ନୋହଙ୍କ ଜଳପ୍ଳାବନ ପୃଥିବୀ ବ୍ୟାପୀ ଥିଲା ନା ସ୍ଥାନୀୟ ଥିଲା?

ପ୍ରଶ୍ନ ନୋହଙ୍କ ଜଳପ୍ଳାବନ ପୃଥିବୀ ବ୍ୟାପୀ ଥିଲା ନା ସ୍ଥାନୀୟ ଥିଲା? ଉତ୍ତର ଜଳପ୍ଳାବନ ବିଷୟରେ ବାଇବଲ ଶାସ୍ତ୍ରାଂଶଗୁଡିକରୁ ଏହା ସ୍ବଷ୍ଟ ଯେ, ଏହି ଜଳପ୍ଳାବନ ପୃଥିବୀବ୍ୟାପୀ ଥିଲା । ଆଦି ୭:୧୧ ଦର୍ଶାଏ “… ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା ।” ଆଦି ୧:୬-୭ ଏବଂ ୨:୬ ଆମ୍ଭମାନଙ୍କୁ କୁହେ ଯେ ଆମେ ବର୍ତ୍ତମାନ ଦେଖୁଥିବା ପରିପାର୍ଶ୍ବ ଜଳପ୍ଳାବନ ପୂର୍ବର ପରିପାର୍ଶ୍ବଠାରୁ ଯଥେଷ୍ଟ ପରିମାଣରେ ଭିନ୍ନ ଥିଲା…

ପ୍ରଶ୍ନ

ନୋହଙ୍କ ଜଳପ୍ଳାବନ ପୃଥିବୀ ବ୍ୟାପୀ ଥିଲା ନା ସ୍ଥାନୀୟ ଥିଲା?

ଉତ୍ତର

ଜଳପ୍ଳାବନ ବିଷୟରେ ବାଇବଲ ଶାସ୍ତ୍ରାଂଶଗୁଡିକରୁ ଏହା ସ୍ବଷ୍ଟ ଯେ, ଏହି ଜଳପ୍ଳାବନ ପୃଥିବୀବ୍ୟାପୀ ଥିଲା । ଆଦି ୭:୧୧ ଦର୍ଶାଏ “… ମହାସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା ।” ଆଦି ୧:୬-୭ ଏବଂ ୨:୬ ଆମ୍ଭମାନଙ୍କୁ କୁହେ ଯେ ଆମେ ବର୍ତ୍ତମାନ ଦେଖୁଥିବା ପରିପାର୍ଶ୍ବ ଜଳପ୍ଳାବନ ପୂର୍ବର ପରିପାର୍ଶ୍ବଠାରୁ ଯଥେଷ୍ଟ ପରିମାଣରେ ଭିନ୍ନ ଥିଲା । ଏ ବିଷୟ ପୁଣି ଅନ୍ୟ ବାଇବଲ ସମ୍ବନ୍ଧୀୟ ବର୍ଣ୍ଣନର ଆଧାରରେ ଯଥାର୍ଥ ଭାବେ ଅନୁମାନ କରାଯାଇପାରେ ଯେ, ଦିନେ ପୃଥିବୀ କିଛି ଧରଣର ଜଳ ଚାନ୍ଦୁଆ ଦ୍ବାରା ଆଚ୍ଛାଦିତ ଥିଲା । ଏହି ଚାନ୍ଦୁଆ ଏକ ବାଷ୍ପ ରୂପରେ କିମ୍ବା ଶନିଗ୍ରହର ଚତୁର୍ଦ୍ଦିଗରେ ପରିବେଷ୍ଟିତ ବରଫର ବଳୟ ଭାବରେ ରହିଯାଇଥିଲା । ଏହା ସହ ଭୂପୃଷ୍ଠ ତଳେ ରହିଥିବା ଜଳ ଆସ୍ତରଣକୁ ପୃଥିବୀ ପୃଷ୍ଠ ଉପରେ ଛାଡି ଦିଆଗଲା (ଆଦି ୨:୬) ଯାହା ବିଶ୍ବବ୍ୟାପୀ ଜଳପ୍ଳାବନର ଏକ ରୂପ ନେଲା ।

ଜଳ ପ୍ଳାବନର ପରିସରକୁ ସ୍ବଷ୍ଟ ଭାବରେ ଦେଖାଇଥିବା ପଦଗୁଡିକ ହେଉଛି ଆଦି ୭:୧୯-୨୩ । ଜଳ ବିଷୟରେ, “ପୃଥିବୀ ଉପରେ ଜଳ ଅତିଶୟ ବଢି ଆକାଶତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା । ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ । ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ । ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ ।”

ଉପରୋକ୍ତ ଶାସ୍ତ୍ରାଂଶରେ, ଆମେ କେବଳ “ସମସ୍ତ” ଶବ୍ଦକୁ ପୁନଃ ପୁନଃ ଦେଖୁନାହୁଁ କିନ୍ତୁ ଆମେ “ଆକାଶତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା”, “ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ” ଏବଂ “ସମସ୍ତ ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ” ବୋଲି ଦେଖୁ । ଏହି ସମସ୍ତ ବର୍ଣ୍ଣନ ସ୍ବଷ୍ଟ ଭାବେ ଏକ ବିଶ୍ବବ୍ୟାପୀ ଜଳପ୍ଳାବନ ବିଷୟରେ ବର୍ଣ୍ଣନା କଲେ ଯାହା ସମଗ୍ର ପୃଥିବୀକୁ ଆଚ୍ଛାଦିତ କଲା । ପୁଣି, ଯଦି ଜଳପ୍ଳାବନଟି ସ୍ଥାନୀୟ ହୋଇଥାନ୍ତା, ତେବେ ଈଶ୍ବର ପ୍ରାଣୀମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନ କହି କାହିଁକି ଏକ ଜାହାଜ ନିର୍ମାଣ କରିବାକୁ କହିଲେ? ପୁଣି ସେ କାହିଁକି ନୋହଙ୍କୁ ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ସ୍ଥଳ ପଶୁମାନଙ୍କୁ ସ୍ଥାନ ହେଲା ଭଳି ଏକ ଜାହାଜ ନିର୍ମାଣ କରିବାକୁ କହିଲେ? ଯଦି ଜଳ ପ୍ଳାବନଟି ପୃଥିବୀବ୍ୟାପୀ ନ ଥିଲା, ତେବେ ଏକ ଜାହାଜ ନିର୍ମାଣ କରିବାର ଆବଶ୍ୟକତା ନ ଥାନ୍ତା ।

ପିତର ମଧ୍ୟ ୨ପିତର ୩:୬-୭ରେ ଜଳପ୍ଳାବନର ବିଶ୍ବବ୍ୟାପକତା ବିଷୟରେ ବର୍ଣ୍ଣନା କରନ୍ତି, ଯେଉଁଠି ସେ ଦର୍ଶାନ୍ତି “ଆଉ ତଦ୍ଦ୍ବାରା ସେହି କାଳର ଜଗତ ଜଳରେ ପ୍ଳାବିତ ହୋଇ ବିନଷ୍ଟ ହେଲା; ପୁଣି, ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ବାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି ।” ଏହି ସମସ୍ତ ପଦଗୁଡିକରେ ପିତର ନୋହଙ୍କ ସମୟରେ ଘଟିଥିବା ଜଳପ୍ଳାବନ ସହିତ “ବିଶ୍ବବ୍ୟାପୀ” ଆଗାମୀ ବିଚାର ବିଷୟ ସହ ତୁଳନା କରନ୍ତି ଏବଂ ସେ ଦର୍ଶାନ୍ତି ଯେ ସେହି ସମୟରେ ଥିବା ଜଗତ ଜଳରେ ପ୍ଳାବିତ ହୋଇଥିଲା । ଅଧିକନ୍ତୁ, ବିଶ୍ବବ୍ୟାପୀ ଜଳପ୍ଳାବନର ଐତିହାସିକତାକୁ ଅନେକ ବାଇବଲ ଲେଖକ ଗ୍ରହଣ କରିଛନ୍ତି (ଯିଶାଇୟ ୫୪:୯; ୧ପିତର ୩:୨୦; ୨ପିତର ୨:୫; ଏବ୍ରୀ ୧୧:୭) । ପରିଶେଷରେ, ପ୍ରଭୁ ଯୀଶୁଖ୍ରୀଷ୍ଟ ବିଶ୍ବବ୍ୟାପୀ ଜଳପ୍ଳାବନରେ ବିଶ୍ବାସ କରୁଥିଲେ ଏବଂ ଯେତେବେଳେ ସେ ଆସିବେ ସେତେବେଳେ ଜଗତର ଆଗାମୀ ବିନାଶକୁ ସେହି ଜଳପ୍ଳାବନ ଭାବେ ଗ୍ରହଣ କରିଛନ୍ତି (ମାଥିଉ ୨୪:୩୭-୩୯; ଲୂକ ୧୭:୨୬-୨୭) ।

ଅନେକ ବାଇବଲ ବାହାରର ପ୍ରମାଣଗୁଡିକ ଏକ ବିଶ୍ବବ୍ୟାପୀ ଘୋର ବିପତ୍ତିକୁ ସୂଚିତ କରେ ଯେପରିକି ବିଶ୍ବବ୍ୟାପୀ ଜଳପ୍ଳାବନ । ପ୍ରତ୍ୟେକ ମହାଦେଶରେ ଜୀବାସ୍ମଗୁଡିକର ବିଶାଳ ସମାଧିସ୍ଥଳ ରହିଅଛି ଏବଂ ବିସ୍ତୃତ ପରିମାଣର ଗଚ୍ଛିତ କୋଇଲା ଯାହା ବିଶାଳ ପରିମାଣର ଉଦ୍ଦିଦସକଳକୁ ତ୍ବରିତ ଆଚ୍ଛାଦନ କରିବାର ଆବଶ୍ୟକ କରିପାରେ । ମହାସାଗରରେ ଥିବା ଜୀବାସ୍ମଗୁଡିକ ସାରା ବିଶ୍ବରେ ଥିବା ମହାସାଗରର ପର୍ବତଗୁଡିକର ଶିଖରରେ ଦେଖାଯାଏ । ବିଶ୍ବର ସମସ୍ତ ଅଞ୍ଚଳରେ ଥିବା ସଂସ୍କୃତିରେ କିଛି ଧରଣର ଜଳପ୍ଳାବନର କିମ୍ବଦନ୍ତୀ ରହିଛି । ଏହି ସମସ୍ତ ଘଟନା ଏବଂ ଅନ୍ୟ କେତେକ ବିଷୟ ଏକ ବିଶ୍ବବ୍ୟାପୀ ଜଳପ୍ଳାବନର ପ୍ରମାଣ ଅଟେ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ନୋହଙ୍କ ଜଳପ୍ଳାବନ ପୃଥିବୀ ବ୍ୟାପୀ ଥିଲା ନା ସ୍ଥାନୀୟ ଥିଲା?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.