ବିଧି ବିଧାନବାଦ ବିଷୟରେ ବାଇବଲ କ’ଣ କୁହେ?

ପ୍ରଶ୍ନ ବିଧି ବିଧାନବାଦ ବିଷୟରେ ବାଇବଲ କ’ଣ କୁହେ? ଉତ୍ତର “ବିଧି ବିଧାନବାଦ” ଶବ୍ଦଟି ବାଇବଲରେ ଦେଖାଯାଏନାହିଁ । ଏହା ଉଭୟ ପରିତ୍ରାଣ ଏବଂ ଆତ୍ମିକ ବୃଦ୍ଧି ପାଇବା ନିମନ୍ତେ ନୀତି ଓ ନିୟମଗୁଡିକର ଏକ ପଦ୍ଧତିକୁ ଗୁରୁତ୍ବପ୍ରଦାନ କରିବା ନିମନ୍ତେ ଏକ ତତ୍ତ୍ବଗତ ସ୍ଥିତି ବର୍ଣ୍ଣନା କରିବା ନିମନ୍ତେ ଖ୍ରୀଷ୍ଟିୟାନମାନେ ବ୍ୟବହାର କରୁଥିବା ଏକ ଶବ୍ଦ । ବିଧି ବିଧାନରେ ବିଶ୍ବାସ କରୁଥିବା ବ୍ୟକ୍ତିଗଣ ନୀତି ଓ ନିୟମଗୁଡିକରେ ଏକ କଡା ଆକ୍ଷରିକ ଆନୁଗତ୍ୟର ବିଶ୍ବାସ…

ପ୍ରଶ୍ନ

ବିଧି ବିଧାନବାଦ ବିଷୟରେ ବାଇବଲ କ’ଣ କୁହେ?

ଉତ୍ତର

“ବିଧି ବିଧାନବାଦ” ଶବ୍ଦଟି ବାଇବଲରେ ଦେଖାଯାଏନାହିଁ । ଏହା ଉଭୟ ପରିତ୍ରାଣ ଏବଂ ଆତ୍ମିକ ବୃଦ୍ଧି ପାଇବା ନିମନ୍ତେ ନୀତି ଓ ନିୟମଗୁଡିକର ଏକ ପଦ୍ଧତିକୁ ଗୁରୁତ୍ବପ୍ରଦାନ କରିବା ନିମନ୍ତେ ଏକ ତତ୍ତ୍ବଗତ ସ୍ଥିତି ବର୍ଣ୍ଣନା କରିବା ନିମନ୍ତେ ଖ୍ରୀଷ୍ଟିୟାନମାନେ ବ୍ୟବହାର କରୁଥିବା ଏକ ଶବ୍ଦ । ବିଧି ବିଧାନରେ ବିଶ୍ବାସ କରୁଥିବା ବ୍ୟକ୍ତିଗଣ ନୀତି ଓ ନିୟମଗୁଡିକରେ ଏକ କଡା ଆକ୍ଷରିକ ଆନୁଗତ୍ୟର ବିଶ୍ବାସ କରି ଦାବୀ କରନ୍ତି । ତତ୍ତ୍ବଗତଭାବରେ, ଅନୁଗ୍ରହ ବିପରୀତରେ ଏକ ସ୍ଥିତି ଅଟେ । ଯେଉଁମାନେ ଏକ ବିଧି ବିଧାନ ସ୍ଥିତି ପୋଷଣ କରନ୍ତି ଅନେକ ସମୟରେ ବ୍ୟବସ୍ଥା ନିମନ୍ତେ ଥିବା ବାସ୍ତବ ଉଦ୍ଦେଶ୍ୟ ଦେଖିବାରେ ବିଫଳ ହୁଅନ୍ତି, ଏହା ବିଶେଷତଃ ପୁରାତନ ନିୟମରେ ଥିବା ମୋଶାଙ୍କର ବ୍ୟବସ୍ଥାସକଳ, ଯାହାକି ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆମ୍ଭମାନଙ୍କୁ ଆଣିବା ନିମନ୍ତେ ଆମ୍ଭମାନଙ୍କର “ସ୍କୁଲ୍ ମାଷ୍ଟର୍” ବା “ଶିକ୍ଷକ” ହେବାକୁ ପଡିବ (ଗାଲାତୀୟ ୩:୨୪) ।

ଏପରିକି ବାସ୍ତବ ବିଶ୍ବାସୀମାନେ ବିଧି ବିଧାନର ବଶବର୍ତ୍ତୀ ହୋଇପାରନ୍ତି । ଆମ୍ଭମାନଙ୍କୁ ପରସ୍ପର ପ୍ରତି ସଦୟ ହେବା ନିମନ୍ତେ ଶିକ୍ଷା ଦିଆଯାଇଛି: “ବିଶ୍ବାସରେ ଯେ ଦୁର୍ବଳ, ତା’କୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କରନାହିଁ ।” (ରୋମୀୟ ୧୪:୧) । ଦୁଃଖର ବିଷୟ ଯେ ଅଣ-ଆବଶ୍ୟକୀୟ ତତ୍ତ୍ବଗୁଡିକ ବିଷୟରେ ଯେଉଁମାନେ ଅତି ଅଧିକ ଅନୁଭବ କରନ୍ତି ସେମାନେ ସେମାନଙ୍କ ସହଭାଗୀତାରୁ ଅନ୍ୟମାନଙ୍କୁ ନିଶେଷ କରିବେ, ଏପରିକି ଅନ୍ୟ ମତକୁ ପ୍ରକାଶ କରିବାରେ ଅନୁମତି ଦିଅନ୍ତିନାହିଁ । ତାହା ମଧ୍ୟ ବିଧି ବିଧାନ ଅଟେ । ଆଜି ଅନେକ ବିଧି ବିଧାନରେ ବିଶ୍ବାସ କରୁଥିବା ବିଶ୍ବାସୀଗଣ ସେମାନଙ୍କର ନିଜ ବାଇବଲ ବ୍ୟାଖ୍ୟାରେ ଏପରିକି ସେମାନଙ୍କ ନିଜ ପରମ୍ପରାରେ ଅଯୋଗ୍ୟ ଆନୁଗତ୍ୟର ଦାବୀ କରି ଭୁଲ୍ କରନ୍ତି । ଉଦାହରଣ ସ୍ବରୂପ, କେତେକ ଲୋକ ଅଛନ୍ତି, ଯେଉଁମାନେ ଅନୁଭବ କରନ୍ତି ଯେ, ଆତ୍ମିକ ହେବାର ଅର୍ଥ ହେଉଛି ଜଣେ ବ୍ୟକ୍ତି ନିହାତି ଟବାକୋ, ନିଶା ପାନୀୟ, ନୃତ୍ୟ (ଆଧୁନିକ), ଚଳଚ୍ଚିତ୍ର ଇତ୍ୟାଦିରୁ ଦୂରରେ ରହିବାକୁ ହେବ । ସତ୍ୟଟି ହେଉଛି ଏହି ସମସ୍ତ ବିଷୟରୁ ଦୂରରେ ରହିବା ନିହାତି ଆତ୍ମିକତାକୁ ବୁଝାଏ ନାହିଁ ।

କଲସୀୟ ୨:୨୦-୨୩ରେ ପ୍ରେରିତ ପାଉଲ ଆମ୍ଭମାନଙ୍କୁ ବିଧି ବିଧାନ ବିଷୟରେ ସତର୍କ କରାଇ ଦିଅନ୍ତି: “ତୁମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ଜଗତର ପ୍ରାଥମିକ ଶିକ୍ଷା ପ୍ରତି ମୃତ ହୋଇଅଛି, ତେବେ ମନୁଷ୍ୟର ବିଧି ଓ ଶିକ୍ଷାନୁସାରେ ‘ଧର ନାହିଁ, ଖାଅ ନାହିଁ ବା ଛୁଅଁ ନାହିଁ’, ସାଂସାରିକ ଲୋକ ପରି ଏହି ପ୍ରକାର ବିଧିବିଧାନର କାହିଁକି ବଶୀଭୂତ ହେଉଅଛ? ଏହିସବୁ ବସ୍ତୁ ଭୋଗ ଦ୍ବାରା କ୍ଷୟ ପାଏ । ଏହିପ୍ରକାର ଶିକ୍ଷା ତ ସ୍ବେଚ୍ଛାଭଜନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ବାରା ଜ୍ଞାନର ନାମ ପାଉଅଛ, କିନ୍ତୁ ସେଥିର ସାର ନାହିଁ, ତଦ୍ଦ୍ବାରା କେବଳ ଶାରିରୀକ ଭାବର ତୃପ୍ତି ହୁଏ ।” ବିଧିବିଧାନବାଦୀମାନେ ଧାର୍ମିକ ଓ ଆତ୍ମିକ ଜଣାଯାଆନ୍ତି, କିନ୍ତୁ ବିଧିବିଧାନବାଦ ପରିଶେଷରେ ଈଶ୍ବରଙ୍କ ଉଦ୍ଦେଶ୍ୟସକଳକୁ ପୂରଣ କରିବାରେ ଅସଫଳ ହୁଏ କାରଣ ଏହା ଏକ ଅନ୍ତଃ ସମ୍ପାଦନ ନ ହୋଇ ବାହ୍ୟ ସମ୍ପାଦନ ହୋଇଥାଏ ।

ବିଧିବିଧାନବାଦର ଫାନ୍ଦରେ ପଡିବା ଏଡାଇବା ନିମନ୍ତେ, ଆମେ ପ୍ରେରିତ ଯୋହନଙ୍କ ବାକ୍ୟକୁ ଦୃଢରୂପେ ଧରି ରଖି, “କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ବାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଉପସ୍ଥିତ ହେଲା” (ଯୋହନ ୧:୧୭) ଏବଂ ଦୟାଶୀଳ ହେବା ନିମନ୍ତେ ସ୍ମରଣ କରି, ବିଶେଷତଃ ଖ୍ରୀଷ୍ଟଙ୍କଠାରେ ଥିବା ଆମର ଭାଇ ଓ ଭ ଉଣୀମାନଙ୍କ ପ୍ରତି ଦୟାଶୀଳ ହୋଇ ତାହା ଆରମ୍ଭ କରିପାରିବା । “ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ? ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ; ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି” (ରୋମୀୟ ୧୪:୪) । “କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା” (ରୋମୀୟ ୧୪:୧୦) ।

ସତର୍କର ଏକ ବାକ୍ୟ ଏଠାରେ ଆବଶ୍ୟକ । ଯେତେବେଳେ ଆମେ ପରସ୍ପର ଦୟାଳୁ ହେବାର ଆବଶ୍ୟକ କରୁ ଏବଂ ବିବାଦୀୟ ବିଷୟଗୁଡିକରେ ସହମତି ହେବା ନେଇ ପରସ୍ପର ସହନଶୀଳ ହେବାର ଆବଶ୍ୟକ କରୁ, ଆମେ ପ୍ରଚଳିତ ଧର୍ମମତର ବିରୁଦ୍ଧାଚରଣକୁ ଗ୍ରହଣ କରିନପାରୁ । ସାଧୁମାନଙ୍କୁ ସମର୍ପିତ ବିଶ୍ବାସ ନିମନ୍ତେ ପ୍ରଗାଢ ଚେଷ୍ଟା କରିବା ନିମନ୍ତେ ଆମ୍ଭମାନଙ୍କୁ ଉତ୍ସାହିତ କରାଯାଉଅଛୁ (ଯିହୂଦା ୩) । ଯଦି ଆମେ ଏହି ସମସ୍ତ ନୀତି ଓ ନିୟମଗୁଡିକ ସ୍ମରଣ କରୁ ଏବଂ ସେଗୁଡିକୁ ପ୍ରେମ ଏବଂ ଦୟା ସହ ପ୍ରୟୋଗ କରୁ, ଆମେ ଉଭୟ ବିଧିବିଧାନବାଦ ଏବଂ ପ୍ରଚଳିତ ଧର୍ମମତର ବିରୁଦ୍ଧାଚରଣରୁ ରକ୍ଷା ପାଇବା । “ହେ ଭାଇମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ବାସ କରନାହିଁ, ବରଂ ଆତ୍ମାମାନେ ଈଶ୍ବରଙ୍କଠାରୁ ଆଗତ କି ନାହିଁ ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରିଅଛନ୍ତି” (୧ଯୋହନ ୪:୧) ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ବିଧି ବିଧାନବାଦ ବିଷୟରେ ବାଇବଲ କ’ଣ କୁହେ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.