ସମ୍ପୂର୍ଣ୍ଣ ସତ୍ୟ / ସାର୍ବଜନୀନ ସତ୍ୟ ବୋଲି କିଛି ବିଷୟ ରହିଛି କି?

ପ୍ରଶ୍ନ ସମ୍ପୂର୍ଣ୍ଣ ସତ୍ୟ / ସାର୍ବଜନୀନ ସତ୍ୟ ବୋଲି କିଛି ବିଷୟ ରହିଛି କି? ଉତ୍ତର ସମ୍ପୂର୍ଣ୍ଣ ବା ସାର୍ଜଜନୀତ ସତ୍ୟତାକୁ ବୁଝିବା ନିମନ୍ତେ, ଆମେ ନିହାତି ସତ୍ୟତାକୁ ବ୍ୟାଖ୍ୟା କରି ଏହାକୁ ଆରମ୍ଭ କରିବାକୁ ପଡିବ । ଶବ୍ଦକୋଷ ଅନୁଯାୟୀ ସତ୍ୟତା ହେଉଛି, “ଘଟନା ବା ବାସ୍ତବତାର ଐକ୍ୟ; ସତ୍ୟ ବୋଲି ଏକ ମନ୍ତବ୍ୟ ପ୍ରମାଣିତ ବା ଗ୍ରହଣୀୟ ହେବା ।” କିଛି ଲୋକ କହିପାରନ୍ତି ଯେ, ସତ୍ୟ ବାସ୍ତବତା ନାହିଁ, କେବଳ ପ୍ରତ୍ୟକ୍ଷ୍ୟ ଜ୍ଞାନ…

ପ୍ରଶ୍ନ

ସମ୍ପୂର୍ଣ୍ଣ ସତ୍ୟ / ସାର୍ବଜନୀନ ସତ୍ୟ ବୋଲି କିଛି ବିଷୟ ରହିଛି କି?

ଉତ୍ତର

ସମ୍ପୂର୍ଣ୍ଣ ବା ସାର୍ଜଜନୀତ ସତ୍ୟତାକୁ ବୁଝିବା ନିମନ୍ତେ, ଆମେ ନିହାତି ସତ୍ୟତାକୁ ବ୍ୟାଖ୍ୟା କରି ଏହାକୁ ଆରମ୍ଭ କରିବାକୁ ପଡିବ । ଶବ୍ଦକୋଷ ଅନୁଯାୟୀ ସତ୍ୟତା ହେଉଛି, “ଘଟନା ବା ବାସ୍ତବତାର ଐକ୍ୟ; ସତ୍ୟ ବୋଲି ଏକ ମନ୍ତବ୍ୟ ପ୍ରମାଣିତ ବା ଗ୍ରହଣୀୟ ହେବା ।” କିଛି ଲୋକ କହିପାରନ୍ତି ଯେ, ସତ୍ୟ ବାସ୍ତବତା ନାହିଁ, କେବଳ ପ୍ରତ୍ୟକ୍ଷ୍ୟ ଜ୍ଞାନ ଓ ମତାମତ ରହିଛି । ଅନ୍ୟମାନେ ଯୁକ୍ତି କରିପାରନ୍ତି ଯେ, କିଛି ସମ୍ପୂର୍ଣ୍ଣ ବାସ୍ତବତା ବା ସତ୍ୟତା ରହିବା ନିହାତି ଆବଶ୍ୟକ ।

ଏକ ମତବାଦ କୁହେ ଯେ, ଏପରି କୌଣସି ସମ୍ପୂର୍ଣ୍ଣ ବିଷୟ ନାହିଁ ଯାହା ବାସ୍ତବତାକୁ ବ୍ୟାଖ୍ୟା କରିବ । ଯେଉଁମାନେ ଏହି ମତବାଦ ପୋଷଣ କରନ୍ତି ସେମାନେ ବିଶ୍ବାସ କରନ୍ତି ଯେ ପ୍ରତ୍ୟେକ ବିଷୟ ଆଉ କିଛି ବିଷୟକୁ ଆପେକ୍ଷିକ ଅଟେ, ଏବଂ ସେଇଥିଯୋଗୁଁ କୌଣସି ବାସ୍ତବତା ରହିପାରିବ ନାହିଁ । ସେହି କାରଣ ଯୋଗୁଁ, କୌଣସି ନୈତିକ ସମ୍ପୂର୍ଣ୍ଣ ବିଷୟ ନାହିଁ, ଏକ କାର୍ଯ୍ୟ ସାକାରାତ୍ମକ କିମ୍ବା ନକାରାତ୍ମକ, ଭୁଲ୍ କିମ୍ବା ଠିକ୍ ତାହା ନିଷ୍ପତ୍ତି କରିବା ନିମନ୍ତେ କୌଣସି ଅଧିକାରପ୍ରାପ୍ତ ବ୍ୟକ୍ତି ନାହାନ୍ତି । ଏହି ମତବାଦ “ପରିସ୍ଥିତିଗତ ନୈତିକ ନିୟମାବଳୀ” କୁ ପଥ କଢାଇଥାଏ ଏବଂ ଏହି ପରିସ୍ଥିତିଗତ ନୈତିକ ନିୟମାବଳୀ ହେଉଛି ଏକ ବିଶ୍ବାସ ଯାହା ପରିସ୍ଥିତିର ଆପେକ୍ଷିକତାକୁ ଦେଖି କ’ଣ ଭୁଲ୍ ଓ କ’ଣ ଠିକ୍ ତାହା ନିର୍ଣ୍ଣୟ କରାଯାଇଥାଏ । କୌଣସି ଠିକ୍ ବା ଭୁଲ୍ ନାହିଁ; ଅତଏବ, ଯାହାକିଛି ଏକ ସମୟରେ ଠିକ୍ ପରି ଜଣାଯାଏ ସେହି ପରିସ୍ଥିତିରେ ତାହା ଠିକ୍ ଅଟେ । ବାସ୍ତବରେ, ପରିସ୍ଥିତିଗତ ନୈତିକ ନିୟମାବଳୀ ଏକ କଳ୍ପନାପ୍ରସୂତ, “ଯାହାକିଛି ଉତ୍ତମ ଜଣାଯାଏ” ମାନସିକତା ଏବଂ ଜୀବନଶୈଳୀ ଆଡକୁ କଢାଇ ନେଇଥାଏ, ଯାହାର ସମାଜ ଉପରେ ଏବଂ ବ୍ୟକ୍ତିବିଶେଷଙ୍କ ଉପରେ ଏକ ଧ୍ବଂସାତ୍ମକ ଫଳ ରହିଛି । ଏହା ପରବର୍ତ୍ତୀ ଆଧୁନିକତାବାଦ , ଯାହା ଏପରି ଏକ ସମାଜ ସୃଷ୍ଟି କରେ ଯାହା ସମସ୍ତ ମୂଲ୍ୟବୋଧ, ବିଶ୍ବାସ, ଜୀବନଶୈଳୀ ଏବଂ ସତ୍ୟତାକୁ ସମାନ ଭାବରେ ବୈଧ ବୋଲି ବିବେଚନା କରେ ।

ଅନ୍ୟ ମତବାଦ ପୋଷଣ କରେ ଯେ, ସମ୍ପୂର୍ଣ୍ଣ ବାସ୍ତବତାଗୁଡିକ ଏବଂ ମାନସବୁ ରହିଛି ଯାହା କ’ଣ ସତ୍ୟ ଓ କ’ଣ ସତ୍ୟ ନାହିଁ ତାହା ବ୍ୟାଖ୍ୟା କରେ । ଅତଏବ, ସେହି ସମସ୍ତ ସମ୍ପୂର୍ଣ୍ଣ ମାନକୁ ଠିକ୍ ବା ଭୁଲ୍ ମାପ କରି କାର୍ଯ୍ୟଗୁଡିକୁ ଭୁଲ୍ ବା ଠିକ୍ ଭାବେ ନିର୍ଦ୍ଧାରିତ ହୋଇପାରିବ । ଯଦି କୌଣସି ସମ୍ପୂର୍ଣ୍ଣ ବିଷୟ ନାହିଁ, ତେବେ କୌଣସି ବାସ୍ତବତା କିମ୍ବା ବିଶୃଙ୍ଖଳ ଘଟେ ନାହିଁ । ଉଦାହରଣ ସ୍ବରୂପ, ମାଧ୍ୟାକର୍ଷଣ ନିୟମକୁ ଧରି ନିଅନ୍ତୁ । ଯଦି ଏହା ସମ୍ପୂର୍ଣ୍ଣ ହୋଇନଥାଏ, ତେବେ ଆମେ ଆମ ସ୍ଥାନ ପରିବର୍ତ୍ତନ କରିବା ନିମନ୍ତେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଆମେ ଏକ ସ୍ଥାନରେ ଠିଆ ହୋଇରହିବା ବା ବସି ରହିବା ସେ ବିଷୟରେ ଆମେ ନିଶ୍ଚିତ ହୋଇ ରହିପାରିବା ନାହିଁ । କିମ୍ବ ଯଦି ଦୁଇ ଯୁକ୍ତ ଦୁଇ ସର୍ବଦା ଚାରି ହୋଇନଥାଏ, ତେବେ ସଭ୍ୟତା ଉପରେ ଥିବା ଫଳାଫଳ ଧ୍ବଂସାବିମୁଖୀ ହୋଇଥାନ୍ତା । ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନର ନିୟମଗୁଡିକ ଅସଙ୍ଗତ ହୋଇଥାନ୍ତା, ଏବଂ ବାଣିଜ୍ୟ ବ୍ୟବସାୟ କରିବା ଅସମ୍ଭବ ହୋଇଥାନ୍ତା । ଏପରି ହେବା ଯୋଗୁଁ କେଡେ ବିଶୃଙ୍ଖଳ ଅବସ୍ଥା ସୃଷ୍ଟି ହୋଇନଥାନ୍ତେ! ଧନ୍ୟବାଦର ବିଷୟ ଯେ, ଦୁଇ ଯୁକ୍ତ ଦୁଇ ଚାରି ହୁଏ । ସମ୍ପୂର୍ଣ୍ଣ ସତ୍ୟତା ରହିଛି, ଏବଂ ଏହାକୁ ଆମେ ପାଇପାରିବା ଏବଂ ଏହାକୁ ବୁଝିହେବ ।

ସମ୍ପୂର୍ଣ୍ଣ ସତ୍ୟ ନାହିଁ ବୋଲି ମନ୍ତବ୍ୟ ଦେବା ଅଯୌକ୍ତିକ ଅଟେ । ତଥାପି, ଅନେକ ଲୋକ ଏକ ସାଂସ୍କୃତିକ ଆପେକ୍ଷିକ ମତବାଦକୁ ଆପଣେଇଛନ୍ତି ଯାହା ଯେକୌଣସି ପ୍ରକାରର ସମ୍ପୂର୍ଣ୍ଣ ସତ୍ୟକୁ ଅସ୍ବୀକାର କରେ । ଯେଉଁମାନେ “କୌଣସି ସମ୍ପୂର୍ଣ୍ଣ ସତ୍ୟ ନାହିଁ” ବୋଲି କୁହନ୍ତି ସେମାନଙ୍କୁ ପଚାରିବାକୁ ଥିବା ଏକ ଉତ୍ତମ ପ୍ରଶ୍ନ ହେଉଛି: “ଆପଣ ଏ ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ କି?” ଯଦି ସେମାନେ କୁହନ୍ତି “ହଁ”, ସେମାନେ ଏକ ସମ୍ପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରନ୍ତି – ଯାହା ନିଜେ ସମ୍ପୂର୍ଣ୍ଣର ସ୍ଥିତି ବିଷୟରେ ସୂଚୀତ କରେ ।

ଆତ୍ମ-ବିରୋଧାଭାସର ସମାସ୍ୟା ପରେ, କୌଣସି ସମ୍ପୂର୍ଣ୍ଣ ବା ସାର୍ବଜନୀନ ସତ୍ୟତା ନାହିଁ ବୋଲି ବିଶ୍ବାସ କରିବା ନିମନ୍ତେ ଅନେକ ତାର୍କିକ ସମାସ୍ୟାକୁ ଜଣେ ଆୟତ୍ତ କରିବାକୁ ପଡିବ । ସେଥି ମଧ୍ୟରୁ ଗୋଟିଏ ହେଉଛି ସମସ୍ତ ମାନବର ସୀମିତ ଜ୍ଞାନ ଓ ସସୀମ ମନ ଅଛି, ତେଣୁ, ସେମାନେ ଯୁକ୍ତିଯୁକ୍ତ ଭାବେ ସମ୍ପୂର୍ଣ୍ଣ ନକରାତ୍ମକ ମନ୍ତବ୍ୟଗୁଡିକ ଦେଇପାରିବେନାହିଁ । ଜଣେ ବ୍ୟକ୍ତି ଯୁକ୍ତିଯୁକ୍ତ ଭାବେ କହିପାରିବ ନାହିଁ, “ଈଶ୍ବର ନାହାନ୍ତି” (ଯଦିଓ ଅନେକ ସେପରି କହନ୍ତି), କାରଣ, ଏହିପରି ମନ୍ତବ୍ୟଗୁଡିକ ଦେବା ନିମନ୍ତେ, ସେହି ବ୍ୟକ୍ତିର ସମଗ୍ର ବିଶ୍ବବ୍ରହ୍ମାଣ୍ଡ ବିଷୟରେ ଆରମ୍ଭରୁ ଶେଷ ଯାଏ ସମ୍ପୂର୍ଣ୍ଣ ଜ୍ଞାନ ରହିବାକୁ ପଡିବ । ଯେହେତୁ ତାହା ଅସମ୍ଭବ ଅଟେ, ଯେକୌଣସି ବ୍ୟକ୍ତି ନିହାତି କହିବା ପଡିବ “ମୋ’ ଠାରେ ଥିବା ସୀମିତ ଜ୍ଞାନରେ ମୁଁ ବିଶ୍ବାସ କରେ ଯେ, ଈଶ୍ବର ନାହାନ୍ତି ।”

ସମ୍ପୂର୍ଣ୍ଣ ସତ୍ୟ / ସାର୍ବଜନୀନ ସତ୍ୟର ଅସ୍ବୀକାରର ଆଉ ଏକ ସମାସ୍ୟା ହେଉଛି ଆମ ନିଜ ବିବେକରେ, ଆମ ନିଜ ଅନୁଭୂତିଗୁଡିକରେ, ଏବଂ ଆମେ ବାସ୍ତବ ଜଗତରେ ଯାହା ଦେଖୁ ସେଥିରୁ ଯାହା ସତ୍ୟ ବୋଲି ଜାଣୁ ସେହି ଅନୁଯାୟୀ ଜୀବନଯାପନ କରିବାରେ ଅସଫଳ ହେଉ । ଯଦି ସମ୍ପୂର୍ଣ୍ଣ ସତ୍ୟ ବୋଲି କିଛି ବିଷୟ ନାହିଁ, ତେବେ ସର୍ବଶେଷ ଠିକ୍ କିମ୍ବା ଭୁଲ୍ ବୋଲି କୌଣସି ବିଷୟ ନାହିଁ । ଯାହା ଆପଣଙ୍କ ନିମନ୍ତେ “ଠିକ୍” ଅଟେ, ତାହା ମୋ ନିମନ୍ତେ “ଠିକ୍” ହୋଇଥିବାର ବୁଝାଏନାହିଁ । ଯେତେବେଳେ ବାହ୍ୟ ବିଷୟରେ ଏହି ଧରଣର ଆପେକ୍ଷିକ ମତବାଦ ଦୃଷ୍ଟି ଆକର୍ଷଣ କରିବା ପରି ଜଣାପଡେ, ଏହା ବୁଝାଏ ଯେ, ପ୍ରତ୍ୟେକେ ଜୀବନଯାପନ କରିବା ନିମନ୍ତେ ତା’ ନିଜ ନୀତିଗୁଡିକୁ ସ୍ଥାପନ କରେ ଏବଂ ସେ ଯାହା ଠିକ୍ ବୋଲି ଭାବେ ତାହା ହିଁ କରେ । ଅପରିହାର୍ଯ୍ୟ ଭାବରେ, ଜଣେ ବ୍ୟକ୍ତିର ସଠିକ୍ ଜଣା ପଡୁଥିବା ଭାବ ଶୀଘ୍ର ଅନ୍ୟଜଣେ ବ୍ୟକ୍ତିର ବୋଧଶକ୍ତି ସହିତ ବିବାଦ ହେବ । ଯଦି ଟ୍ରାଫିକ୍ ଲାଇଟ୍ ନାଲି ଜଳୁଥିଲେ ବି ଯଦି ଏହା ମୋ ନିମନ୍ତେ “ଠିକ୍” ଅଟେ, ତେବେ କ’ଣ ଘଟିବ? ମୁଁ ଅନେକ ବ୍ୟକ୍ତିର ଜୀବନକୁ ବିପଦରେ ପକାଇଦିଏ । କିମ୍ବା ମୁଁ ଭାବିପାରେ ଯେ ଆପଣଙ୍କଠାରୁ ଚୋରି କରିବା ଠିକ୍ ଅଟେ, ଏବଂ ଆପଣ ଭାବି ପାରନ୍ତି ଏହା ଠିକ୍ ନୁହେଁ । ସ୍ବଷ୍ଟ ଭାବେ, ଠିକ୍ ଓ ଭୁଲ୍ ବିଷୟରେ ଆମ୍ଭମାନଙ୍କର ମାନଦଣ୍ଡ ବିବାଦରେ ରହିଛି । ଯଦି କୌଣସି ସମ୍ପୂର୍ଣ୍ଣ ସତ୍ୟତା ନାହିଁ, ଆମେ ସମସ୍ତେ ଦାୟୀ ରହିଥିବା କୌଣସି ଠିକ୍ କିମ୍ବା ଭୁଲ୍ ର ମାନଦଣ୍ଡ ନାହିଁ, ତେବେ କୌଣସି ବିଷୟରେ ଆମେ ନିଶ୍ଚିତ ହୋଇପାରିବା ନାହିଁ । ଲୋକେ ଯାହା ଚାହାନ୍ତି ଯଥା – ନରହତ୍ୟା, ଦୁର୍ଷର୍ମ (ଧର୍ଷଣ), ଚୋରି, ମିଥା, ଠକାମି ଇତ୍ୟାଦି କରିବା ନିମନ୍ତେ ମୁକ୍ତ ଅଟନ୍ତି ଏବଂ କୌଣସି ଲୋକ କହିପାରିବେ ଯେ, ଏହି ସମସ୍ତ ଭୁଲ୍ ଅଟେ । ଆଉ ଶାସନ ବ୍ୟବସ୍ଥା ରହିବା ନାହିଁ, କୌଣସି ନିୟମ, କୌଣସି ନ୍ୟାୟ ରହିବ ନାହିଁ, କାରଣ ଅଳ୍ପ ସଂଖ୍ୟକ ଲୋକମାନଙ୍କ ଉପରେ ଅଧିକ ସଂଖ୍ୟକ ଲୋକଙ୍କର ମାନଦଣ୍ଡ ଲଦି ଦେବାର ଅଧିକାର ଅଛି ବୋଲି ମଧ୍ୟ ଜଣେ କହିପାରିବ ନାହିଁ । ସମ୍ପୂର୍ଣ୍ଣ ବିଷୟଗୁଡିକ ନ ଥିବା ଏକ ଜଗତ ସବୁଠାରୁ ଭୟଙ୍କର ଜଗତ ହେବ ଯାହାକୁ କଳ୍ପନା କରାଯାଇପାରିବ ।

ଆତ୍ମିକ ଦୃଷ୍ଟିକୋଣରୁ, ଏହି ପ୍ରକାର ଆପେକ୍ଷିକ ମତବାଦ ଧର୍ମଗତ ଦ୍ବନ୍ଦରେ ପରିଣତ ହୁଏ ଯେଉଁଠି କୌଣସି ସତ୍ୟ ଧର୍ମ ନାହିଁ ଏବଂ ଈଶ୍ବରଙ୍କ ସହିତ ଠିକ୍ ସମ୍ପର୍କ ରଖିବା ନିମନ୍ତେ କୌଣସି ଉପାୟ ନାହିଁ । ଅତଏବ ସମସ୍ତ ଧର୍ମ ଭ୍ରମ ହେବ ଯେହେତୁ ସମସ୍ତ ଧର୍ମ ମୃତ୍ୟୁପରର ସମ୍ପୂର୍ଣ୍ଣ ଦାବୀଗୁଡିକ ଜଣାନ୍ତି । ଆଜିକାଲି ଦୁଇଟି ଠିକ୍ ବିପରୀତ ଭାବେ ବିରୁଦ୍ଧ କରୁଥିବା ଧର୍ମ ସମାନ ଭାବେ “ସତ୍ୟ” ହୋଇପାରେ, ଯଦିଓ ସେହି ଦୁଇଟି ଧର୍ମ ସ୍ବର୍ଗକୁ ଯିବା ନିମନ୍ତେ କେବଳ ଏକମାତ୍ର ପଥ ଅଛି କିମ୍ବା ସମ୍ପୂର୍ଣ୍ଣ ଭାବେ ବିପରୀତ “ସତ୍ୟତା” ବିଷୟରେ ଶିକ୍ଷା ଦିଅନ୍ତି । ଯେଉଁ ଲୋକମାନେ ସମ୍ପୂର୍ଣ୍ଣ ସତ୍ୟକୁ ବିଶ୍ବାସ କରନ୍ତି ନାହିଁ ଏହି ସମସ୍ତ ଦାବୀ ଗୁଡିକୁ ଉପେକ୍ଷା କରନ୍ତି କରି ଏକ ଅଧିକ ସହନଶୀଳ ସାର୍ବଜନୀନବାଦକୁ ଗ୍ରହଣ କରନ୍ତି ଯାହା ଶିକ୍ଷା ଦିଏ ଯେ ସମସ୍ତ ଧର୍ମ ସମାନ ଏବଂ ଏହି ସମସ୍ତ ଧର୍ମରେ ସ୍ବର୍ଗକୁ ଯିବା ନିମନ୍ତେ ସେହି ସମାନ ପଥ ରହିଛି । ଯେଉଁ ଲୋକମାନେ ଏହି ବିଶ୍ବମତବାଦକୁ ଗ୍ରହଣ କରନ୍ତି ସେମାନେ ଦୃଢ ଭାବରେ ସୁସମାଚାର ପ୍ରଚାର ସମ୍ବନ୍ଧୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରନ୍ତି ଯେଉଁ ଖ୍ରୀଷ୍ଟିୟାନମାନେ ସେହି ବାଇବଲକୁ ବିଶ୍ବାସ କରନ୍ତି ଯାହା କୁହେ ଯେ ଯୀଶୁ ହିଁ “ପଥ, ସତ୍ୟ ଓ ଜୀବନ” ଏବଂ ସେ ହିଁ ସତ୍ୟତାର ଅନ୍ତିମ ପରିପ୍ରକାଶନ ଏବଂ ଜଣେ ବ୍ୟକ୍ତି ସ୍ବର୍ଗକୁ ଯିବା ନିମନ୍ତେ ଏକମାତ୍ର ପଥ (ଯୋହନ ୧୪:୬) ।

ସହନଶୀଳତା ହେଉଛି ଆଧୁନିକ ପରବର୍ତ୍ତୀ ସମାଜର ଏକ ପ୍ରଧାନ ଗୁଣ, ଯାହା ଏକ ସମ୍ପୂର୍ଣ୍ଣ ବିଷୟ, ଏବଂ ସେଇଥିଯୋଗୁଁ ଅସହନଶୀଳତା କେବଳ ହେଉଛି ମନ୍ଦ । ଯେକୌଣସି ପ୍ରକାରର ଅପରିବର୍ତ୍ତନୀୟ ସିଦ୍ଧାନ୍ତର ବିଶ୍ବାସ – ବିଶେଷତଃ ସମ୍ପୂର୍ଣ୍ଣ ସତ୍ୟ ଉପରେ ବିଶ୍ବାସ ଅସହନଶୀଳତା ଭାବରେ ବିବେଚନା କରାଯାଏ, ଯାହା ସ୍ବତଃପ୍ରବୃତ୍ତ ପାପ । ଯେଉଁମାନେ ସମ୍ପୂର୍ଣ୍ଣ ସତ୍ୟତାକୁ ଅସ୍ବୀକାର କରନ୍ତି ସେମାନେ ଅନେକ ସମୟରେ କୁହନ୍ତି ଯେ, ଆପଣ ଯାହା ଚାହାନ୍ତି ତାହା ବିଶ୍ବାସ କରିବା ଠିକ୍ ଅଟେ, ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ବିଶ୍ବାସକୁ ଅନ୍ୟ ଉପରେ ଲଦିବାର ଚେଷ୍ଟା ନ କରିଛନ୍ତି । କିନ୍ତୁ ଏହି ମତବାଦ ହିଁ କ’ଣ ଭୁଲ୍ ଓ କ’ଣ ଠିକ୍ ତାହାର ଏକ ବିଶ୍ବାସ, ଏବଂ ଯେଉଁମାନେ ଏହି ମତବାଦ ପୋଷଣ କରନ୍ତି, ସେମାନେ ଅଧିକ ନିଶ୍ଚିତରେ ଅନ୍ୟମାନଙ୍କ ଉପରେ ଏହାକୁ ଲଦି ଦେବାକୁ ଚାହାନ୍ତି । ସେମାନେ ବ୍ୟବହାରର ଏକ ମାନଦଣ୍ଡ ସ୍ଥାପନ କରିଛନ୍ତି ଯାହାକୁ ସେମାନେ ଅନୁକରଣ କରିବା ନିମନ୍ତେ ଜିଦ୍ ଧରନ୍ତି, ଏବଂ ତାହା କରିବା ଦ୍ବାର ସେମାନେ ଯେଉଁ ବିଷୟକୁ ଧରିରଖିବାର ଦାବୀ କରନ୍ତି ତାହାର ଲଙ୍ଘନ କରନ୍ତି ଯାହାକି ଅନ୍ୟ ଏକ ଆତ୍ମ-ବିରୋଧାଭାସ ସ୍ଥିତି । ଯେଉଁମାନେ ଏପରି ବିଶ୍ବାସ ରଖନ୍ତି ସେମାନେ ସେମାନଙ୍କର କାର୍ଯ୍ୟଗୁଡିକ ନିମନ୍ତେ ଦାୟୀ ରହିବାକୁ ଇଛା କରନ୍ତି ନାହିଁ । ଯଦି ସମ୍ପୂର୍ଣ୍ଣ ସତ୍ୟତା ରହିଛି, ତେବେ ଠିକ୍ ଓ ଭୁଲ୍ ର ସମ୍ପୂର୍ଣ୍ଣ ମାନଦଣ୍ଡ ରହିଛି, ଏବଂ ଆମ୍ଭେମାନେ ସେହି ମାନଦଣ୍ଡଗୁଡିକଠାରେ ଉତ୍ତରଦାୟୀ ଅଟୁ । ଏହି ଉତ୍ତର ଦାୟୀତ୍ବକୁ ଲୋକମାନେ ବାସ୍ତବରେ ପ୍ରତ୍ୟାଖ୍ୟାନ କରି ଦିଅନ୍ତି ଯେତେବେଳେ ସେମାନେ ସମ୍ପୂର୍ଣ୍ଣ ସତ୍ୟତାକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତି ।

ସମ୍ପୂର୍ଣ୍ଣ ସତ୍ୟତା / ସାର୍ବଜନୀନ ସତ୍ୟତାର ଅସ୍ବୀକାର ଏବଂ ସାଂସ୍କୃତିକ ଆପେକ୍ଷିକ ମତବାଦ ଯାହା ଏହା ସହିତ ଆସିଥାଏ ତାହା ହେଉଛି ଏପରି ଏକ ସମାଜର ଫଳ ଯାହା ଜୀବସତ୍ତାର ବ୍ୟାଖ୍ୟା ଭାବରେ ବିବର୍ତ୍ତନବାଦକୁ ଗ୍ରହଣ କରିଛି । ଯଦି ପ୍ରକୃତିବାଦ ବିବର୍ତ୍ତନ ସତ୍ୟ ହୋଇଥାଏ, ତେବେ ଜୀବନର କୌଣସି ଅର୍ଥନାହିଁ, ଆମର କୌଣସି ଉଦ୍ଦେଶ୍ୟନାହିଁ, ଏବଂ କୌଣସି ସମ୍ପୂର୍ଣ୍ଣ ଠିକ୍ କିମ୍ବା ଭୁଲ୍ ନାହିଁ । ତେବେ ମନୁଷ୍ୟ ଯାହା ଚାହିଁଲା ସେହି ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ମୁକ୍ତ ଅଟେ ଏବଂ ତା’ର କାର୍ଯ୍ୟଗୁଡିକ ନିମନ୍ତେ କୌଣସି ବ୍ୟକ୍ତି ଉତ୍ତରଦାୟୀ ରହିବେ ନାହିଁ । ତଥାପି କେତେ ପାପପୂର୍ଣ୍ଣ ମନୁଷ୍ୟମାନେ ଇଶ୍ବରଙ୍କ ସତ୍ତା ଅସ୍ବୀକାର କରନ୍ତି ବା ସମ୍ପୂର୍ଣ୍ଣ ସତ୍ୟତାକୁ ଅସ୍ବୀକାର କରନ୍ତି, ସେଥିରେ କିଛି ଯାଇଆସେନାହିଁ, ସେମାନେ ତଥାପି ତାଙ୍କ ବିଚାର ଦିନରେ ତାଙ୍କ ସମ୍ମୁଖରେ ଠିଆ ହେବେ । ବାଇବଲ ଘୋଷଣା କରେ ଯେ, “…ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି । ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ବ, ସୃଷ୍ଟ ବସ୍ତୁଗୁଡିକ ଦ୍ବାରା ବୋଧଗମ୍ୟ ହୋଇ ସ୍ବଷ୍ଟ ରୂପେ ପ୍ରତୀୟମାନେ ହେଉଅଛି; ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ । କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା; ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ, (” (ରୋମୀୟ ୧:୧୯-୨୨)

ସମ୍ପୂର୍ଣ୍ଣ ସତ୍ୟତାର ସତ୍ତା ନିମନ୍ତେ କୌଣସି ପ୍ରମାଣ ଅଛି କି? ହଁ, ପ୍ରଥମ, ସେଥିନିମନ୍ତେ ମାନବ ବିବେକ ରହିଛି, ଯାହା ନିର୍ଦ୍ଧିଷ୍ଟ “କିଛି ବିଷୟ” ଆମ ମଧ୍ୟରେ କୁହେ ଯେ ଜଗତ ଏକ ନିର୍ଦ୍ଧିଷ୍ଟ ପଥରେ ରହିବା ଉଚିତ୍, କିଛି ବିଷୟ ଠିକ୍ ଓ କିଛି ବିଷୟ ଭୁଲ୍ । ଆମ୍ଭମାନଙ୍କର ବିବେକ ଆମ୍ଭମାନଙ୍କୁ ହୃତବୋଧ କରାଏ ଯେ, କ୍ଲେଶ, କ୍ଷୁଧା, ଦୁଷ୍କର୍ମ (ଧର୍ଷଣ), ଯନ୍ତ୍ରଣା ଏବଂ ମନ୍ଦ ଘଟିବାର କିଛି ଭୁଲ୍ କାରଣ ରହିଛି ଏବଂ ଏହା ଆମ୍ଭମାନଙ୍କୁ ସତେଚନ କରାଏ ଯେ, ପ୍ରେମ, ବଦନ୍ୟତା, ଦୟା, ଏବଂ ଶାନ୍ତି ଏ ସମସ୍ତ ସାକାରାତ୍ମକ ବିଷୟଗୁଡିକ ଯେଉଁଥିପାଇଁ ଆମେ ସଂଘର୍ଷ କରିବା ଉଚିତ୍ । ଏହା ସବୁ ସମୟରେ ସବୁ ସଂସ୍କୃତିରେ ସାର୍ବଜନୀନ ଭାବେ ସତ୍ୟ ଅଟେ । ବାଇବଲ ରୋମୀୟ ୨:୧୪-୧୬ରେ ମାନବ ବିବେକର ଭୂମିକା ବର୍ଣ୍ଣନା କରିଛନ୍ତି: “ଯେଣୁ ବିଜାତିମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ବାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥାସ୍ବରୂପ ଅଟନ୍ତି, କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କ ବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ, ଯେଉଁ ଦିନରେ ଈଶ୍ବର ମୋହର ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡିକ ବିଚାର କରିବେ, ସେହିଦିନ ଏହା ପ୍ରକାଶ ପାଇବ ।”

ସମ୍ପୂର୍ଣ୍ଣ ସତ୍ୟର ସତ୍ତା ନିମନ୍ତେ ଦ୍ବିତୀୟ ପ୍ରମାଣ ହେଉଛି ବିଜ୍ଞାନ । ସରଳ ଭାବେ କହିବାକୁ ଗଲେ ବିଜ୍ଞାନ ହେଉଛି ଜ୍ଞାନର ପଶ୍ଚାତନୁଗମନ କରିବା, ଆମେ ଯାହା ଜାଣୁ ତାହାର ଅଧ୍ୟୟନ ଏବଂ ଅଧିକ ଜାଣିବାର ଜିଜ୍ଞାସା । ଅତଏବ, ସମସ୍ତ ବୈଜ୍ଞାନିକ ଅଧ୍ୟୟନ ଏହି ବିଶ୍ବାସ ଉପରେ ପର୍ଯ୍ୟବେସିତ ହେବା ଉଚିତ୍ ଯେ, ଜଗତରେ ବସ୍ତୁନିଷ୍ଠ ବାସ୍ତବତାଗୁଡିକ ରହିଛି ଏବଂ ଏହି ସମସ୍ତ ବାସ୍ତବତାଗୁଡିକୁ ଆବିଷ୍କାର କରାଯାଇପାରିବ ଏବଂ ସେଗୁଡିକୁ ପ୍ରମାଣ କରାଯାଇପାରିବ । ବିନା ସ୍ବତଃସିଦ୍ଧ ବିଷୟଗୁଡିକ ଦ୍ବାରା, ଅଧ୍ୟୟନ କରିବା ନିମନ୍ତେ କ’ଣ ରହିଛି? ଜଣେ ବ୍ୟକ୍ତି କିପରି ଜାଣିପାରିବ ଯେ, ବିଜ୍ଞାନରେ ଥିବା ଆବିଷ୍କାରଗୁଡିକ ବାସ୍ତବ? ପ୍ରକୃତରେ, ବିଜ୍ଞାନର ପ୍ରକୃତ ନିୟମଗୁଡିକ ସମ୍ପୂର୍ଣ୍ଣ ସତ୍ୟତାର ସତ୍ତା ଉପରେ ପର୍ଯ୍ୟବେସିତ ହୋଇଛି ।

ସମ୍ପୂର୍ଣ୍ଣ / ସାର୍ବଜନୀନ ସତ୍ୟତାର ସତ୍ତା ନିମନ୍ତେ ତୃତୀୟ ପ୍ରମାଣ ହେଉଛି ଧର୍ମମତ । ଜଗତର ସମସ୍ତ ଧର୍ମମତ ଜୀବନର ଅର୍ଥ ଏବଂ ସଂଜ୍ଞା ଦେବାକୁ ପ୍ରଚେଷ୍ଟା କରିଛି । ସେଗୁଡିକ ସରଳ ସତ୍ତା ଠାରୁ ଅଧିକ କିଛି ବିଷୟ ନିମନ୍ତେ ମାନବଜାତିର ଇଛାରୁ ଜାତ । ଧର୍ମମତ ଦ୍ବାରା, ମାନବଜାତି ଈଶ୍ବରଙ୍କୁ ଅନ୍ବେଷଣ କରେ, ଭବିଷ୍ୟତ ନିମନ୍ତେ ଆଶା ରଖେ, ପାପକ୍ଷମାର ଆଶା ରଖେ, ସଂଘର୍ଷ ମଧ୍ୟରେ ଶାନ୍ତିର ଆଶା ରଖେ, ଏବଂ ଆମର ଗଭୀରତମ ପ୍ରଶ୍ନଗୁଡିକ ନିମନ୍ତେ ଉତ୍ତର ପାଇବାର ଆଶା ରଖେ । ଧର୍ମମତ ହେଉଛି ଏକ ପ୍ରମାଣ ଯାହା ମନୁଷ୍ୟଜାତି ଉନ୍ନତଭାବେ ବିବର୍ତ୍ତିତ ହୋଇଥିବା ପଶୁ ଅଟେ । ଏହା ଏକ ଉଚ୍ଚତର ଉଦ୍ଦେଶ୍ୟର ଏବଂ ଏକ ବ୍ୟକ୍ତିଗତ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ସୃଷ୍ଟିକର୍ତ୍ତାଙ୍କ ସତ୍ତାର ପ୍ରମାଣ ଅଟେ, ଯେଉଁ ସୃଷ୍ଟିକର୍ତ୍ତା ତାଙ୍କୁ ଜାଣିବା ନିମନ୍ତେ ମନୁଷ୍ୟଠାରେ ଇଛା ରଖିଛନ୍ତି । ଏବଂ ଯଦି ପ୍ରକୃତରେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ତେବେ ସେ ସମ୍ପୂର୍ଣ୍ଣ ସତ୍ୟତାର ମାନ ହୋଇଯାଆନ୍ତି, ଏବଂ ତାହାଙ୍କ କ୍ଷମତା ହିଁ ସେହି ସତ୍ୟତାକୁ ପ୍ରତିଷ୍ଠିତ କରେ ।

ସୌଭାଗ୍ୟବଶତଃ, ସେପରି ଏକ ସୃଷ୍ଟିକର୍ତ୍ତା ଅଛନ୍ତି, ଏବଂ ସେ ତାହାଙ୍କ ବାକ୍ୟ ବାଇବଲ ଦ୍ବାରା ତାହାଙ୍କ ସତ୍ୟତାକୁ ପ୍ରକାଶ କରିଅଛନ୍ତି । ସମ୍ପୂର୍ଣ୍ଣ/ସାର୍ବଜନୀତ ସତ୍ୟତାକୁ ଜାଣିବା କେବଳ ସତ୍ୟ ବୋଲି ନିଜକୁ ଦାବୀ କରୁଥିବା ଯୀଶୁଖ୍ରୀଷ୍ଟଙ୍କ ସହ ଏକ ବ୍ୟକ୍ତିଗତ ସମ୍ପର୍କ ଦ୍ବାରା ହିଁ ସମ୍ଭବ । ଯୀଶୁ ନିଜକୁ ଏକମାତ୍ର ପଥ, ଏକମାତ୍ର ସତ୍ୟ, ଏକମାତ୍ର ଜୀବନ ଏବଂ ଈଶ୍ବରଙ୍କ ନିକଟକୁ ଯିବା ନିମନ୍ତେ ଏକମାତ୍ର ପଥ ଭାବରେ ଦାବୀ କରନ୍ତି (ଯୋହନ ୧୪:୬) । ଘଟନାଟି ହେଉଛି ସମ୍ପୂର୍ଣ୍ଣ ସତ୍ୟତା ରହିଛି ଯାହା ଆମ୍ଭମାନଙ୍କୁ ଏକ ସତ୍ୟତା ବିଷୟରେ ସୂଚୀତ କରାଏ ଯାହା କୁହେ ଯେ, ଜଣେ ସାର୍ବଭୌମ ଈଶ୍ବର ରହିଛନ୍ତି ଯିଏ କି ସ୍ବର୍ଗ ଏବଂ ପୃଥିବୀର ସୃଷ୍ଟି କଲେ ଏବଂ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କୁ ଆମେ ଯେପରି ବ୍ୟକ୍ତିଗତ ଭାବେ ଜାଣିପାରିବା ସେଥି ନିମନ୍ତେ ସେ ନିଜକୁ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି । ତାହା ହିଁ ହେଉଛି ସମ୍ପୂର୍ଣ୍ଣ ସତ୍ୟତା ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.