ଆମେ ଯେତେବେଳେ ପାପ କରୁ ପ୍ରଭୁ ଈଶ୍ବର ଆମ୍ଭମାନଙ୍କୁ କେତେବେଳେ, କାହିଁକି ଏବଂ କିପରି ଶାସନ କରିଥାନ୍ତି?

ପ୍ରଶ୍ନ ଆମେ ଯେତେବେଳେ ପାପ କରୁ ପ୍ରଭୁ ଈଶ୍ବର ଆମ୍ଭମାନଙ୍କୁ କେତେବେଳେ, କାହିଁକି ଏବଂ କିପରି ଶାସନ କରିଥାନ୍ତି? ଉତ୍ତର ଅନେକ ସମୟରେ ବିଶ୍ବାସୀମାନଙ୍କ ନିମନ୍ତେ ଜୀବନର ଏକ ବାସ୍ତବତା ଭାବେ ଈଶ୍ବରଙ୍କ ଶାସନକୁ ଉପେକ୍ଷା କରାଯାଇଥାଏ । ଅନେକ ସମୟରେ କେତେକ ପରିସ୍ଥିତି ଆମ ନିଜ ପାପ ଏବଂ ସେହି ପାପ ନିମନ୍ତେ ଈଶ୍ବରଙ୍କ ପ୍ରେମମୟ ଏବଂ ଦୟାଶୀଳ ଶାସନର ଏକ ଅଂଶ ବୋଲି ହୃଦୟଙ୍ଗମ ନ କରି ସେ ବିଷୟରେ ଅଭିଯୋଗ କରିଥାଉ ।…

ପ୍ରଶ୍ନ

ଆମେ ଯେତେବେଳେ ପାପ କରୁ ପ୍ରଭୁ ଈଶ୍ବର ଆମ୍ଭମାନଙ୍କୁ କେତେବେଳେ, କାହିଁକି ଏବଂ କିପରି ଶାସନ କରିଥାନ୍ତି?

ଉତ୍ତର

ଅନେକ ସମୟରେ ବିଶ୍ବାସୀମାନଙ୍କ ନିମନ୍ତେ ଜୀବନର ଏକ ବାସ୍ତବତା ଭାବେ ଈଶ୍ବରଙ୍କ ଶାସନକୁ ଉପେକ୍ଷା କରାଯାଇଥାଏ । ଅନେକ ସମୟରେ କେତେକ ପରିସ୍ଥିତି ଆମ ନିଜ ପାପ ଏବଂ ସେହି ପାପ ନିମନ୍ତେ ଈଶ୍ବରଙ୍କ ପ୍ରେମମୟ ଏବଂ ଦୟାଶୀଳ ଶାସନର ଏକ ଅଂଶ ବୋଲି ହୃଦୟଙ୍ଗମ ନ କରି ସେ ବିଷୟରେ ଅଭିଯୋଗ କରିଥାଉ । ଏହି ଆତ୍ମ-କୈନ୍ଦ୍ରିକ ଅଜ୍ଞତା ଜଣେ ବିଶ୍ବାସୀଙ୍କ ଜୀବନରେ ଅଭ୍ୟାସଗତ ପାପର ସଂଗଠନ କରିବାକୁ ଦେଇଥାଏ, ଯାହା ନିଜ ଉପରକୁ ଅତି ଅଧିକ ଶାସନ ଆଣିଥାଏ ।

ଶାସନକୁ ନିର୍ଦ୍ଦୟ ଦଣ୍ଡ ଭାବେ ଦ୍ବନ୍ଦଗ୍ରସ୍ତ ହେବା ଉଚିତ୍ ନୁହେଁ । ପ୍ରଭୁଙ୍କ ଶାସନ ଆମ ନିମନ୍ତେ ଥିବା ତାଙ୍କ ପ୍ରେମ ଓ ଆମେ ପ୍ରତ୍ୟେକେ ପବିତ୍ର ହେଉ ବୋଲି ତାଙ୍କ ଇଛାର ପ୍ରଭାବ ଦ୍ବାର ସୃଷ୍ଟ ପରିବର୍ତ୍ତନ । “ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଯୋଗ ତୁଚ୍ଚ କରନାହିଁ ଓ ତାହାଙ୍କ ଶାସନରେ କ୍ଲାନ୍ତ ହୁଅନାହିଁ । କାରଣ ଯେପରି ପିତା ଆପଣା ସନ୍ତୋଷପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଶାସନ କରନ୍ତି” (ହିତୋପଦେଶ ୩:୧୧-୧୨; ଏବ୍ରୀ ୧୨:୫-୧୧ ମଧ୍ୟ ଦେଖନ୍ତୁ) । ଈଶ୍ବର ତାଙ୍କ ନିକଟକୁ ଆମେ ଯେପରି ଅନୁତାପ କରି ଫେରୁ ସେଥିନିମନ୍ତେ ପରୀକ୍ଷା, କ୍ଲେଶ ଏବଂ ବିଭିନ୍ନ ଅପ୍ରିତିକର ପରିସ୍ଥିତିଗୁଡିକ ସୃଷ୍ଟି କରିଥାନ୍ତି । ତାଙ୍କ ଶାସନର ଫଳ ହେଉଛି ଅଧିକ ବିଶ୍ବାସ ଏବଂ ଈଶ୍ବରଙ୍କ ସହ ଏକ ନୂତନୀକୃତ ସମ୍ପର୍କ (ଯାକୁବ ୧:୨-୪), ଏହା ଆମ ଉପରେ ଗଡ ସାଜିଥିବା ନିର୍ଦ୍ଧିଷ୍ଟ ପାପକୁ ଧ୍ବଂସ କରିବାର ନୁହେଁ ।

ପ୍ରଭୁଙ୍କ ଶାସନ ଆମ ନିଜ ଭଲ ନିମନ୍ତେ କାର୍ଯ୍ୟ କରେ, ଯେପରିକି ଆମ୍ଭମାନଙ୍କ ଜୀବନରେ ସେ ଗୌରବାନ୍ମିତ ହୁଅନ୍ତି । ସେ ଚାହାନ୍ତି ଯେପରି ଆମେ ପବିତ୍ରତାର ଜୀବନ ଏବଂ ଈଶ୍ବର ଆମ୍ଭମାନଙ୍କୁ ଦେଇଥିବା ନୂତନ ସ୍ବଭାବର ଜୀବନ ପ୍ରତିଫଳିତ ହେବାର ଚାହାନ୍ତି: “ମାତ୍ର ତୁମ୍ଭମାନଙ୍କ ଆହ୍ବାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ । ଯେଣୁ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର” (୧ପିତର ୧:୧୫-୧୬) ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଆମେ ଯେତେବେଳେ ପାପ କରୁ ପ୍ରଭୁ ଈଶ୍ବର ଆମ୍ଭମାନଙ୍କୁ କେତେବେଳେ, କାହିଁକି ଏବଂ କିପରି ଶାସନ କରିଥାନ୍ତି?

Similar Posts

Leave a Reply

Your email address will not be published. Required fields are marked *