ଈଶ୍ବର କାହିଁକି ସତ୍ ଓ ଅସତ୍ ବୃକ୍ଷ ଏଦନ ଉଦ୍ୟାନ ମଧ୍ୟରେ ରଖିଲେ?

ପ୍ରଶ୍ନ ଈଶ୍ବର କାହିଁକି ସତ୍ ଓ ଅସତ୍ ବୃକ୍ଷ ଏଦନ ଉଦ୍ୟାନ ମଧ୍ୟରେ ରଖିଲେ? ଉତ୍ତର ଆଦମ ଓ ହବା ଈଶ୍ବରଙ୍କ ବାଧ୍ୟ ହେବେ କିମ୍ବା ଅବାଧ୍ୟ ହେବେ ତାହା ଚୟନ କରିବା ନିମନ୍ତେ ସେ ଏଦନ ଉଦ୍ୟାନ ମଧ୍ୟରେ ସତ୍ ଓ ଅସତ୍ ବୃକ୍ଷ ରଖିଲେ । ସତ୍ ଓ ଅସତ୍ ବୃକ୍ଷର ଫଳ ଭୋଜନ ନ କରିବା ବ୍ୟତୀତ ଆଦମ ଓ ହବା ଯାହା ଚାହିଁଲେ ତାହା କରିବା ନିମନ୍ତେ ସ୍ବାଧୀନ ଥିଲେ ।…

ପ୍ରଶ୍ନ

ଈଶ୍ବର କାହିଁକି ସତ୍ ଓ ଅସତ୍ ବୃକ୍ଷ ଏଦନ ଉଦ୍ୟାନ ମଧ୍ୟରେ ରଖିଲେ?

ଉତ୍ତର

ଆଦମ ଓ ହବା ଈଶ୍ବରଙ୍କ ବାଧ୍ୟ ହେବେ କିମ୍ବା ଅବାଧ୍ୟ ହେବେ ତାହା ଚୟନ କରିବା ନିମନ୍ତେ ସେ ଏଦନ ଉଦ୍ୟାନ ମଧ୍ୟରେ ସତ୍ ଓ ଅସତ୍ ବୃକ୍ଷ ରଖିଲେ । ସତ୍ ଓ ଅସତ୍ ବୃକ୍ଷର ଫଳ ଭୋଜନ ନ କରିବା ବ୍ୟତୀତ ଆଦମ ଓ ହବା ଯାହା ଚାହିଁଲେ ତାହା କରିବା ନିମନ୍ତେ ସ୍ବାଧୀନ ଥିଲେ । ଆଦି ୨:୧୬-୧୭ “ସଦାପ୍ରଭୁ ପରମେଶ୍ବର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ବଚ୍ଛନ୍ଦରେ ଭୋଜନ କରିପାର, ମାତ୍ର ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ ।” ଯଦି ଈଶ୍ବର ଆଦମ ଓ ହବାଙ୍କୁ ବିକଳ୍ପ ଦେଇନଥାନ୍ତେ, ସେମାନେ ମୂଳତଃ ରୋବୋଟ୍ ହୋଇଥାନ୍ତେ ଏବଂ କେବଳ ସେମାନଙ୍କୁ ପ୍ରୋଗ୍ରାମ୍ ମାଧ୍ୟମରେ ଯାହା କରିବା ପାଇଁ କୁହାଯାଇଛି କେବଳ ସେହି ବିଷୟଗୁଡିକ ହିଁ କରିଥାନ୍ତେ । ଈଶ୍ବର ଆଦମ ଓ ହବାଙ୍କୁ “ସ୍ବାଧୀନ” ପ୍ରାଣୀ ଭାବରେ ନିର୍ମାଣ କଲେ, ଯେଉଁମାନେ କି ନିଷ୍ପତ୍ତି ନେବା ନିମନ୍ତେ ସକ୍ଷମ ହୋଇଥିଲେ, ଭଲ ଓ ମନ୍ଦ ମଧ୍ୟରେ ଚୟନ କରିବାକୁ ସକ୍ଷମ ହୋଇଥିଲେ । ଆଦମ ଓ ହବା ପ୍ରକୃତରେ ସ୍ବାଧୀନ ହେବା ନିମନ୍ତେ ସେମାନଙ୍କୁ ବିକଳ୍ପ ଦିଆଯିବାକୁ ଥିଲା ।

ସେହି ବୃକ୍ଷ କିମ୍ବା ସେହି ବୃକ୍ଷର ଫଳ ବିଷୟରେ ମୂଳତଃ କୌଣସି ମନ୍ଦ ବିଷୟ ନ ଥିଲା । ଏହା ଅସମ୍ଭବ ମନେ ହୁଏ ଯେ, ସେହି ବୃକ୍ଷର ଫଳ ଭୋଜନ କଲେ ଏହା ବାସ୍ତବରେ ଆଦମ ଓ ହବାଙ୍କୁ ଆଉ ଅଧିକ ଜ୍ଞାନ ଦେବ । କେବଳ ଅବାଧ୍ୟତାର କାର୍ଯ୍ୟ ହିଁ ଆଦମ ଓ ହବାଙ୍କ ଚକ୍ଷୁକୁ ମନ୍ଦ ଦେଖିବାକୁ ଖୋଲା କଲା । ଈଶ୍ବରଙ୍କର ଅବାଧ୍ୟ ହେବାର ପାପ ଜଗତ ଓ ସେମାନଙ୍କ ଜୀବନରେ ପାପ ପ୍ରବେଶ କରାଇଲା । ଈଶ୍ବରଙ୍କ ବିରୁଦ୍ଧରେ ଅବାଧ୍ୟତାର ଏକ କାର୍ଯ୍ୟ ଭାବରେ ସେହି ଫଳ ଭୋଜନ କରିବା ହିଁ ଆଦମ ଓ ହବାଙ୍କୁ ମନ୍ଦର ଜ୍ଞାନ ଦେଲା (ଆଦି ୩:୬-୭) ।

ଈଶ୍ବର ଆଦମ ଓ ହବା ପାପ କରନ୍ତୁ ବୋଲି ଚାହିଁଲେ ନାହିଁ । ଈଶ୍ବର ସମୟ ପୂର୍ବରୁ ଜାଣିସାରିଥିଲେ ଯେ ପାପର ପରିଣାମ କ’ଣ ହେବ । ଈଶ୍ବର ଜାଣିଥିଲେ ଯେ, ଆଦମ ଏବଂ ହବା ପାପ କରିବେ ଏବଂ ସେଇଥିରୁ ଜଗତ ମଧ୍ୟକୁ ମନ୍ଦ, କ୍ଲେଶ ଏବଂ ମୃତ୍ୟୁ ଆଣିବେ । ତେବେ ଈଶ୍ବର କାହିଁକି ଆଦମ ଓ ହବାଙ୍କୁ ପ୍ରଲୋଭିତ କରିବା ନିମନ୍ତେ ଶୟତାନକୁ ଅନୁମତି ଦେଲେ? ଈଶ୍ବର ଆଦମ ଓ ହବାଙ୍କୁ ପ୍ରଲୋଭିତ କରିବା ନିମନ୍ତେ ଶୟତାନକୁ ଅନୁମତି ଦେଲେ ଯେପରି ସେମାନେ ଏକ ବିକଳ୍ପ ଚୟନ କରିବାକୁ ବାଧ୍ୟ ହେବେ । ଆଦମ ଏବଂ ହବା ସେମାନଙ୍କ ନିଜ ସ୍ବାଧୀନ ଇଛାରୁ ଈଶ୍ବରଙ୍କର ଅନାଜ୍ଞାବହ ହେବା ନିମନ୍ତେ ଏବଂ ସେହି ନିଷେଧ ଫଳ ଭୋଜନ କରିବା ନିମନ୍ତେ ଚୟନ କଲେ । ଏହାର ଫଳ ସ୍ବରୂପ – ମନ୍ଦ, ପାପ, କ୍ଲେଶ, ଅସୁସ୍ଥତା ଏବଂ ମୃତ୍ୟୁ ଜଗତକୁ ପ୍ରଥମ ଥର ନିମନ୍ତେ ଆକ୍ରାନ୍ତ କଲା । ଆଦମ ଓ ହବାଙ୍କ ନିଷ୍ପତ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ପାପପୂର୍ଣ୍ଣ ପ୍ରକୃତି ଏବଂ ପାପ କରିବାର ଏକ ପ୍ରବୃତ୍ତି ନେଇ ଜନ୍ମଲାଭ କରାଇଲା । ଆଦମ ଓ ହବାଙ୍କ ନିଷ୍ପତ୍ତି ହିଁ ପରିଶେଷରେ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶରେ ମୃତ୍ୟୁଭୋଗ କରାଇ ଆମ ପକ୍ଷରୁ ତାଙ୍କ ରକ୍ତପାତ କରାଇବାର ଆବଶ୍ୟକ କଲା । ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ଦ୍ବାରା, ଆମେ ପାପର ପରିଣାମରୁ ମୁକ୍ତ ହୋଇପାରିବା, ଏବଂ ପରିଶେଷରେ ପାପରୁ ବି ମୁକ୍ତି ପାଇପାରିବା । ଆମେ ରୋମୀୟ ୭:୨୪-୨୫ରେ ଥିବା ପ୍ରେରିତ ପାଉଲଙ୍କ ବାକ୍ୟ ସକଳକୁ ପ୍ରତିଧ୍ବନିତ କରି କହିପାରିବାକି, “ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଈଶ୍ବରଙ୍କର ଧନ୍ୟବାଦ ହେଉ …”

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ଈଶ୍ବର କାହିଁକି ସତ୍ ଓ ଅସତ୍ ବୃକ୍ଷ ଏଦନ ଉଦ୍ୟାନ ମଧ୍ୟରେ ରଖିଲେ?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.