ବିବାହା ପୂର୍ବରୁ ଦମ୍ପତ୍ତି ଏକାଠି ବାସ କରିବା ଭୁଲ୍ ଅଟେ କି?

ପ୍ରଶ୍ନ ବିବାହା ପୂର୍ବରୁ ଦମ୍ପତ୍ତି ଏକାଠି ବାସ କରିବା ଭୁଲ୍ ଅଟେ କି? ଉତ୍ତର ଏହି ପ୍ରଶ୍ନର ଉତ୍ତର “ଏକାଠି ବାସ କରିବା”ର ଅର୍ଥ କ’ଣ ଏହା ଉପରେ ନିର୍ଭର କରେ । ଯଦି ଏହା ଯୌନ ସମ୍ପର୍କ ରଖିବା ବୁଝାଯାଏ, ତେବେ ନିଶ୍ଚିତ ଭାବରେ ଏହା ଭୁଲ୍ ଅଟେ । ଶାସ୍ତ୍ରରେ ଅନ୍ୟ ପ୍ରକାର ଯୌନଗତ ଅନୈତିକତା ସମେତ ପ୍ରାକ୍-ବିବାହ ଯୌନ ସମ୍ପର୍କକୁ ବାରମ୍ବାର ନିନ୍ଦା କରାଯାଇଛି (ପ୍ରେରିତ ୧୫:୨୦; ରୋମୀୟ ୧:୨୯; ୧କରିନ୍ଥୀୟ ୫:୧;…

ପ୍ରଶ୍ନ

ବିବାହା ପୂର୍ବରୁ ଦମ୍ପତ୍ତି ଏକାଠି ବାସ କରିବା ଭୁଲ୍ ଅଟେ କି?

ଉତ୍ତର

ଏହି ପ୍ରଶ୍ନର ଉତ୍ତର “ଏକାଠି ବାସ କରିବା”ର ଅର୍ଥ କ’ଣ ଏହା ଉପରେ ନିର୍ଭର କରେ । ଯଦି ଏହା ଯୌନ ସମ୍ପର୍କ ରଖିବା ବୁଝାଯାଏ, ତେବେ ନିଶ୍ଚିତ ଭାବରେ ଏହା ଭୁଲ୍ ଅଟେ । ଶାସ୍ତ୍ରରେ ଅନ୍ୟ ପ୍ରକାର ଯୌନଗତ ଅନୈତିକତା ସମେତ ପ୍ରାକ୍-ବିବାହ ଯୌନ ସମ୍ପର୍କକୁ ବାରମ୍ବାର ନିନ୍ଦା କରାଯାଇଛି (ପ୍ରେରିତ ୧୫:୨୦; ରୋମୀୟ ୧:୨୯; ୧କରିନ୍ଥୀୟ ୫:୧; ୬:୧୩, ୧୮; ୭:୨; ୧୦:୮; ୨କରିନ୍ଥୀୟ ୧୨:୨୧; ଗାଲାତୀୟ ୫:୧୯; ଏଫିସୀୟ ୫:୩; କଲସୀୟ ୩:୫; ୧ଥେସଲନିକୀୟ ୪:୩; ଯିହୂଦା ୭) । ବାଇବଲ ବିବାହ ବହିର୍ଭୁତ (କିମ୍ବା ବିବାହ ପୂର୍ବର) ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ବିରତି ରହିବା ନିମନ୍ତେ ଉତ୍ସାହିତ କରେ । ବିବାହ ପୂର୍ବରୁ ଯୌନସମ୍ପର୍କ ବ୍ୟଭିଚାର ଓ ଅନ୍ୟ ପ୍ରକାର ଯୌନ ସମ୍ପର୍କ ପରି ଭୁଲ୍ ଅଟେ, କାରଣ ସେ ସମସ୍ତ ବିବାହ କରିନଥିବା ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିଥାନ୍ତି ।

ଯଦି “ଏକାଠି ବାସ କରିବା” ଗୋଟିଏ ଗୃହରେ ବାସ କରିବା ବୁଝାଏ, ତାହା ବୋଧହୁଏ ଏକ ଭିନ୍ନ ବିଷୟ ଅଟେ । ପରିଶେଷରେ, ଜଣେ ମହିଳା ଓ ଜଣେ ପୁରୁଷ ଗୋଟିଏ ଗୃହରେ ବାସ କରିବାରେ ଭୁଲ୍ ନାହିଁ – ଯଦି ସେଠାରେ କୌଣସି ଅନୈତିକ କାର୍ଯ୍ୟ ଚାଲୁନାହିଁ । ଅଥଚ, ସମାସ୍ୟାଟି ହେଉଛି, ସେଠାରେ ତଥାପି ଦେଖିବାର ଅନୈତିକତା ଅଛି (୧ଥେସଲନିକୀୟ ୫:୨୨; ଏଫିସୀୟ ୫:୩), ଏବଂ ଏହା ଅନୈତିକତା ନିମନ୍ତେ ଏକ ଭୟଙ୍କର ପ୍ରଲୋଭନ ହୋଇପାରେ । ବାଇବଲ ଆମ୍ଭମାନଙ୍କୁ ଅନୈତିକତା ବା ବ୍ୟଭିଚାରର ପ୍ରତିରୋଧ ନ କରି ସେଥିରୁ ପଳାୟନ କରିବା ନିମନ୍ତେ ଆମ୍ଭମାନଙ୍କୁ କୁହେ (୧କରିନ୍ଥୀୟ ୬:୧୮) । ତେବେ, ଦେଖିବାର ସମାସ୍ୟା ରହିଛି । ଯେଉଁ ଦମ୍ପତ୍ତି ଏକାଠି ବାସ କରନ୍ତି, ସେମାନେ ଏକାଠି ଶୟନ କରିବାର ମଧ୍ୟ ସମ୍ଭାବନା ଅଛି ଯାହାକି ସେପରି ବିଷୟଗୁଡିକର ପ୍ରକୃତି । ଯଦିଓ ଗୋଟିଏ ଗୃହରେ ବାସ କରିବା ପାପପୂର୍ଣ୍ଣ ନୁହେଁ, ତଥାପି ସେଠାରେ ଦେଖିବାର ପାପ ରହିଛି । ବାଇବଲ ଆମ୍ଭମାନଙ୍କୁ ଦେଖିବାର ମନ୍ଦରୁ (୧ଥେସଲନିକୀୟ ୫:୨୨; ଏଫିସୀୟ ୫:୩), ବ୍ୟଭିଚାର ବା ଅନୈତିକତାରୁ ପଳାୟନ କରିବା ନିମନ୍ତେ, ଏବଂ କାହାକୁ ମଧ୍ୟ ଝୁଣ୍ଟିବାର କାରଣ ନ ହେବା ବା କାହାକୁ ଅପମାନିତ ନ କରିବା ନିମନ୍ତେ କୁହେ । ଫଳ ସ୍ବରୂପ, ବିବାହ ବର୍ହିଭୂତ କୌଣସି ଏକ ପୁରୁଷ ଓ କୌଣସି ଏକ ମହିଳା ଏକାଠି ବାସ କରିବା ଈଶ୍ବରଙ୍କୁ ଗୌରବ ଦିଏନାହିଁ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ବିବାହା ପୂର୍ବରୁ ଦମ୍ପତ୍ତି ଏକାଠି ବାସ କରିବା ଭୁଲ୍ ଅଟେ କି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.