସ୍ବାକ୍ଷର କରିବ (ଦାନିୟେଲ ୯:୨୭) । ଏହି ସାତ ବର୍ଷ ସମୟକୁ “କ୍ଲେଶ”ର ସମୟ କୁହାଯାଏ । ଏହି କ୍ଲେଶର ସମୟରେ, ଭୟଙ୍କର ଯୁଦ୍ଧ, ଦୁର୍ଭିକ୍ଷ, ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଘଟିବ । ଈଶ୍ବର ପାପ, ମନ୍ଦ ଏବଂ ଦୁଷ୍ଟତା ବିରୁଦ୍ଧରେ ଆପଣା କ୍ରୋଧ ଢାଳୁଥିବେ । ଏହି କ୍ଲେଶର ସମୟରେ Apocalypseରେ ଥିବା ଚାରିଜଣ ଅଶ୍ବ ଚଢାଳୀ ଦେଖାଦେବେ, ଏବଂ ସାତଗୋଟି ମୁଦ୍ରା, ସାତଗୋଟି ତୂରୀ ଏବଂ ବିଚାରର ପାତ୍ରଗୁଡିକ ଦେଖାଦେବ ।

ଏହି ସାତ ବର୍ଷର ଅର୍ଦ୍ଧେକ ସମୟରେ, ଭଣ୍ଡଖ୍ରୀଷ୍ଟ ଈଶ୍ରାୟେଲ ସହିତ କରିଥିବା ଚୁକ୍ତିନାମା ଭଙ୍ଗ କରିବ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରିବ । ଭଣ୍ଡଖ୍ରୀଷ୍ଟ “ଘୃଣାଯୋଗ୍ୟ ବସ୍ତୁ” କରିବ ଏବଂ ଯିରୁଶାଲମ ମନ୍ଦିରରେ ପୂଜା ପାଇବା ନିମନ୍ତେ ତା ନିଜ ପ୍ରତିମୂର୍ତ୍ତି ସ୍ଥାପନ କରିବ (ଦାନିୟେଲ ୯:୨୭; ୨ଥେସଲନିକୀୟ ୨:୩-୧୦), ଯାହା ପୁନଃନିର୍ମିତ ହୋଇସାରିଥିବ । କ୍ଲେଶ ସମୟର ଦ୍ବିତୀୟ ଅର୍ଦ୍ଧଭାଗ “ମହାକ୍ଲେଶ”(ପ୍ରକାଶିତ ୭:୧୪) ଏବଂ “ଯାକୁବର ସଙ୍କଟ କାଳ” (ଯିରିମିୟ ୩୦:୭) ଭାବରେ ଜଣାଶୁଣା ।

ସାତ ବର୍ଷ କ୍ଲେଶର ଶେଷରେ, ଭଣ୍ଡଖ୍ରୀଷ୍ଟ ଯିରୁଶାଲମ ଉପରେ ଶେଷ ଆକ୍ରମଣ କରିବ, ଯାହା ଆର୍ମାଗିଦ୍ଦୋନ୍ ଯୁଦ୍ଧ ରୂପରେ ଶେଷ ହେବ । ଯୀଶୁଖ୍ରୀଷ୍ଟ ଆସିବେ, ଭଣ୍ଡଖ୍ରୀଷ୍ଟ ଓ ତା’ ସୈନ୍ୟସକଳକୁ ବିନାଶ କରିବେ ଏବଂ ସେମାନଙ୍କୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରିବେ (ପ୍ରକାଶିତ ୧୯:୧୧-୧୨) । ତା’ପରେ ଖ୍ରୀଷ୍ଟ ଶୟତାନକୁ ପାତାଳକୁଣ୍ଡରେ ୧୦୦୦ ବର୍ଷ ନିମନ୍ତେ ବାନ୍ଧି ନିକ୍ଷେପ କରିବେ ଏବଂ ପୃଥିବୀରେ ତାଙ୍କ ଏକ-ହଜାର ବର୍ଷ ସମୟ ଶାସନ କରିବେ (ପ୍ରକାଶିତ ୨୦:୧-୬) ।

ଏକ ହଜାର ବର୍ଷର ଶେଷରେ, ଶୟତାନକୁ ମୁକ୍ତ କରାଯିବ, ତାକୁ ପୁନର୍ବାର ପରାସ୍ତ କରାଯିବ ଏବଂ ଅନନ୍ତକାଳ ନିମନ୍ତେ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଯିବ (ପ୍ରକାଶିତ ୨୦:୭-୧୦) । ଖ୍ରୀଷ୍ଟ ତା’ପରେ ସମସ୍ତ ଅବିଶ୍ବାସୀମାନଙ୍କୁ (ପ୍ରକାଶିତ ୨୦:୧୦-୧୫) ବୃହତ୍ ଶ୍ବେତ ସିଂହାସନ ସମ୍ମୁଖରେ ବିଚାର କରି ସେମାନଙ୍କୁ ଅଗ୍ନିମୟ ହ୍ରଦରେ ନିକ୍ଷେପ କରିବେ । ଖ୍ରୀଷ୍ଟ ତା’ପରେ ଏକ ନୂତନ ଆକାଶମଣ୍ଡଳ ଏବଂ ନୂତନ ପୃଥିବୀ ଏବଂ ନୂତନ ଯିରୁଶାଲମ ଯାହାକି ବିଶ୍ବାସୀମାନଙ୍କ ନିମନ୍ତେ ଅନନ୍ତକାଳୀନ ବାସସ୍ଥାନ ଆବାହନ କରିବେ । ସେଠାରେ ଆଉ ପାପ, ଦୁଃଖ କିମ୍ବା ମୃତ୍ୟୁ ରହିବନାହିଁ (ପ୍ରକାଶିତ ୨୧ ରୁ ୨୨ ଅଧ୍ୟାୟ) ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଶେଷ ସମୟ ଭାବବାଣୀ ଅନୁଯାୟୀ କ’ଣ ଘଟିବାକୁ ଯାଉଛି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.