ବିବାହ ନିମନ୍ତେ ମୁଁ କିପରି ନିଜକୁ ପ୍ରସ୍ତୁତ କରିପାରିବି?

ପ୍ରଶ୍ନ ବିବାହ ନିମନ୍ତେ ମୁଁ କିପରି ନିଜକୁ ପ୍ରସ୍ତୁତ କରିପାରିବି? ଉତ୍ତର ବାଇବଲ ଅନୁଯାୟୀ ଜଣେ ନିଜକୁ ବିବାହ ନିମନ୍ତେ ପ୍ରସ୍ତୁତ କରିବା ହେଉଛି ଯେକୌଣସି ଜୀବନ ପ୍ରଚେଷ୍ଟାରେ ନିଜକୁ ପ୍ରସ୍ତୁତ କରୁଥିବା ବିଷୟ ସହ ସମାନ । ପୁନଃଜନ୍ମପ୍ରାପ୍ତ ବିଶ୍ବାସୀ ଭାବରେ, ଆମ ଜୀବନର ସମସ୍ତ ଦିଗକୁ ଉଚିତ୍ ଏପରି ଏକ ନୀତି ରହିଛି: “ସେ ତାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା…

ପ୍ରଶ୍ନ

ବିବାହ ନିମନ୍ତେ ମୁଁ କିପରି ନିଜକୁ ପ୍ରସ୍ତୁତ କରିପାରିବି?

ଉତ୍ତର

ବାଇବଲ ଅନୁଯାୟୀ ଜଣେ ନିଜକୁ ବିବାହ ନିମନ୍ତେ ପ୍ରସ୍ତୁତ କରିବା ହେଉଛି ଯେକୌଣସି ଜୀବନ ପ୍ରଚେଷ୍ଟାରେ ନିଜକୁ ପ୍ରସ୍ତୁତ କରୁଥିବା ବିଷୟ ସହ ସମାନ । ପୁନଃଜନ୍ମପ୍ରାପ୍ତ ବିଶ୍ବାସୀ ଭାବରେ, ଆମ ଜୀବନର ସମସ୍ତ ଦିଗକୁ ଉଚିତ୍ ଏପରି ଏକ ନୀତି ରହିଛି: “ସେ ତାଙ୍କୁ କହିଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ବରଙ୍କୁ ପ୍ରେମ କର ।” (ମାଥିଉ ୨୨:୩୭) । ଏହା ଏକ ଭଡଭଡିଆ ଆଦେଶ ନୁହେଁ । ବିଶ୍ବାସୀ ଭାବରେ ଏହା ଆମ ଜୀବନର ପ୍ରଧାନ ଅଂଶ ଅଟେ । ଏହା ଆମ ସର୍ବ ହୃଦୟ ସହ ଈଶ୍ବର ଏବଂ ତାଙ୍କ ବାକ୍ୟ ଉପରେ କେନ୍ଦ୍ରୀଭୂତ କରିବା ନିମନ୍ତେ ମନୋନୟନ କରିବା କାର୍ଯ୍ୟ ଅଟେ ଯେପରିକି ଆମ୍ଭମାନଙ୍କର ପ୍ରାଣ ଏବଂ ଆମ୍ଭମାନଙ୍କର ମନ ତାଙ୍କୁ ସନ୍ତୋଷ କରିବା ବିଷୟଗୁଡିକ ସହ କାର୍ଯ୍ୟରତ ଅଟେ ।

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହ ଦ୍ବାରା ଈଶ୍ବରଙ୍କ ସହ ଥିବା ଆମର ସମ୍ପର୍କ ଅନ୍ୟ ସମସ୍ତ ସମ୍ପର୍କକୁ ଅନ୍ତର୍ଦ୍ଦୃଷ୍ଟି ମଧ୍ୟରେ ରଖିଥାଏ । ବିବାହ ସମ୍ପର୍କ ଖ୍ରୀଷ୍ଟ ଏବଂ ତାଙ୍କ ମଣ୍ଡଳୀ ମଧ୍ୟରେ ଥିବା ନମୁନା ଉପରେ ଆଧାରିତ (ଏଫିସୀୟ ୫:୨୨-୩୩) । ପ୍ରଭୁଙ୍କ ଆଦେଶସକଳ ଏବଂ ଶିକ୍ଷାସକଳ ଅନୁଯାୟୀ ଜୀବନ ଧାରଣ କରିବାକୁ ବିଶ୍ବାସୀ ଭାବରେ ଆମ୍ଭମାନଙ୍କ ଜୀବନର ପ୍ରତ୍ୟେକ ଦିଗ ଆମ୍ଭମାନଙ୍କ ପ୍ରତିଶୃତିବଦ୍ଧତା ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ଈଶ୍ବରଙ୍କ ପ୍ରତି ଓ ତାଙ୍କ ବାକ୍ୟ ପ୍ରତି ଆମ୍ଭମାନଙ୍କର ବାଧ୍ୟତା ବିବାହରେ ଏବଂ ଏହି ଜଗତରେ ଆମ୍ଭମାନଙ୍କୁ ଈଶ୍ବର-ଦତ୍ତ ଭୂମିକାକୁ ପରିପୂରଣ କରିବାରେ ସଜ୍ଜିତ କରିଥାଏ । ଏବଂ ପ୍ରତ୍ୟେକ ପୁନଃଜନ୍ମପ୍ରାପ୍ତ ବିଶ୍ବାସୀଙ୍କ ଭୂମିକା ହେଉଛି ସମସ୍ତେ ବିଷୟରେ ଈଶ୍ବରଙ୍କର ଗୌରବ କରିବା (୧କରିନ୍ଥୀୟ ୧୦:୩୧) ।

ଆପଣ ବିବାହ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଆପଣଙ୍କର ଆହ୍ବାନର ଯୋଗ୍ୟ ଆଚରଣ କରିବା ପାଇଁ, ଏବଂ ଈଶ୍ବରଙ୍କ ବାକ୍ୟ ଦ୍ବାରା ତାହାଙ୍କ ଘନିଷ୍ଠ ହେବା ନିମନ୍ତେ (୨ତିମଥି ୩:୧୬-୧୭), ସମସ୍ତ ବିଷୟ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରନ୍ତୁ । ଈଶ୍ବରଙ୍କ ବାଧ୍ୟ ହୋଇ ଗମନ କରିବାର ଶିଖିବା ନିମନ୍ତେ କୌଣସି ସହଜ ଯୋଜନା ନାହିଁ । ଜାଗତିକ ଦୃଷ୍ଟିକୋଣକୁ ଆଡି ଦେଇ ତା’ ପ୍ରତିବଦଳରେ ଈଶ୍ବରଙ୍କ ଅନୁଗମନ କରିବା ନିମନ୍ତେ ଆମେ ପ୍ରତିଦିନ ମନୋନୟନ କରିବାକୁ ପଡିବ । ଖ୍ରୀଷ୍ଟଙ୍କ ଯୋଗ୍ୟ ଆଚରଣ କରିବା ହେଉଛି ଦିନକୁ ଦିନ ଓ କ୍ଷଣ ପ୍ରତିକ୍ଷଣ ଆଧାରରେ ଏକମାତ୍ର ପଥ, ଏକମାତ୍ର ସତ୍ୟ ଏବଂ ଏକମାତ୍ର ଜୀବନକୁ ନମ୍ର ଭାବରେ ନିଜନିଜକୁ ସମର୍ପଣ କରିବା । ତାହା ହିଁ ହେଉଛି ପ୍ରସ୍ତୁତି ଯାହା ଆମେ ବିବାହ ବୋଲି କହୁଥିବା ମହାନ୍ ଦାନ ନିମନ୍ତେ ପ୍ରତ୍ୟେକ ବିଶ୍ବାସୀ ପ୍ରସ୍ତୁତ ହୋଇରହିବାକୁ ପଡିବ ।

ଆତ୍ମିକ ଭାବେ ପରିପକ୍ବ ହୋଇଥିବା ଏବଂ ଈଶ୍ବରଙ୍କ ସହ ଗମନ କରୁଥିବା ଜଣେ ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା ବିବାହ ନିମନ୍ତେ ଅଧିକ ପ୍ରସ୍ତୁତ ଅଟେ । ବିବାହ ପ୍ରତିଶୃତିବଦ୍ଧତା, ଆବେଗ, ନମ୍ରତା, ପ୍ରେମ ଏବଂ ସମ୍ମାନ ଦେବାର ଦାବୀ କରେ । ଏହି ଚରିତ୍ରର ବୈଶିଷ୍ଟ୍ୟଗୁଡିକ ଈଶ୍ବରଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଜଣେ ବ୍ୟକ୍ତିଠାରେ ଦେଖିବାକୁ ମିଳିଥାଏ । ଆପଣ ଯେତେବେଳେ ବିବାହ ନିମନ୍ତେ ପ୍ରସ୍ତୁତ ହୁଅନ୍ତି, ଆପଣଙ୍କୁ ରୂପ ଦେବା ନିମନ୍ତେ ଏବଂ ସେ ଆପଣଙ୍କୁ ଚାହିଁବା ପ୍ରକାରେ ପୁରୁଷ କିମ୍ବା ସ୍ତ୍ରୀ ଭାବରେ ଛାଞ୍ଚରେ ଗଢିବା ନିମନ୍ତେ ଈଶ୍ବରଙ୍କୁ ଅନୁମତି ଦେବା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରନ୍ତୁ (ରୋମୀୟ ୧୨:୧-୨) । ଯଦି ଆପଣ ନିଜକୁ ନିଜେ ତାଙ୍କଠାରେ ସମର୍ପିତ ହୁଅନ୍ତି, ତେବେ ଯେତେବେଳେ ସେହି ଆଶ୍ଚର୍ଯ୍ୟଜନକ ଦିନ ଆସିବ ସେହି ସମୟରେ ବିବାହ ନିମନ୍ତେ ପ୍ରସ୍ତୁତ ହେବା ନିମନ୍ତେ ଆପଣଙ୍କୁ ସକ୍ଷମ କରିବେ ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ବିବାହ ନିମନ୍ତେ ମୁଁ କିପରି ନିଜକୁ ପ୍ରସ୍ତୁତ କରିପାରିବି?

Similar Posts

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.