ମୁଁ ପ୍ରେମ କରୁଛି ବୋଲି କିପରି ଜାଣିପାରିବି?

ପ୍ରଶ୍ନ ମୁଁ ପ୍ରେମ କରୁଛି ବୋଲି କିପରି ଜାଣିପାରିବି? ଉତ୍ତର ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା । ଏହା ଆମ ଜୀବନର ଅଧିକ ବିଷୟକୁ ପ୍ରବର୍ତ୍ତନା ଦିଏ । ଆମେ ଏହି ଭାବପ୍ରବଣତା ଆଧାରରେ ଅନେକଗୁଡିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାଉ, ଏବଂ ଏପରିକି ବିବାହ କରୁ କାରଣ ଆମେ ଅନୁଭବ କରୁ ଯେ, ଆମେ “ପ୍ରେମ କରୁଛୁ” । ପ୍ରଥମ ବିବାହର ପ୍ରାୟ ଅର୍ଦ୍ଧେକ ଛାଡପତ୍ରରେ ଶେଷ ହେବାର କାରଣ ଏହା ହିଁ ହୋଇପାରେ ।…

ପ୍ରଶ୍ନ

ମୁଁ ପ୍ରେମ କରୁଛି ବୋଲି କିପରି ଜାଣିପାରିବି?

ଉତ୍ତର

ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା । ଏହା ଆମ ଜୀବନର ଅଧିକ ବିଷୟକୁ ପ୍ରବର୍ତ୍ତନା ଦିଏ । ଆମେ ଏହି ଭାବପ୍ରବଣତା ଆଧାରରେ ଅନେକଗୁଡିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାଉ, ଏବଂ ଏପରିକି ବିବାହ କରୁ କାରଣ ଆମେ ଅନୁଭବ କରୁ ଯେ, ଆମେ “ପ୍ରେମ କରୁଛୁ” । ପ୍ରଥମ ବିବାହର ପ୍ରାୟ ଅର୍ଦ୍ଧେକ ଛାଡପତ୍ରରେ ଶେଷ ହେବାର କାରଣ ଏହା ହିଁ ହୋଇପାରେ । ବାଇବଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ, ପ୍ରକୃତ ପ୍ରେମ ଏକ ଭାବପ୍ରବଣତା ନୁହେଁ ଯାହା ଆସିବ ଓ ଯିବ, କିନ୍ତୁ ଏହା ଏକ ନିଷ୍ପତ୍ତି । ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି ଆମେ କେବଳ ସେମାନଙ୍କୁ ପ୍ରେମ କରିବା ତାହା ନୁହେଁ ; ଯେଉଁମାନେ ଆମ୍ଭମାନଙ୍କୁ ଘୃଣା କରନ୍ତି ସେମାନଙ୍କୁ ମଧ୍ୟ ଆମେ ପ୍ରେମ କରିବା ଉଚିତ୍ ଠିକ୍ ଯେପରି ଯୀଶୁ ପ୍ରେମ କରୁନଥିବା ଲୋକମାନଙ୍କୁ ପ୍ରେମ କରନ୍ତି (ଲୂକ ୬;୩୫) । “ପ୍ରେମ ଦୀର୍ଘସହିଷ୍ଣ, ପ୍ରେମ ହିତଜନକ, ଈର୍ଷା କରେନାହିଁ, ଆତ୍ମବଡିମା କରେନାହିଁ, ଅହଙ୍କାର କରେନାହିଁ, ଅନୁଚିତ ବ୍ୟବହାର କରେନାହିଁ, ସ୍ବାର୍ଥଚେଷ୍ଟା କରେନାହିଁ, ବିରକ୍ତ ହୁଏନାହିଁ, ଅପକାର ସ୍ମରଣରେ ରଖେନାହିଁ, ଅଧର୍ମରେ ଆନନ୍ଦ କରେନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ବାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ” (୧କରିନ୍ଥୀୟ ୧୩:୪-୭) ।

କୌଣସି ବ୍ୟକ୍ତିଙ୍କ “ପ୍ରେମରେ ପଡିବା” ଅତି ସହଜ ହୋଇପାରେ, କିନ୍ତୁ ପ୍ରକୃତ ପ୍ରେମ କ’ଣ ତାହା ଆମେ ଅନୁଭବ କରିବାର ନିଷ୍ପତ୍ତି ନେବା ପୂର୍ବରୁ କିଛି ପ୍ରଶ୍ନ ପଚାରିବାକୁ ପଡିବ । ପ୍ରଥମତଃ, ଏହି ବ୍ୟକ୍ତି ଖ୍ରୀଷ୍ଟିୟାନ ଅଟନ୍ତି କି, ତା’ ଅର୍ଥ, ସେ ଯୀଶୁଙ୍କୁ ତାଙ୍କ ଜୀବନକୁ ଯୀଶୁଙ୍କୁ ଦେଇଛନ୍ତି କି? ପରିତ୍ରାଣ ନିମନ୍ତେ ସେ କେବଳ ଖ୍ରୀଷ୍ଟଙ୍କୁ ବିଶ୍ବାସ କରୁଛନ୍ତି କି? ପୁଣି, ଆପଣ ଜଣେ ବ୍ୟକ୍ତିଙ୍କୁ ଯଦି ଆପଣଙ୍କ ହୃଦୟ ଏବଂ ଭାବପ୍ରବଣତା ପ୍ରଦାନ କରିବା ନିମନ୍ତେ ବିବେଚନା କରନ୍ତି, ତେବେ ଆପଣ ନିଜକୁ ନିଜେ ପଚାରିବା ଉଚିତ୍ ଯେ, ଆପଣ ଅନ୍ୟ ଯେକୌଣସି ବ୍ୟକ୍ତିଙ୍କଠାରୁ ତାହାଙ୍କୁ ଆପଣ ସର୍ବାଗ୍ରେ ରଖିବାକୁ ଚାହାନ୍ତି କି ଏବଂ ଈଶ୍ବରଙ୍କ ପରେ ଦ୍ବିତୀୟ ବ୍ୟକ୍ତିଭାବେ କେବଳ ତାହାଙ୍କଠାରେ ଆପଣଙ୍କର ସମ୍ପର୍କକୁ ସର୍ବାଗ୍ରେ ରଖିବାକୁ ଇଛା କରନ୍ତି ନା ନାହିଁ । ବାଇବଲ ଆମ୍ଭମାନଙ୍କୁ କୁହେ ଯେ, ଯେତେବେଳେ ଦୁଇଜଣ ବ୍ୟକ୍ତି ବିବାହ କରନ୍ତି, ସେମାନେ ଏକ ଶରୀର ହୁଅନ୍ତି (ଆଦି ୨:୨୪; ମାଥିଉ ୧୯:୫) ।

ଆଉ ଏକ ବିବେଚନାର ବିଷୟ ହେଉଛି, ଆପଣ ପ୍ରେମ କରୁଥିବା ବ୍ୟକ୍ତି ଆପଣଙ୍କ ଜୀବନସାଥି ହେବା ନିମନ୍ତେ ଏକ ଉତ୍ତମ ପାତ୍ର ବା ପାତ୍ରୀ ଅଟନ୍ତି କି? ସେ ତାଙ୍କ ଜୀବନରେ ଈଶ୍ବରଙ୍କୁ ସର୍ବାଗ୍ରେ ଏବଂ ପ୍ରଥମରେ ସ୍ଥାନ ଦେଇସାରିଛନ୍ତିକି? ସେ ବିବାହ ହେବା ନିମନ୍ତେ ଏକ ସମ୍ପର୍କ ଗଢିବାକୁ ତାଙ୍କ ସମୟ ଏବଂ ଶକ୍ତି ଦେଇଛନ୍ତି କି ଯାହା ଜୀବନସାରା ରହିବ? ଆମେ ଜଣେ ବ୍ୟକ୍ତିଙ୍କୁ ପ୍ରକୃତରେ ପ୍ରେମ କରୁଛୁ ନା ନାହିଁ ତାହା ନିର୍ଦ୍ଧାରଣ କରିବା ନିମନ୍ତେ କୌଣସି ମାପକାଠି ନାହିଁ, କିନ୍ତୁ ଆମେ ଆମର ଭାବପ୍ରବଣତାରେ ଚାଲୁଛୁ କିମ୍ବା ଆମ ଜୀବନ ନିମନ୍ତେ ଈଶ୍ବରଙ୍କ ଇଛାର ଅନୁସରଣ କରୁଛୁ ତାହା ଜାଣିବା ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ । ପ୍ରକୃତ ପ୍ରେମ ହେଉଛି ଏକ ନିଷ୍ପତ୍ତି, ଏହା କେବଳ ଏକ ଭାବପ୍ରବଣତା ନୁହେଁ । ବାଇବଲ ଅନୁମୋଦିତ ପ୍ରେମ ଆପଣ “ପ୍ରେମ ରହିବା” ଅନୁଭବ କରିବା ସମୟରେ ହିଁ କୌଣସି ବ୍ୟକ୍ତିଙ୍କୁ ପ୍ରେମ ନ କରିବା କିନ୍ତୁ କୌଣସି ବ୍ୟକ୍ତିଙ୍କୁ ସର୍ବଦା ପ୍ରେମ କରିବା ।

[English]



[ଓଡ଼ିଆ ପେଜ୍ କୁ ଫେରି ଯାଅନ୍ତୁ]

ମୁଁ ପ୍ରେମ କରୁଛି ବୋଲି କିପରି ଜାଣିପାରିବି?

Similar Posts

Leave a Reply

Your email address will not be published. Required fields are marked *